୪.୨%କୁ ଖସିପାରେ ଜିଡିପି

ନୂଆଦିଲ୍ଲୀ,୧୩-୧୧: ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡ଼ିପି ଅଭିବୃଦ୍ଧି ୪.୨%କୁ ହ୍ରାସ ଘଟିପାରେ। ଅଟୋମୋବାଇଲ କ୍ଷେତ୍ରରେ ବିକ୍ରି ହ୍ରାସ, ଏୟାର ଟ୍ରାଫିକ ମନ୍ଥରତା, ପ୍ରମୁଖ ଶିଳ୍ପ କ୍ଷେତ୍ର ଅଭିବୃଦ୍ଧିରେ ହ୍ରାସ ଏବଂ ଭିତ୍ତିଭୂମି କ୍ଷେତ୍ରରେ ନିବେଶ କମିବା ଯୋଗୁ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହେଉଥିବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଅର୍ଥନୈତିକ ଗବେଷଣା ବିଭାଗର ଇକୋରାପ୍‌ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଚଳିତ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ଅଭିବୃଦ୍ଧି ହାର ଖସିବା ନେଇ ଏହି ରିପୋର୍ଟରେ ସୂଚନା ଦିଆଯାଇଛି। ଦେଶର ଅଭିବୃଦ୍ଧି ହାର ୬.୧% ରହିବ ବୋଲି ଏସ୍‌ବିଆଇ ପୂର୍ବରୁ ପୂର୍ବାନୁମାନ କରିଥିଲା ମାତ୍ର ଏହାକୁ ବର୍ତ୍ତମାନ ପରିବର୍ତ୍ତନ କରାଯାଇଛି। ୨୦୨୦ ଆର୍ଥତ୍କ ବର୍ଷରେ ଦେଶର ଜିଡ଼ିପି ଅଭିବୃଦ୍ଧି ୫%କୁ ଖସିବା ନେଇ ଏହା ପୂର୍ବାନୁମାନ କରିଛି।
ସେହିଭଳି ୨୦୨୦-୨୧ରେ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବା ସହ ଏହା ୬.୨% ଛୁଇଁବା ସମ୍ଭାବନା ରହିଥିବା ରିପୋର୍ଟରେ କୁହାଯାଇଛି। ସେହିଭଳି ରିଜର୍ଭ ବ୍ୟାଙ୍କ ଡିସେମ୍ବରରେ ଏହାର ମୁଦ୍ରାନୀତି ସମୀକ୍ଷା ବେଳେ ସୁଧହାର ହ୍ରାସ କରିପାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଗତ ମାସରେ ରିଜର୍ଭ ବ୍ୟାଙ୍କ ଏହାର ରେପୋକୁ ଲଗାତର ଭାବେ ୫ଥର ଲାଗି ହ୍ରାସ କରିବା ସହ ୨୫ ବେସିସ୍‌ ପଏଣ୍ଟ କମାଇଥିଲା। ଡିସେମ୍ବର ୫ରେ ରିଜର୍ଭ ବ୍ୟାଙ୍କ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଦେଶର ଅଭିବୃଦ୍ଧି ପୂର୍ବାନୁମାନକୁ ଏହା ୬.୯%ରୁ ୬.୧%କୁ କମାଇଥିବା ଜଣାପଡିଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଜିଡ଼ିପି ଅଭିବୃଦ୍ଧି ୫%କୁ ଖସିଥିବାରୁ ଏହାକୁ ନେଇ ବଜାର ବିଶେଷଜ୍ଞ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ବର୍ତ୍ତମାନ ଦେଶର ସାମଗ୍ରିକ ଚାହିଦାରେ ବୃଦ୍ଧି ଏବଂ ବିତ୍ତୀୟ ନୀତି ଉପରେ ସରକାର କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାକୁ ବଜାର ବିଶେଷଜ୍ଞମାନେ ନଜରରେ ରଖିଛନ୍ତି। ସେହିଭଳି ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ ଦିଗରେ ସରକାରଙ୍କ ଯୋଜନା ଉପରେ ନଜର ରହିଛି। ଏଦିଗରେ ସରକାର ଶୀଘ୍ର ସ୍ପଷ୍ଟ କଲେ ଏହା ବଜାର ଉପରେ ସକାରାତ୍ମକ ପ୍ରଭାବ ଆଣିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏହାବାଦ ଟେଲିକମ୍‌, ଶକ୍ତି ଏବଂ ଏନ୍‌ବିଏଫ୍‌ସି କ୍ଷେତ୍ରର ସମସ୍ୟାକୁ ଧ୍ୟାନରେ ରଖାଯିବା ନେଇ ରିପୋର୍ଟରେ କୁହାଯାଇଛି।
୬% ସ୍ତରରେ ଋଣ ଅଭିବୃଦ୍ଧି
ଘରୋଇ ବଜାରର ଋଣ ଅଭିବୃଦ୍ଧି ଏବେ ପ୍ରଭାବିତ ସ୍ତରରେ ରହିଛି। ଜୁଲାଇ-ସେପ୍ଟେମ୍ବରରେ ଏହା ୬%କୁ ଖସିଯିବ ବୋଲି ଫାଇନାନସିଆଲ ସର୍ଭିସ କମ୍ପାନୀ କ୍ରେଡିଟ୍‌ ସୁଇସ କହିଛି। ବିମୁଦ୍ରୀକରଣ ସମୟରେ ଋଣ ଅଭିବୃଦ୍ଧି ଏହି ସ୍ତରରେ ରହିଥିବା ଏହା ସୂଚନା ଦେଇଛି। ଏହାବାଦ ଏନ୍‌ବିଏଫ୍‌ସି ଋଣ ପ୍ରଦାନ ହାର -୩୬% ଏବଂ ବ୍ୟାଙ୍କଗୁଡିକର ଋଣ ପ୍ରଦାନ ହାର ୮% ରହିଛି। ପ୍ରଥମ ତ୍ରୈମାସରେ ଘରୋଇ ବ୍ୟାଙ୍କଗୁଡିକର ଋଣ ଅଭିବୃଦ୍ଧି ୨୨ରୁ ୧୪%କୁ ଖସିଛି। ଏହି ସମୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଋଣ ଅଭିବୃଦ୍ଧି ୮%ରୁ ୫%କୁ ଖସିଛି ବୋଲି କ୍ରେଡିଟ ସୁଇସ ଏହାର ରିପୋଟରେ ଉଲ୍ଲେଖ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri