୩ ମାସ ପରେ ଖୋଲିଲା ଝୋଟ କାରଖାନା

ରୂପ୍‌ସା, ୨୮।୬(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ଜୟକିଶନ ଦାସମଲ ଝୋଟ କାରଖାନା ଗୁରୁବାରଠାରୁ ଚାଲୁ କରାଯାଇଛି। ଦୀର୍ଘ ୩ ମାସ ଧରି ଏହି କାରଖାନା ବନ୍ଦ ରହିଥିଲା। ଶ୍ରମିକଙ୍କ ମଜୁରି ମାସିକ ୧ହଜାର ଟଙ୍କା ବୃଦ୍ଧି କରାଯିବା ନିଷ୍ପତ୍ତି ପରେ ଶ୍ରମିକ ସଂଘ ରାଜି ହେବାରୁ କାରଖାନାରୁ ତାଲା ଖୋଲାଯାଇଛି। ଗୁରୁବାର, ଶୁକ୍ରବାର ୨ଦିନ ଧରି ସମସ୍ତ ସେକ୍ସନର ମେଶିନ ମରାମତି ହେବା ପରେ ଶନିବାର ଶ୍ରମିକମାନେ ଡ୍ୟୁଟିରେ ଯୋଗଦେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଫଳରେ ୪ ମାସ ଧରି ରୋଜଗାର ହରାଇଥିବା ଶ୍ରମିକ ମହଲରେ ଖୁସିର ବାତାବରଣ ଖେଳିଯାଇଛି।
ଗତ ୨୦୧୮ ଅକ୍ଟୋବରରେ ଶ୍ରମିକଙ୍କ ମଜୁରି ହାର ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହିଦିନଠାରୁ କାରଖାନାର ଶ୍ରମିକଙ୍କୁ ବର୍ଦ୍ଧିତ ମଜୁରି ମିଳୁ ନ ଥିଲା। ଗତ ଫେବୃୟାରୀ ୨୨ ତାରିଖରେ ସଂଘ ସଭାପତି ଅରୁଣ ଦେ, ମିଲ୍‌ ମାଲିକ ଓ ସଂଘ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବର୍ଦ୍ଧିତ ମଜୁରି ସମ୍ପର୍କରେ ଆଲୋଚନା ହୋଇଥିଲା। ମିଲ୍‌ କର୍ତ୍ତୃପକ୍ଷ କେବଳ ଅଣକୁଶଳୀ ଶ୍ରମିକଙ୍କୁ ବର୍ଦ୍ଧିତ ମଜୁରି ୨୮୦ ଟଙ୍କା ଦେବାକୁ ରାଜି ଥିବା ସ୍ଥଳେ ଉଚ୍ଚବର୍ଗ କୁଶଳୀ, କୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦରମା ମାତ୍ର ୩୫ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ। ଏଥିରେ ଶ୍ରମିକମାନେ ରାଜି ନ ହୋଇ ପୂର୍ଣ୍ଣବର୍ଦ୍ଧିତ ମଜୁରି ପ୍ରଦାନ ପାଇଁ ଜିଦ୍‌ ଧରିଥିଲେ। ଏହାର ପ୍ରତିବାଦରେ କାରଖାନା ସମ୍ମୁଖରେ ସଂଘ ସଭାପତିଙ୍କ କୁଶ ପୁତ୍ତଳିକା ଦାହକରି ବହିଷ୍କାର ଦାବି କରିଥିଲେ। ବର୍ଦ୍ଧିତ ମଜୁରି ପ୍ରସଙ୍ଗରେ ମିଲ୍‌ ମାଲିକଙ୍କ ସହ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହେବା ପାଇଁ ମାର୍ଚ୍ଚ ୧୯ତାରିଖକୁ ଧାର୍ଯ୍ୟ ହୋଇଥିଲା। ମାତ୍ର ସେହିଦିନ କାରଖାନାର ମୁଖ୍ୟ ଫାଟକର ଭିତରପଟୁ ତାଲା ପଡ଼ିଥିବା ଶ୍ରମିକମାନେ ଦେଖିଥିଲେ। ବାହାରପଟେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ୍‌ ଆଉଟ୍‌ ସମ୍ପର୍କିତ ନୋଟିସ ଦିଆଯାଇଥିଲା। ଏହାପରେ ସଂଘର ନୂତନ ସଭାପତି ରଘୁନାଥ ସାହୁ, ସମ୍ପାଦକ ଦୀପକ ପଣ୍ଡା, ସହ ସମ୍ପାଦକ ଅଶୋକ ଦାସ, କୋଷାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ମହାପାତ୍ର ପ୍ରମୁଖ ଜିଲାପାଳ, ଜିଲା ଶ୍ରମ ଅଧିକାରୀ, ଶ୍ରମମନ୍ତ୍ରୀ, ଲେବର କମିଶନରଙ୍କୁ ଲିଖିତ ଭାବେ ଜଣାଇଥିଲେ। ଗତ ମେ’ ୨୨ ତାରିଖରେ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲେ ହେଁ କୌଣସି ସମାଧାନର ବାଟ ଫିଟି ନ ଥିଲା। ଶେଷରେ ଚଳିତ ମାସ ୨୦ ତାରିଖରେ ମିଲ୍‌ କର୍ତ୍ତୃପକ୍ଷଙ୍କ କଲିକତା କାର୍ଯ୍ୟାଳୟରେ ସଂଘର କର୍ମକର୍ତ୍ତା, ମିଲ୍‌ ମାଲିକ ଓ କାରଖାନାର ଜେନେରାଲ ମ୍ୟାନେଜରଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ପୂର୍ବ ଘୋଷଣା ମୁତାବକ ଅଣକୁଶଳୀ ଶ୍ରମିକଙ୍କୁ ବର୍ଦ୍ଧିତ ମଜୁରି ୨୮୦ ଟଙ୍କା ଓ ଅନ୍ୟ ସମସ୍ତ ବର୍ଗର ଶ୍ରମିକଙ୍କୁ ମାସିକ ୧ହଜାର ଟଙ୍କା ଦରମା ବୃଦ୍ଧି କରାଯିବ ବୋଲି ମିଲ୍‌ ମାଲିକଙ୍କ ପ୍ରସ୍ତାବରେ ସଂଘର କର୍ମକର୍ତ୍ତା ରାଜି ହୋଇଥିଲେ। ଏ ସମ୍ପର୍କରେ ବୁଧବାର କାରଖାନା ଶ୍ରମିକଙ୍କୁ ନେଇ ଏକ ସାଧାରଣ ସଭା ହୋଇଥିଲା। ଏଥିରେ ସମସ୍ତେ ରାଜି ହେବାରୁ କାରଖାନା କର୍ତ୍ତୃପକ୍ଷ ଗୁରୁବାର କାରଖାନା ତାଲା ଖୋଲି ମେଶିନ ମେଣ୍ଟେନାନ୍ସ କାର୍ଯ୍ୟ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri