୨୫୮ କିଲୋ ଗଞ୍ଜେଇ ଜବତ

ମାଲକାନଗିରି, ୩।୭(ଡି.ଏନ୍‌.ଏ.): ମାଲକାନଗିରିର ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ରାତିରେ ପୋଲିସ ୨୫୮ କିଲୋ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ୨ଟି ଚାରି ଚକିଅ ଯାନ, ୪ଟି ମୋବାଇଲ ଓ ୧ଲକ୍ଷ ଟଙ୍କା ପୋଲିସ ଜବତ କରଛି। ଏ ନେଇ ଏସ୍‌ପି ଜଗମୋହନ ମୀନା ବୁଧବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଏମ.ଭି-୩୪ ଗ୍ରାମର ମନୋଜ କୁମାର ମଜୁମଦାର (୨୨), ମନୋଜ ବିଶ୍ୱାସ(୩୮), ଟୋଟାଗୁଡ଼ା ଗ୍ରାମର ସୁବାଷ ଖରା(୩୭) ଓ ଏମ୍‌ଭି-୮୬ ଗ୍ରାମର ରିତ ସିକଦାର(୩୦)।
ପ୍ରକାଶ ଯେ, କାଲିମେଳା ଥାନା ଭାରପ୍ରାପ୍ତ ନିରୀକ୍ଷକ ଚନ୍ଦ୍ରଶେଖର ଶବର ଅନ୍ୟ କର୍ମଚାରୀଙ୍କ ସହ ସ୍ଥାନୀୟ ପୁଲିମେଟଲା କେନାଲ ରାସ୍ତାରେ ମଙ୍ଗଳବାର ରାତିରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଯାଉଥିବା ଏକ ମହିନ୍ଦ୍ରା ମାର୍ଶାଲ ଗାଡ଼ିକୁ ଅଟକାଇ ତାହାକୁ ଯାଞ୍ଚ କରିଥିଲେ। ଗାଡ଼ିରୁ ୯୩ କିଲୋ ଗଞ୍ଜେଇ ମିଳିଥିଲା। ଏହି ଘଟଣାରେ ପୋଲିସ ମନୋଜ କୁମାର ମଜୁମଦାର ଓ ମନୋଜ ବିଶ୍ୱାସଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଗୋଟିଏ ମୋବାଇଲ ଓ ୧ଲକ୍ଷ ଟଙ୍କା ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ହୋଇଥିବା ଗାଡ଼ିକୁ ପୋଲିସ ଜବତ କରିଥିଲା। ସେହିଭଳି ମୁଦୁଲିପଡ଼ା ଥାନା ଭାରପ୍ରାପ୍ତ ନିରୀକ୍ଷକ ଯୁଗଳ କିଶୋର ଶବର ଓ କର୍ମଚାରୀମାନେ ଗୌଡ଼ଗୁଡ଼ା ଛକ ନିକଟରେ ପାଟ୍ରୋଲିଂ କରୁଥିବାବେଳେ ଏକ କାର ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ୧୬୫ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା। ପୋଲିସ ସୁବାଷ ଖରା ଓ ରିତ ସିକଦାରଙ୍କୁ ଗିରଫ କରିଥିଲା। ପୋଲିସ ସେମାନଙ୍କଠାରୁ ୩ ଟି ମୋବାଇଲ ଓ ସଂପୃକ୍ତ କାର ଜବତ କରିଛି। ଏ ନେଇ କାଲିମେଳା ଥାନାରେ ୧୦୩/୧୯ ଓ ମୁଦୁଲିପଡ଼ା ଥାନାରେ ୪୫/୧୯ରେ ମାମଲା ରୁଜୁ ହୋଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଖବରଦାତା ସମ୍ବିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିପିଓ ହୃଷିକେଶ ଡି.କିଲାରୀଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ ପ୍ରାର୍ଥୀ ବଦଳାଇଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌…

ଭୁବନେଶ୍ୱର,୨।୫: ଦେବଗଡ଼ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ବଦଳାଇଛି ବିଜୁ ଜନତା ଦଳ(ବିଜେଡି)। ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଦଳ ପ୍ରାର୍ଥୀ କରିଛି। ସେ ଅରୁନ୍ଧତୀ ଦେବୀଙ୍କ...

କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ

ଭୁବନେଶ୍ୱର,୨।୫: ବିଜେଡି ପକ୍ଷରୁ ଏହାର ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ...

୩ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ତା’ର ବାକି ଥିବା ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ଆସନରେ...

ନାମାଙ୍କନପତ୍ର ଦାଖଲ କଲେ ଅପରାଜିତା

ଖୋର୍ଦ୍ଧା,୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗୁରୁବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ଖୋର୍ଦ୍ଧା...

ନାମାଙ୍କନ ଦାଖଲ ବେଳେ ଅପରାଜିତା-ମନ୍ମଥଙ୍କ ସମର୍ଥକ ମୁହାଁମୁହିଁ

ଖୋର୍ଦ୍ଧା,୨ା୫: ଗୁରୁବାର ନାମାଙ୍କନପତ୍ର ଦାଖଲ ବେଳେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି ଏମ୍‌ପି ତଥା ଭାଜପା ଲୋକ ସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ...

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri