୨୦୪୭ ସୁଦ୍ଧା ରାଜ୍ୟରୁ ହଟିବ ସିକିଲ୍‌ ସେଲ୍‌

ଭୁବନେଶ୍ୱର,୩।୮(ଅଭିଜିତ ଦାସ)ରାଜ୍ୟରେ ବର୍ତ୍ତମାନ ସିକିଲ୍‌ସେଲ୍‌ ବା ସିକିଲ୍‌ ସେଲ୍‌ ଆନିମିଆ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଅଧିକାଂଶ ରୋଗୀ ଓଡିଶାର ଦକ୍ଷିଣ ଓ ପଶ୍ଚିମ ଅଞ୍ଚଳରେ ଦେଖାଯାଉଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ୨୦୪୭ ସୁଦ୍ଧା ଏହି ରୋଗ ରାଜ୍ୟରୁ ହଟାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସିକିଲ ସେଲ୍‌ ସହ ଥାଲାସେମିଆ ରୋଗର ସ୍କ୍ରିନିଂ ସହ ପଦକ୍ଷେପ ଜାରି ରହିଛି, କାରଣ ଏହି ଦୁଇ ରୋଗ ଲୋହିତ ରକ୍ତ କଣିକାରେ ଥିବା ଅମ୍ଳଜାନ ବାହକ ହିମୋଗ୍ଲୋବିନ୍‌ର ଅସମାନତାରୁ ବଂଶାନୁକ୍ରମିକ ଭାବେ ହୋଇଥାଏ। ସେହିପରି କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ସିକିଲସେଲ୍‌ ଆନେମିଆ ମିଶନ କାର୍ଯ୍ୟକ୍ରମ ଅଧୀନରେ ଓଡିଶାରେ ବିଭିନ୍ନ ଜିଲାରେ ଏହି ରୋଗର ନିରାକରଣ ପାଇଁ ପଦକ୍ଷେପ ନିଆଯାଉଛି।
ସିକିଲ୍‌ ସେଲ୍‌ ରୋଗରେ ରୋଗୀଙ୍କ ଲୋହିତ ରକ୍ତକଣିକାରେ ହିମୋଗ୍ଲୋବିନ୍‌ର ଅଭାବ ଦେଖାଯାଇଥାଏ। ଫଳରେ ଉକ୍ତ ରକ୍ତକଣିକାଗୁଡିକ ଏକ ଦାଆ ଆକୃତି ଧାରଣ କରିବା ସହ ନଷ୍ଟ ହେବାରେ ଲାଗିଥାଏ। ଏଥିଯୋଗୁ ଶରୀରରେ ଅମ୍ଳଜାନ ଅଭାବ ସହତ ଯନ୍ତ୍ରଣା ବୃଦ୍ଧି ହୋଇଥାଏ। ବୟସ ବଢ଼ିବା ସହ ଯନ୍ତ୍ରଣା ବଢ଼ିଥାଏ। ଏପରିକି ଆୟୁଷ ମଧ୍ୟ ହ୍ରାସ ପାଇଥାଏ। ବିଭାଗୀୟ ସୂଚନା ଅନୁଯାୟୀ ୨୦୧୦ରୁ ଓଡିଶା ସିକିଲ ସେଲ ପ୍ରୋଜେକ୍ଟ ଜରିଆରେ ରାଜ୍ୟର ପଶ୍ଚିମ ଓଡିଶାର ୧୨ଟି ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପାଖାପାଖି ୨ରୁ ୩ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯାଇଥିଲା। ଏଥିପାଇଁ ୨୦୧୭ରେ ସ୍ବାସ୍ଥ୍ୟ ବିଭାଗ ଓ ସିଏମ୍‌ସି ଭେଲୋର ସହ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ପ୍ରାରମ୍ଭିକ ସ୍ତରରେ ୩ଟି ପର୍ଯ୍ୟାୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍କ୍ରିନିଂ କରାଯାଇଥିବା ବେଳେ ୧୫ ପ୍ରତିଶତ ସିକିଲ ସେଲ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ପାଖାପାଖି ୩୦ ପ୍ରତିଶତ ରୋଗୀ ସିକିଲସେଲ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ପୂର୍ବରୁ ୧୨ ଜିଲାରେ ସ୍କ୍ରିନିଂ କରାଯାଉଥିବାବେଳେ ବର୍ତ୍ତମାନ ବିଭାଗ ପକ୍ଷରୁ ୨୦ ଜିଲାରେ ସ୍କ୍ରିନିଂ କରାଯାଉଛି।
ଏ ସମ୍ପର୍କରେ ବିଭାଗର ରକ୍ତ ନିରାପତ୍ତା ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ସିକିଲ୍‌ସେଲ ରୋଗ ଦ୍ୱାରା ବିଶେଷ ଭାବରେ ଶରୀର ଲୋହିତ ରକ୍ତ କଣିକାରେ ଅସୁବିଧା ହୋଇଥାଏ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଆଦି ପଶ୍ଚିମ ଓ ଦକ୍ଷିଣ ଓଡିଶା ଜିଲାରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ଦେଖାଯାଇଥାଏ। ବର୍ତ୍ତମାନ ରାଜ୍ୟରେ ୦ ରୁ ୨୫ ବର୍ଷ ବୟସର ଲୋକଙ୍କର ସ୍କ୍ରିନିଂ ଚାଲିଥିବାବେଳେ ସ୍ବାସ୍ଥ୍ୟକର୍ମୀ, ମିଶନ ଶକ୍ତି ମହିଳାମାନେ ଘରକୁ ଘର ବୁଲି ଟେଷ୍ଟ କରୁଛନ୍ତି। ଗର୍ଭବତୀ ଓ ସ୍କୁଲ ପିଲାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ୨୦୪୭ ସୁଦ୍ଧା ରାଜ୍ୟରେ ସିକିଲସେଲ ରୋଗମୁକ୍ତ କରିବା ଲାଗି ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଜ୍ୟ ସ୍ତରରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ କମିଟି ଗଠନ କରାଯାଇ ସିକିଲସେଲ ରୋଗ ଚିହ୍ନଟ, ସଚେତନତା ଓ ଚିକିତ୍ସା ଆଦି କାର୍ଯ୍ୟକ୍ରମର ପରିଚାଳନା କରାଯାଉଥିବା ଡା. ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri