୨୯୪ ମିଟର ଡ୍ରେନ୍‌ ନିର୍ମାଣକୁ ଲାଗିଲାଣି ୬ ବର୍ଷ

ଭଦ୍ରକ ଅଫିସ, ୧୮।୫ – ଆଉ କିଛି ମାସ ଗଲେ ଭଦ୍ରକ ସହର କୃତ୍ରିମ ବନ୍ୟାରେ ଉବୁଟୁବୁ ହେବ। ସାମାନ୍ୟ ବର୍ଷା ହେଲେ ବର୍ଷାପାଣି ନିଷ୍କାସିତ ହୋଇ ନ ପାରି ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ସହରରେ ଡ୍ରେନେଜ୍‌ ବ୍ୟବସ୍ଥା ଫେଲ୍‌ ମାରିଥିବା କାରଣରୁ ଦୀର୍ଘବର୍ଷ ଧରି ଏହି ସମସ୍ୟା ଲାଗିରହିଛି। ନିର୍ଦ୍ଦିଷ୍ଟ ଭାବେ ଏଥିପାଇଁ ଡ୍ରେନେଜ୍‌ ବିଭାଗର ବିଫଳତାକୁ ସହରବାସୀ ଦାୟୀ କରୁଥିବା ବେଳେ କେହି କେହି ବିଭାଗୀୟ ଅଧିକାରୀଙ୍କୁ ଦୂରଦୃଷ୍ଟି ଅଭାବ ଯୋଗୁ ଏହି ସମସ୍ୟାର ପ୍ରତିକାର ହୋଇପାରୁ ନ ଥିବା କହିଛନ୍ତି।
ଭଦ୍ରକ ସହରର ପ୍ରବେଶ ପଥ କୁହାଯାଉଥିବା ନେହେରୁ ଷ୍ଟାଡିୟମ୍‌ଠାରୁ ବନ୍ତ ଛକ ଏଲ୍‌ଆଇସି ଅଫିସ ପର୍ଯ୍ୟନ୍ତ ଥିବା ଡ୍ରେନ୍‌ ୬ ବର୍ଷ ହେଲା ଅଧୁରା ରହିଛି। ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ କାରଣରୁ ନେହେରୁ ଷ୍ଟାଡିୟମ୍‌ରେ ୬ବର୍ଷ ଧରି ସ୍ବାଧୀନତା ଦିବସ ପାଳନ ହୋଇପାରୁନାହିଁ। ସାମାନ୍ୟ ବର୍ଷାରେ ଷ୍ଟାଡିୟମ୍‌ ପରିସରରେ ଆଣ୍ଠୁଏ ଲେଖାଏ ପାଣି ଜମି ରହୁଥିବାରୁ କଲେଜ ପଡ଼ିଆରେ ସ୍ବାଧୀନତା ଦିବସ ପାଳନ କରାଯାଉଛି। ଷ୍ଟାଡିୟମ୍‌ର ପ୍ରଥମ ଗେଟ୍‌ଠାରୁ ବନ୍ତ ଛକ ଏଲ୍‌ଆଇସି ଅଫିସ ନିକଟସ୍ଥ କେନାଲ(ଏଚ୍‌ଏଲ୍‌ସି-୩) ପର୍ଯ୍ୟନ୍ତ ୨୯୪ ମିଟର ଡ୍ରେନ୍‌ ନିର୍ମାଣକୁ ୬ ବର୍ଷ ଲାଗିଲାଣି। ତଥାପି ତାହା ସମ୍ପୂର୍ଣ୍ଣ ହୋଇପାରୁନି। ଜୁନ୍‌ ୧୫ ସୁଦ୍ଧା ମୌସୁମୀ ପହଞ୍ଚତ୍ବାର ଦିନ ଧାର୍ଯ୍ୟ ହୋଇସାରିଥିବା ବେଳେ ଚଳିତବର୍ଷ ମଧ୍ୟ ଷ୍ଟାଡିୟମ୍‌ରେ ବର୍ଷାପାଣି ଜମିବା ସୁନିଶ୍ଚିତ ବୋଲି ଏହାର ଦାୟିତ୍ୱ ନେଇଥିବା କ୍ରୀଡ଼ାବିତ୍‌ ଶୁଭେନ୍ଦୁ ରାୟମହାପାତ୍ର ଅଭିଯୋଗ କରିଛନ୍ତି। ବର୍ଷକୁ ପ୍ରାୟ ୫ ମାସ ଷ୍ଟାଡିୟମ୍‌ରେ ପାଣି ରହୁଥିବାରୁ କ୍ରୀଡ଼ାବିତ୍‌ମାନେ କ୍ରୀଡ଼ା ଅଭ୍ୟାସରୁ ବଞ୍ଚିତ ହେଉଛନ୍ତି। ଏହି କାମ ପାଇଁ ଠିକାଦାର ଜଣଙ୍କ ପ୍ରାୟ ୫୦ ଭାଗ ଅର୍ଥ ନେଇସାରିଥିବା ଜଣାପଡ଼ିଛି। ଠିକାଦାର ନିଜ ଇଚ୍ଛାରେ ନିମ୍ନମାନର କାମ କରୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଏନେଇ ମୁହଁ ଖୋଲୁ ନ ଥିବା ନେଇ ଚର୍ଚ୍ଚା ହେଉଛି।
ଉଲ୍ଲେଖନୀୟ ଯେ, ଏହି ଡ୍ରେନ୍‌ ଡଗମୁଣ୍ଡରୁ ବାହାରି ସର୍କିଟ୍‌ ହାଉସ୍‌, ଏଲ୍‌ଆଇସି ଅଫିସ ଛକ ହୋଇ କଚେରି ଭିତର ଦେଇ ମହିଳା କଲେଜ ପାଥ୍‌ରେ ବାହାରି ସାଳନ୍ଦୀ ନଦୀକୁ ସଂଯୋଗ କରାଯିବ। ଏହାର ଲମ୍ବ ପ୍ରାୟ ୩ କି.ମି. ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ ୫ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ମାତ୍ର ଭଦ୍ରକ ଡ୍ରେନେଜ୍‌ ବିଭାଗ ଠିକାଦାରଙ୍କୁ କାର୍ଯ୍ୟ ଦେଇ ତାହାର ଉପଯୁକ୍ତ ତଦାରଖ କରୁ ନ ଥିବା ଅଭିଯୋଗ ହେଉଛି। ଏହି ଗୋଟିଏ ଡ୍ରେନ୍‌ ନୁହେଁ, ସହରରେ ଯେତେକ ଡ୍ରେନ୍‌ ନିର୍ମାଣ କାମ ଆରମ୍ଭ ହୋଇଛି ତାହା ସମ୍ପୂର୍ଣ୍ଣ ହୋଇନାହିଁ। କେଉଁଠି କଭର ପ୍ଲେଟ୍‌ ପଡ଼ିନାହିଁ ତ ଆଉ କେଉଁଠି ଡ୍ରେନ୍‌ କରାଯାଇ ଅଧାରାସ୍ତାରେ ଛାଡ଼ି ଦିଆଯାଇଛି। ଏ ନେଇ ଭଦ୍ରକ ସହର ବରିଷ୍ଠ ନାଗରିକ ମଞ୍ଚ ୨୦୧୮ରେ ଜିଲାପାଳ, ଆର୍‌ଡିସି, ପୂର୍ତ୍ତ ବିଭାଗ, ପୌରପାଳିକା ଓ ପୋଲିସ ନିକଟରେ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା କୁହାଯାଇଛି। କେବଳ କେତୋଟି ଡ୍ରେନ୍‌ ସଫାକରି କାମ ସାରି ଦିଆଗଲା। ଏହି ବିଭାଗର କେତେକ ଅଧିକାରୀ ଦୀର୍ଘବର୍ଷ ଧରି ଭଦ୍ରକ ସହରରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଉନାହିଁ। ଏଭଳି ଦୁର୍ନୀତି ପଛରେ ଏହା ଅନ୍ୟ ଏକ କାରଣ ବୋଲି ପୂର୍ବତନ କାଉନ୍‌ସିଲର ଅଶୋକ ମହାପାତ୍ର ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ପ୍ରସନ୍ନ କୁମାର ଦାଶଙ୍କୁ ପଚାରିବାରୁ କହିଛନ୍ତି, ଠିକାଦାରଙ୍କୁ ସେହି କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୪୦ ପ୍ରତିଶତ କାମ ସରିଛି। ବାକି କାମ ଖୁବ୍‌ଶୀଘ୍ର ସାରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri