୪ ଦିନ ଧରି ବଢୁଛି ତେଲ ଦର

ନୂଆଦିଲ୍ଲୀ,୬-୧: ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ ପରେ ରବିବାର ସମେତ ଗତ ୪ ଦିନ ହେବ ଲଗାତର ତେଲ ଦର ବୃଦ୍ଧି ଘଟୁଛି। ଏହି ଏୟାର ଷ୍ଟ୍ରାଇକ ପରେ ଇରାନର ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ତର୍ଜାତୀୟ ତେଲ ବଜାର ଉପରେ ଏହାର ପ୍ରଭାବ ପଡିଛି। ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ବଢିଲେ ଏହା ବଜାର ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି ବଜାର ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ତେଲ ବଜାରରେ ପ୍ରଭାବ ଆସିବା ଯୋଗୁ ପେଟ୍ରୋଲର ରିଟେଲ ପମ୍ପ ମୂଲ୍ୟ କ୍ଷେତ୍ରରେ ୯ ପଇସା ଏବଂ ଡିଜେଲର ଲିଟର ପ୍ରତି ଦର ୧୧ ପଇସା ବଢିଥିବା ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି। ଦିଲ୍ଲୀରେ ରବିବାର ପେଟ୍ରୋଲ ଲିଟର ପିଛା ଦର ୭୫.୫୪ ଟଙ୍କା ଥିବା ବେଳେ ଏହା ଗୋଟିଏ ବର୍ଷର ରେକର୍ଡ ଭାଙ୍ଗିଛି। ଏହି ସମୟରେ ଡିଜେଲ ଦର ୬୮.୫୧ ଟଙ୍କା ଛୁଇଁଛି।
ଆମେରିକାର ଏହି ଏୟାରଷ୍ଟ୍ରାଇକ ଯୋଗୁ ବିଶ୍ୱ ସ୍ତରର ସେୟାର ବଜାର ପ୍ରଭାବିତ ହୋଇଛି। ଶୁକ୍ରବାର ଅଶୋଧିତ ତୈଳ ଦର ୩% ବଢିଛି। ସୋମବାର ତୈଳ ବଜାର ପୁଣି ଥରେ ଖୋଲିବ। ଭାରତ ଏହାର ୮୪% ଇନ୍ଧନ ଆବଶ୍ୟକତା ଆମଦାନୀ ଦ୍ୱାରା ପୂରଣ କରୁଛି। ଭାରତ ଏହାର ମୋଟ ଇନ୍ଧନ ଆବଶ୍ୟକତା ମଧ୍ୟରୁ ଦୁଇ ତୃତୀୟାଂଶ କେବଳ ମଧ୍ୟ ପ୍ରାଚ୍ୟରୁ ଆମଦାନୀ କରିଥାଏ। ଭାରତକୁ ତେଲ ଯୋଗାଉଥିବା ପ୍ରମୁଖ ରାଷ୍ଟ୍ର ମଧ୍ୟରେ ଇରାକ ଏବଂ ସୌଦି ଆରବ ରହିଛି। ତ୍ୱରିତ ଭିତ୍ତିରେ ଯୋଗାଣ କ୍ଷେତ୍ରରେ ଭାରତ ଉପରେ କୌଣସି ପ୍ରଭାବ ପଡିବନି ବୋଲି କୁହାଯାଇଛି। ମାତ୍ର ତେଲ ଦର ଉପରେ ଏହାର କିଛିଟା ପ୍ରଭାବ ପଡିବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଚଳିତ ବର୍ଷ ଜାନୁୟାରୀ ୨ ପରଠାରୁ ପେଟ୍ରୋଲ ଦର ୩୮ ପଇସା ଏବଂ ଡିଜେଲ ଦର ୫୫ ପଇସା ବଢିଛି। ଡିସେମ୍ବର ୨୬ ପରଠାରୁ ପେଟ୍ରୋଲ ଦର ୯୧ ପଇସା ବଢିଥିବା ବେଳେ ନଭେମ୍ବର ୨୯ ପରଠାରୁ ଡିଜେଲ ଦର ୨.୭୮ ଟଙ୍କା ବଢିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri