୨୦୨୦ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଆବଶ୍ୟକ ଅର୍ଥ ନାହିଁ : ଜିଲାପାଳଙ୍କୁ ଭେଟି ସହାୟତା ଲୋଡ଼ିଲେ ଆଥଲେଟ ଜଉନା ମୁର୍ମୁ

ବାରିପଦା ଅଫିସ,୩୧ା୧୦- ୨୦୨୦ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବାକୁ ଅନ୍ତର୍ଜାତୀୟସ୍ତରୀୟ ଆଥଲେଟ ଜଉନା ମୁର୍ମୁଙ୍କ ନିକଟରେ ସମ୍ବଳ ନାହିଁ। ଏହି ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବାକୁ ପ୍ରାୟ ୪୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ହେଲେ ତାଙ୍କୁ କେହିି ପ୍ରୋତ୍ସାହନକାରୀ ମିଳି ନ ଥିବାରୁ ବୁଧବାର ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ସେ ସାକ୍ଷାତ କରି ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ରାଜ୍ୟର ବିଭିନ୍ନ ଶିଳ୍ପ ସଂସ୍ଥା ଜରିଆରେ ତାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାକୁ କହିଛନ୍ତି। ଜିଲାପାଳ ଭରଦ୍ୱାଜ ମଧ୍ୟ ତାଙ୍କୁ ଆବଶ୍ୟକ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସରକାର ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ବହୁ କାର୍ଯ୍ୟକ୍ରମ କରୁଥିବା ବେଳେ ଜଣେ ଅନ୍ତର୍ଜାତୀୟସ୍ତରୀୟ କ୍ରୀଡ଼ାବିତଙ୍କ ଏଭଳି ଅବସ୍ଥା ସରକାରଙ୍କ ବିଫଳତାକୁ ପଦାରେ ପକାଇଛି।
ବଣ ପାହାଡ଼ଘେରା ମୟୂରଭଞ୍ଜ ଜିଲା ତିରିଂ ବ୍ଲକ ଅଧୀନ ବଡକୁରୁମ ଗାଁର ଏକ ଚାଷୀ ପରିବାରରେ ୧୬ ଅଗଷ୍ଟ ୧୯୯୦ରେ ଜଉନାଙ୍କ ଜନ୍ମ। ବାପା ପୁରନ୍ଦର ମୁର୍ମୁ ଓ ମା’ କାପୁରାଙ୍କ ୫ ସନ୍ତାନ ମଧ୍ୟରୁ ସେ ତୃତୀୟ। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସ୍କୁଲ ଜୀବନରୁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ସରକାରୀ ପ୍ରୋତ୍ସାହନ ତଥା ପ୍ରଶିକ୍ଷଣର ଅଭାବ ସତ୍ତ୍ୱେ ସେ ତାଙ୍କ ପ୍ରୟାସ ଜାରି ରଖି ଜଣେ ସଫଳ ଆଥଲେଟ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ମାତ୍ର ଅର୍ଥାଭାବ ଯୋଗୁ ଆଗକୁ ବଢ଼ିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି। ଜଉନା କହିଛନ୍ତି ଯେ, କିଛି ବର୍ଷ ହେବ ସ୍ପୋଟର୍‌ସ କୋଟାରେ ଓଏନଜିସି (ଅଏଲ ଆଣ୍ଡ ନେଚୁରାଲ ଗ୍ୟାସ କର୍ପୋରେଶନ)ରେ ଚାକିରି କରୁଛନ୍ତି। ତେବେ ମିଳୁଥିବା ଦରମା ତାଙ୍କ ପ୍ରଶିକ୍ଷଣ ପାଇଁ ପର୍ଯ୍ୟାପ୍ତ ହୋଇପାରୁ ନାହିଁ। ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଡିଏସପି ର଼୍ୟାଙ୍କର ଚାକିରି ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଜଉନା ଏଥିରୁ ବାଦ ପଡିଛନ୍ତି। ରାଜ୍ୟ ସରକାର ଅନ୍ୟ କ୍ରୀଡ଼ାବିତମାନଙ୍କୁ ଏହି ପଦବୀରେ ଅବସ୍ଥାପିତ କରୁୁଥିବା ବେଳେ ଜଉନା କିନ୍ତୁ ଏଥିରୁ ବାଦ୍‌ ପଡିଛନ୍ତି। ପ୍ରାୟ ୪ ବର୍ଷ ପୂର୍ବେ ତାଙ୍କୁ କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ଏଯାଏ ପୂରଣ କରିବାକୁ ଆନ୍ତରିକତା ପ୍ରକାଶ ପାଉନାହିଁ। ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ (ମାସା)ର ରାଜ୍ୟ ସଭାପତି ଶୁକଲାଲ ମାରାଣ୍ଡି ଏହି ଘଟଣାରେ ମତ ରଖି ରାଜ୍ୟ କ୍ରୀଡ଼ା ବିଭାଗ ଜଣେ ଉଦୀୟମାନ କ୍ରୀଡ଼ାବିତଙ୍କୁ ଅବହେଳା କରୁଛି ଓ ଜଉନାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ସରକାର ତଥା ଜିଲା ପ୍ରଶାସନ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri