୩ ମାସରେ ୫୦୨ ଝିଅ ନିଖୋଜ : ଭୁବନେଶ୍ୱର, କଟକ ସ୍ଥିତି ଉଦ୍‌ବେଗଜନକ

ଭୁବନେଶ୍ୱର, ୨୨ା୭(ବ୍ୟୁରୋ) : ରାଜ୍ୟରେ ବଢୁଛି ନିଖୋଜ ଝିଅଙ୍କ ସଂଖ୍ୟା। ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ୫୦୨ଜଣ ଝିଅ ନିଖୋଜ ହୋଇଛନ୍ତି। ସେଥିମଧ୍ୟରୁ ୭୯ ଜଣଙ୍କ ସନ୍ଧାନ ମିଳିଛି। ଏନେଇ ମଧ୍ୟ ୪୫୫ଟି ମାମଲା ରୁଜୁ ହୋଇଛି। ସେହିଭଳି ୧୦୦ ଜଣ ପୁଅ ମଧ୍ୟ ନିଖୋଜ ହୋଇଥିବାବେଳେ ୩୧ ଜଣଙ୍କ ସନ୍ଧାନ ମିଳିଛି। ଏ ସଂକ୍ରାନ୍ତରେ ୯୫ଟି ମାମଲା ରୁଜୁ ହୋଇଛି। ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ସେହିଭଳି ୨୦୧୮ରେ ରାଜ୍ୟରେ ୧୮୭୫ ଜଣ ଝିଅ ନିଖୋଜ ହୋଇଥିବାବେଳେ ୮୫୪ ଜଣଙ୍କ ସନ୍ଧାନ ମିଳିଛି ଓ ଏ ସଂକ୍ରାନ୍ତରେ ୧୭୨୦ଟି ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ୪୫୯ଜଣ ପୁଅ ନିଖୋଜ ହୋଇଥିବାବେଳେ ସେଥିମଧ୍ୟରୁ ୨୮୫ ଜଣଙ୍କ ସନ୍ଧାନ ମିଳିଛି। ଏନେଇ ମଧ୍ୟ ୩୯୬ଟି ମାମଲା ରୁଜୁ ହୋଇଛି। ତେବେ ଭୁବନେଶ୍ୱର ଓ କଟକର ସ୍ଥିତି ଉଦ୍‌ବେଗଜନକ ରହିଛି। ଉକ୍ତ ବର୍ଷ ଏଠାରେ ୧୩୯ ଜଣ ଝିଅ ନିଖୋଜ ହୋଇଥିବାବେଳେ ୬୮ ଜଣଙ୍କ ସନ୍ଧାନ ମିଳିଛି ଓ ୧୩୦ଟି ମାମଲା ରୁଜୁ ହୋଇଛି। ୪୦ଜଣ ପୁଅ ନିଖୋଜ ହୋଇଥିବାବେଳେ ୨୬ଜଣଙ୍କ ସନ୍ଧାନ ମିଳିଛି। ଏ ସଂକ୍ରାନ୍ତରେ ୩୫ଟି ମାମଲା ରୁଜୁ କରାଯାଇଛି। କଟକରେ ୧୨୯ଜଣ ଝିଅ ନିଖୋଜ ହୋଇଥିବାବେଳେ ୬୨ଜଣଙ୍କ ସନ୍ଧାନ ମିଳିଛି। ଏନେଇ ମଧ୍ୟ ୧୨୬ଟି ମାମଲା ରୁଜୁ କରାଯାଇଛି। ସେହିପରି ୪୩ଜଣ ପୁଅ ନିଖୋଜ ଥିବାବେଳେ ୨୭ଜଣଙ୍କ ସନ୍ଧାନ ମିଳିଛି ଓ ବିଭିନ୍ନ ଥାନାରେ ୪୧ ମାମଲା ରୁଜୁ କରାଯାଇଥିବା ମନ୍ତ୍ରୀ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri