୨୫ ଲକ୍ଷ ଟଙ୍କା ଲୋଭରେ ୨୫ ହଜାର ଗଲା

ଲାଞ୍ଜିଗଡ,୨୮।୪(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଲାଞ୍ଜିଗଡ ଡମ୍ବବିଶିପଡାର ଜଣେ ବ୍ୟକ୍ତି ଅନ୍‌ ଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ସେ ହେଲେ ଗଜେନ୍ଦ୍ର ପରାଭୋଇ। ଦିନ ମଜୁରିଆ ଭାବେ କାମ କରି ସେ ପରିବୁର ଚଳାନ୍ତି। ତେବେ ଗତ ୨୪ତାରିଖ ନ୍ୟାଶନାଲ ଲଟେରୀ ନାମକ ଏକ କମ୍ପାନୀରୁ ଏକ ଫୋନ କଲ୍‌ ଆସିଥିଲା। ୮ମ ଶ୍ରେଣୀରେ ପଢୁଥିବା ପୁଅ ଏହି ପୋନ୍‌ କଲ୍‌ ରିସିଭ କରିଥିଲେ। ୨୫ଲକ୍ଷ ଟଙ୍କାର ଲଟେରୀ ଉଠିଥିବା ଫୋନ୍‌ କରିଥିବା ବ୍ୟକ୍ତି ଜଣକ କହିଥିଲେ। ଏ ନେଇ ପୁଅ ବାପାଙ୍କୁ ଜଣାଇ ଥିଲେ। ଏକ ଘଣ୍ଟା ପରେ ପୁଣିଥରେ ଫୋନ୍‌ ଆସିଥିଲା। ୨୫ହଜାର ଟଙ୍କା ଡିପୋଜିଟ କଲେ ୨୫ଲକ୍ଷ ଟଙ୍କା ଆକାଣ୍ଟକୁ ୫ମିନିଟରେ ଡିପୋଜିଟ ହୋଇଯିବ ବୋଲି ସମ୍ପୃକ୍ତ ବ୍ୟକ୍ତି ଲୋଭ ଦେଖାଇଥିଲେ। ଏଣୁ ଲୋଭରେ ପଡି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଆସିଥିବା ୨୦ହଜାର ଟଙ୍କା ଓ ଘରେ ଥିବା ଗହଣା ବନ୍ଧା ପକାଇ ୨୫ହଜାର ଟଙ୍କା ୩୯୦୪୦୦୪୬୦୪୧ ନମ୍ବର ଆକାଉଣ୍ଟରେ ଗଜେନ୍ଦ୍ର ଡିପୋଜିଟ କରିଥିଲେ। ତେବେ ୨୫ହଜାର ଟଙ୍କା ଡିପୋଜିଟ କରିବା ପରେ ପୁଣିଥରେ ୧୦ହଜାର ଟଙ୍କା ଡିପୋଜିଟ୍‌ ପାଇଁ ଫୋନ୍‌ ଆସିଥିଲା ା ହେଲେ ଘରେ ଯାହା ଟଙ୍କା ଥିଲା ସବୁ ସରି ଯାଇଥିଲା। ଏ ସଂକ୍ରାନ୍ତରେ ସନ୍ଦେହ ହେବାରୁ ଗଜେନ୍ଦ୍ରଙ୍କ ପୁଅ ତାଙ୍କ ପ୍ରଧାନ ଶିକ୍ଷକ ମନୋଜ କୁମାର ମହାକୁଡଙ୍କୁ ଜଣାଇଥିଲେ। ସେମାନେ ଠକେଇର ଶିକାର ହୋଇଥିବା ଶିକ୍ଷକ କହିବା ପରେ ଲାଞ୍ଜିଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଏହି ଘଟଣା ପରେ ଗଜେନ୍ଦ୍ର ଅନୁତାପ କରୁଛନ୍ତି। ତେବେ ଲାଞ୍ଜିଗଡ ଆଇଆଇସି ସତ୍ୟାନନ୍ଦ ପାତ୍ର କହିଛନ୍ତି ଯେ, ଏହାର ତଦନ୍ତ କରିବେ। ସୂଚନାଯୋଗ୍ୟ,ଜାନୁଆରୀ ୧୭ରେ ଲାଞ୍ଜିଗଡ ବଜାରପଡାର ପ୍ରତାପ ବାରିକ ଏଭଳି ଅନଲାଇନ୍‌ ଠକେଇର ଶିକାର ହୋଇ ଟିଟଲାଗଡରେ ରେଳ ଲାଇନରେ ଆତ୍ମହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ରାସ୍ତାରେ ପଡ଼ିଲା ବିରାଟକାୟ ଗଛ

ମୋହନା,୧୧।୪(ମନ୍ମଥ ମିଶ୍ର) :ବର୍ଷା ଅଛି ନା ପବନ ଅଛି । ତଥାପି ରାସ୍ତା ଉପରେ ପଡ଼ିଲା ବିରାକାୟ ଗଛ । ଅଟକି ରହିଲା ଅନେକ ଗାଡ଼ି ରାସ୍ତାର…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri