୨୩ ଦିନରେ ରାଜଧାନୀରେ ତୃତୀୟ ହତ୍ୟାକାଣ୍ଡ: ଅବସରପ୍ରାପ୍ତ ରେଲଓ୍ବେ କର୍ମଚାରୀଙ୍କ ତଣ୍ଟିକାଟି ହତ୍ୟା

କଟକରୋଡ୍‌ (ଡି.ଏନ୍‌.ଏ.)/ ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସୋମବାର ଜଣେ ଅବସରପ୍ରାପ୍ତ ରେଲଓ୍ବେ କର୍ମଚାରୀଙ୍କ ତଣ୍ଟିକାଟି ହତ୍ୟା କରାଯାଇଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳରେ ରହୁଥିବା ଟି.ଭେଙ୍କଟ ରାଓ(୬୫)। ଖବର ପାଇ ଲକ୍ଷ୍ମୀସାଗର ଥାନା ଅଧିକାରୀ ଦୟାନିଧି ନାୟକ ଓ ଜୋନ୍‌ ଏସିପି ଅମରେନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ। ଲଜ୍‌ର ଏକ ଖଟ ଉପରେ ରକ୍ତ ଜୁଡୁବୁବୁ ଏବଂ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଭେଙ୍କଟଙ୍କ ମୃତଦେହକୁ ପୋଲିସ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଉକ୍ତ ରୁମ୍‌ରୁ ପୋଲିସ ଏକ ଛୁରି ଜବତ କରିଛି। ଫୋରେନ୍‌ସିକ୍‌ ଟିମ୍‌ ସେଠାରୁ ରକ୍ତ ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରିନେଇଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଭେଙ୍କଟଙ୍କ ପରିବାର ଲୋକଙ୍କୁ ଖବର ଦେଇଛି। ପରିବାର ଲୋକେ ଆସିବା ପରେ ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ପୋଲିସ ଉକ୍ତ ଲଜ୍‌ର କେୟାର ଟେକର ସହ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଭେଙ୍କଟ ରେଲଓ୍ବେ ବାଣିଜି୍ୟକ ବିଭାଗରେ କିରାଣି ଚାକିରିରୁ ଅବସର ନେବା ପରେ ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନରେ ଏକ ଅଟୋମେଟିକ ଟିକେଟ ଭେଣ୍ଡିଂ ମେଶିନ ଚଳାଉଥିଲେ। ଷ୍ଟେଶନରେ ଥିବା କେତେଜଣ ଲୋକଙ୍କ କହିବା ଅନୁଯାୟୀ, ଭେଙ୍କଟ ସୋମବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟାରେ ଷ୍ଟେଶନରେ ପହଞ୍ଚିବା ପରେ ଟିକେଟ ମେଶିନ୍‌ରେ ନିୟୋଜିତ ଥିଲେ। ପ୍ରାୟ ସାଢେ ଗୋଟାଏ ସମୟରେ ଭେଙ୍କଟଙ୍କ ନିକଟରେ ଜଣେ ଯୁବକ ଆସି ପହଞ୍ଚିଥିଲେ। ଉଭୟ ୬ ନମ୍ବର ପ୍ଲାଟଫର୍ମ ସମ୍ମୁଖ ସୁକାନ୍ତି ଡର୍ମିଟୋରି ଲଜ୍‌କୁ ଶୌଚ ହେବା ପାଇଁ ଯାଇଥିଲେ। ସେଠାରେ ଥିବା କେୟାରଟେକର ବାମନ ମହାଳିକଙ୍କୁ ଉଭୟ ବାପ, ପୁଅ ବୋଲି ପରିଚୟ ଦେଇଥିଲେ। ଏହାପରେ କେୟାରଟେକର ତାଙ୍କୁ ଲଜ୍‌ର ଦ୍ୱିତୀୟ ମହଲାରେ ଥିବା ଏକ ରୁମ୍‌ ଯୋଗାଇ ଦେଇଥିଲେ। ଲଜ୍‌ରେ ରହିବାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିଚୟପତ୍ର ରଖିବା ନିୟମ ରହିଥିଲେ ମଧ୍ୟ କେୟାରଟେକର ତାଙ୍କଠାରୁ ତାହା ରଖି ନ ଥିଲେ। ପ୍ରାୟ ଅଧ ଘଣ୍ଟା ପରେ ଭେଙ୍କଟ ସହ ଯାଇଥିବା ଯୁବକ ନିକଟ ଦୋକାନରୁ ସାବୁନ ଆଣିବାକୁ ଯାଉଛି କହି ପଳାଇଯାଇଥିଲେ। ଯୁବକ ଜଣକ ନ ଫେରିବାରୁ କେୟାରଟେକର ମହାଳିକଙ୍କ ସନ୍ଦେହ ହୋଇଥିଲା। ସେ ଉକ୍ତ ରୁମ୍‌କୁ ଯାଇ ଦେଖିବା ପରେ ଖଟ ଉପରେ ଭେଙ୍କଟଙ୍କ ତଣ୍ଟିକାଟି ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲେ। ଘଟଣା ଅପରାହ୍ନ ପ୍ରାୟ ୨ଟାରେ ହୋଇଥିବାବେଳେ ପୋଲିସକୁ ୨ ଘଣ୍ଟା ପରେ ଖବର ଦିଆଯାଇଥିଲା। ଏଭଳି ବିଳମ୍ବକୁ ନେଇ ସନ୍ଦେହ ସୃଷ୍ଟି ହେଉଥିବାବେଳେ ଲଜ୍‌ର ସିସିଟିଭି କ୍ୟାମେରା ଅଚଳ ଥିବା କେୟାରଟେକର ମହାଳିକ କହିଛନ୍ତି। ସେହିପରି ଲଜ୍‌ ମାଲିକଙ୍କ ମୋବାଇଲ ଫୋନ୍‌ ନମ୍ବର ବନ୍ଦ ରହିବା ସହ ସେ ଫେରାର ଥିବା ଥାନା ଅଧିକାରୀ ନାୟକ କହିଛନ୍ତି।
ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ଟଙ୍କା ଲୁଟ ପାଇଁ କରାଯାଇଥିବା ସନ୍ଦେହ କରାଯାଉଛି। କାରଣ ଭେଙ୍କଟ ଟ୍ରେନ୍‌ଯାତ୍ରୀଙ୍କୁ ଟିକେଟ ଯୋଗାଉଥିବା ଭେଣ୍ଡିଂ ମେଶିନ୍‌ ଚଳାଉଥିବାରୁ ତାଙ୍କ ନିକଟରେ ଟଙ୍କା ଥିଲା। ତେଣୁ ଯୁବକ ଜଣକ ଯୋଜନା କରି ତାଙ୍କୁ ଲଜ୍‌କୁ ଡାକି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ତେଣୁ ଷ୍ଟେଶନ ସିସିଟିଭି କ୍ୟାମେରାର ଫୁଟେଜ ଓ ଉକ୍ତ ଲଜ୍‌ ନିକଟ ଅନ୍ୟ ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ହତ୍ୟାକାରୀଙ୍କୁ ପୋଲିସ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି। ଏନେଇ ଥାନା ଅଧିକାରୀ ନାୟକ କହିଛନ୍ତି, ବୃଦ୍ଧଙ୍କ ବେକରେ ପ୍ରଥମେ ଛୁରାମାଡ଼ ପରେ ତଣ୍ଟି କଟାଯାଇ ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବାକୁ ଉଦ୍ୟମ କରାଯାଉଛି।
ଏହି ଘଟଣାକୁ ମିଶାଇ ଗତ ୨୩ ଦିନ ଭିତରେ ଭୁବନେଶ୍ୱରରେ ୩ଟି ହତ୍ୟାକାଣ୍ଡ ଘଟିଲାଣି। ପ୍ରଥମେ ଗତ ଦୀପାବଳି ଅର୍ଥାତ୍‌ ଅକ୍ଟୋବର ୨୭ରେ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିବାବେଳେ ଗତ ୭ ତାରିଖରେ ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁରରେ ଆଉ ଜଣଙ୍କୁ ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri