୨୦୪୭ ସୁଦ୍ଧା ରାଜ୍ୟରୁ ହଟିବ ସିକିଲ୍‌ ସେଲ୍‌

ଭୁବନେଶ୍ୱର,୩।୮(ଅଭିଜିତ ଦାସ)ରାଜ୍ୟରେ ବର୍ତ୍ତମାନ ସିକିଲ୍‌ସେଲ୍‌ ବା ସିକିଲ୍‌ ସେଲ୍‌ ଆନିମିଆ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଅଧିକାଂଶ ରୋଗୀ ଓଡିଶାର ଦକ୍ଷିଣ ଓ ପଶ୍ଚିମ ଅଞ୍ଚଳରେ ଦେଖାଯାଉଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ୨୦୪୭ ସୁଦ୍ଧା ଏହି ରୋଗ ରାଜ୍ୟରୁ ହଟାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସିକିଲ ସେଲ୍‌ ସହ ଥାଲାସେମିଆ ରୋଗର ସ୍କ୍ରିନିଂ ସହ ପଦକ୍ଷେପ ଜାରି ରହିଛି, କାରଣ ଏହି ଦୁଇ ରୋଗ ଲୋହିତ ରକ୍ତ କଣିକାରେ ଥିବା ଅମ୍ଳଜାନ ବାହକ ହିମୋଗ୍ଲୋବିନ୍‌ର ଅସମାନତାରୁ ବଂଶାନୁକ୍ରମିକ ଭାବେ ହୋଇଥାଏ। ସେହିପରି କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ସିକିଲସେଲ୍‌ ଆନେମିଆ ମିଶନ କାର୍ଯ୍ୟକ୍ରମ ଅଧୀନରେ ଓଡିଶାରେ ବିଭିନ୍ନ ଜିଲାରେ ଏହି ରୋଗର ନିରାକରଣ ପାଇଁ ପଦକ୍ଷେପ ନିଆଯାଉଛି।
ସିକିଲ୍‌ ସେଲ୍‌ ରୋଗରେ ରୋଗୀଙ୍କ ଲୋହିତ ରକ୍ତକଣିକାରେ ହିମୋଗ୍ଲୋବିନ୍‌ର ଅଭାବ ଦେଖାଯାଇଥାଏ। ଫଳରେ ଉକ୍ତ ରକ୍ତକଣିକାଗୁଡିକ ଏକ ଦାଆ ଆକୃତି ଧାରଣ କରିବା ସହ ନଷ୍ଟ ହେବାରେ ଲାଗିଥାଏ। ଏଥିଯୋଗୁ ଶରୀରରେ ଅମ୍ଳଜାନ ଅଭାବ ସହତ ଯନ୍ତ୍ରଣା ବୃଦ୍ଧି ହୋଇଥାଏ। ବୟସ ବଢ଼ିବା ସହ ଯନ୍ତ୍ରଣା ବଢ଼ିଥାଏ। ଏପରିକି ଆୟୁଷ ମଧ୍ୟ ହ୍ରାସ ପାଇଥାଏ। ବିଭାଗୀୟ ସୂଚନା ଅନୁଯାୟୀ ୨୦୧୦ରୁ ଓଡିଶା ସିକିଲ ସେଲ ପ୍ରୋଜେକ୍ଟ ଜରିଆରେ ରାଜ୍ୟର ପଶ୍ଚିମ ଓଡିଶାର ୧୨ଟି ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପାଖାପାଖି ୨ରୁ ୩ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯାଇଥିଲା। ଏଥିପାଇଁ ୨୦୧୭ରେ ସ୍ବାସ୍ଥ୍ୟ ବିଭାଗ ଓ ସିଏମ୍‌ସି ଭେଲୋର ସହ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ପ୍ରାରମ୍ଭିକ ସ୍ତରରେ ୩ଟି ପର୍ଯ୍ୟାୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍କ୍ରିନିଂ କରାଯାଇଥିବା ବେଳେ ୧୫ ପ୍ରତିଶତ ସିକିଲ ସେଲ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ପାଖାପାଖି ୩୦ ପ୍ରତିଶତ ରୋଗୀ ସିକିଲସେଲ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ପୂର୍ବରୁ ୧୨ ଜିଲାରେ ସ୍କ୍ରିନିଂ କରାଯାଉଥିବାବେଳେ ବର୍ତ୍ତମାନ ବିଭାଗ ପକ୍ଷରୁ ୨୦ ଜିଲାରେ ସ୍କ୍ରିନିଂ କରାଯାଉଛି।
ଏ ସମ୍ପର୍କରେ ବିଭାଗର ରକ୍ତ ନିରାପତ୍ତା ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ସିକିଲ୍‌ସେଲ ରୋଗ ଦ୍ୱାରା ବିଶେଷ ଭାବରେ ଶରୀର ଲୋହିତ ରକ୍ତ କଣିକାରେ ଅସୁବିଧା ହୋଇଥାଏ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଆଦି ପଶ୍ଚିମ ଓ ଦକ୍ଷିଣ ଓଡିଶା ଜିଲାରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ଦେଖାଯାଇଥାଏ। ବର୍ତ୍ତମାନ ରାଜ୍ୟରେ ୦ ରୁ ୨୫ ବର୍ଷ ବୟସର ଲୋକଙ୍କର ସ୍କ୍ରିନିଂ ଚାଲିଥିବାବେଳେ ସ୍ବାସ୍ଥ୍ୟକର୍ମୀ, ମିଶନ ଶକ୍ତି ମହିଳାମାନେ ଘରକୁ ଘର ବୁଲି ଟେଷ୍ଟ କରୁଛନ୍ତି। ଗର୍ଭବତୀ ଓ ସ୍କୁଲ ପିଲାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ୨୦୪୭ ସୁଦ୍ଧା ରାଜ୍ୟରେ ସିକିଲସେଲ ରୋଗମୁକ୍ତ କରିବା ଲାଗି ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଜ୍ୟ ସ୍ତରରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ କମିଟି ଗଠନ କରାଯାଇ ସିକିଲସେଲ ରୋଗ ଚିହ୍ନଟ, ସଚେତନତା ଓ ଚିକିତ୍ସା ଆଦି କାର୍ଯ୍ୟକ୍ରମର ପରିଚାଳନା କରାଯାଉଥିବା ଡା. ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋର ବିଧାନସଭା ପ୍ରାର୍ଥୀ ପରିବର୍ତ୍ତନ କଲା ଭାଜପା, ରାଜୁ ଦାସଙ୍କ ବଦଳରେ ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୧୪।୫: ଭାଜପା ସୋର ବିଧାନସଭା ପ୍ରାର୍ଥୀ ବଦଳାଇଛି । ରାଜୁ ଦାସଙ୍କୁ ପରିବର୍ତ୍ତନ କରି ପର୍ଶୁରାମ ଧଡ୍ଡାଙ୍କୁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ନିକଟରେ ବିଜେଡି...

ଅବହେଳିତ ଅବସ୍ଥାରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ

ପଟ୍ଟାମୁଣ୍ଡାଇ,୧୪ା୫ (କଳ୍ପତରୁ ନାୟକ):ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ରାସ୍ତାଠାରୁ ଆରମ୍ଭ କରି ଡ୍ରେନ, ଟ୍ରାଫିକ୍‌, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ପରିମଳ ବ୍ୟବସ୍ଥା ଆଦି ଅବ୍ୟବସ୍ଥିତ ଓ ପ୍ରହସନ ପାଲଟିଛି। ଏସବୁ...

ପ୍ରଦୀପ ପାଣିଗ୍ରାହୀ ଏମ୍ସ ସ୍ଥାନାନ୍ତର: ପଞ୍ଜରା ହାଡ-ଫୁସ୍‌ଫୁସ୍‌ରେ ଲାଗିଛି ଆଘାତ

ଭୁବନେଶ୍ୱର,୧୪।୫: ବ୍ରହ୍ମପୁର ସହରରେ ସୋମବାର ମତଦାନ ଶେଷ ହେବା ବେଳକୁ ଭାଜପା ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଛି। ଏଥିରେ ସେ ଆହତ ହେବାରୁ...

୧୯ରେ ଆଣ୍ଡାମାନ ଛୁଇଁବ ମୌସୁମୀ

ଭୁବନେଶ୍ୱର,୧୪।୫(ଅସମାପିକା ସାହୁ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଛୁଇଁବ। ଏଥିପାଇଁ ପାଗ...

ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର-ପ୍ରଦୀପ ପାଣିଗ୍ରାହୀ ହାତାହାତି

ବ୍ରହ୍ମପୁର,୧୩।୫: ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବଂ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ହାତାହାତି ହୋଇଛନ୍ତି। ଗୋଷାଣୀ ନୂଆଗାଁ ଉତ୍କଳମଣି ୟୁପି ସ୍କୁଲ ବୁଥ...

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଚାଲିଗଲା ୨ ନାବାଳକଙ୍କ ଜୀବନ

ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ କ୍ଷେତରେ ଖଞ୍ଜା ଯାଇଥିବା ୟୁଜିବି ଲ୍ୟାଣ୍ଡମାଇନ୍‌ ସଂସ୍ପର୍ଶରେ ଆସି ସୋମବାର ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

ବୋଲେରୋରୁ ମିଳିଲା ୨ଲକ୍ଷ ୬୪ ହଜାରରୁ ଅଧିକ ଟଙ୍କା

ବାରିପଦା,୧୨।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଶାମାଖୁଣ୍ଟା ବ୍ଳକ ରଙ୍ଗମାଟିଆ ଛକରୁ ଏକ ବୋଲେରୋ ଗାଡିରୁ ବିପୁଳ ପରିମାଣର ଟଙ୍କା...

କୋଟିଆରେ ୭୬.୫୩ ପ୍ରତିଶତ ମତଦାନ: ଭୋଟରଙ୍କ ପାଇଁ ତତ୍ପରତା ଦେଖାଇଲା ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୧୩ା୫(ଶରତ ଧଳ): ପ୍ରଥମ ପର୍ଯ୍ୟାୟ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ସୋମବାର ଭୋଟର ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି। ସୀମାନ୍ତ ଭୋଟରଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri