୪୦ ହଜାର ସ୍ତର ଟପିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ, ୩୧।୧୦: ବୁଧବାର ଦେଶର ପୁଞ୍ଜି ବଜାରରେ କାରବାର ଉନ୍ନତ ସ୍ଥିତିରେ ରହିଥିବା ଜଣାପଡିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ଚଳିିତ ବର୍ଷ ଜୁଲାଇ ପରଠାରୁ ପ୍ରଥମଥର ଲାଗି ୪୦,୧୭୮.୧୨ ହଜାର ସ୍ତର ଛୁଇଁଛି। ବୁଧବାର ବିଏସ୍‌ଇ ସେନସେକ୍ସ ପ୍ରାରମ୍ଭିକ କାରବାରରେ ୨୫୦ ପଏଣ୍ଟରୁ ଉର୍ଦ୍ଧ୍ୱ ଟପିଥିଲା। ବିଦେଶୀ ପୁଞ୍ଜି ଆଗମନ ଏବଂ ପୁଞ୍ଜି ନିବେଶକଙ୍କ ଲାଗି ଟିକସ ନିୟମ କୋହଳ ନେଇ ରହିଥିବା ଆଶାର ବଜାର କାରବାର ଉପରେ ପ୍ରତିଫଳିତ ହୋଇଥିବା ଦେଖାଯାଇଥିଲା। ଏହି ସମୟରେ ୩୦ ଶେୟାର ବିଶିଷ୍ଟ ସୂଚକାଙ୍କ ୨୨୦.୦୩ ପଏଣ୍ଟ ବା ୦.୫୫% ବୃଦ୍ଧି ଘଟି ୪୦,୦୫୧.୮୭ ପଏଣ୍ଟରେ କାରବାର ବନ୍ଦ ହୋଇଛି। ସେହିଭଳି ନିଫ୍ଟି କାରବାର ୫୭.୨୫ ପଏଣ୍ଟ ବା ୦.୪୯% ଉଚ୍ଚରେ ରହିବା ସହ ୧୧,୮୪୪. ୧୦ ପଏଣ୍ଟ ରହିଛି। ମଙ୍ଗଳବାର ୩୦ ଶେୟାର ବିଶିଷ୍ଟ ସେନସେକ୍ସ ୫୮୧.୬୪% ବୃଦ୍ଧି ଘଟି ୩୯,୮୩୧.୮୧ ପଏଣ୍ଟରେ ବନ୍ଦ ରହିଥିଲା। ସେହିଭଳି ନିଫ୍ଟି କାରବାର ୧୫୯.୭୦% ଉଚ୍ଚରେ ରହି ୧୧,୭୮୬.୮୫ ଏପଣ୍ଟ ଛୁଇଁଥିଲା। ପୁଞ୍ଜି ବଜାରରେ ବିଦେଶୀ ନିବେଶକମାନେ ନେଟ୍‌ କ୍ରୟକାରୀ ଭାବେ ୮୭୬.୮୪ କୋଟି ଟଙ୍କା କ୍ରୟ କରିଛନ୍ତି। ସେହିଭଳି ଘରୋଇ ଆନୁଷ୍ଠାନିକ ନିବେଶକମାନେ ୧୪୪.୭୫ କୋଟି ଟଙ୍କା ଶେୟାର କିଣି ଥିବା ଷ୍ଟକ ବଜାର ଡିପୋଜିଟୋରୀ ତଥ୍ୟରୁ ସାମ୍ନାକୁ ଆସିଛି। ମୁଦ୍ରାର ମୂଲ୍ୟ ୬ ପଇସା କମ୍‌ ରହିବା ସହ ୭୦.୯୦ ସ୍ତରରେ ରହିଥିଲା। ବ୍ରେଣ୍ଟ ଫ୍ୟୁଚର ୦.୮୮% କମି ବ୍ୟାରେଲ ପିଛା ୬୧.୦୫ ଡଲାର ରହିଥିବା ଜଣା ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri