୨୦ ବର୍ଷ ପରେ ପୁଣି ମହାବାତ୍ୟା ଭୟ: ଏରସମା ବ୍ଲକ ଅଞ୍ଚଳରେ ସର୍ବାଧିକ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା

ଜଗତ୍‌ସିଂହପୁର ଅଫିସ୍‌/ଏରସମା,୧୯ା୫(ସ୍ବ.ପ୍ର.): ଦୀର୍ଘ ୨୦ ବର୍ଷ ପରେ ଆସନ୍ତା ୨୦ ତାରିଖରେ ପୁଣି ଏକ ମହାବାତ୍ୟାର ଆଶଙ୍କା ରହିଛି। ଏହି ଖବର ବିଶେଷକରି ୧୯୯୯ ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳ ଏରସମା ବ୍ଲକର ଲୋକଙ୍କୁ ଆତଙ୍କିତ କରିଦେଇଛି। ତେବେ ସମ୍ଭାବ୍ୟ ପରିସ୍ଥିତି ନେଇ ଜିଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଚାଲିଛି। ଏଥିମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି। ଗୋଟିଏ ଏନ୍‌ଡିଆର୍‌ଏଫ୍‌, ୨ ଓଡ୍ରାଫ୍‌ ଟିମ୍‌ ସମେତ ଏକାଧିକ ଅଗ୍ନିଶମ ବାହିନୀ ସଜାଗ ରହିଛି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ଜିଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।
୧୯୯୯ ମହାବାତ୍ୟାରେ କେବଳ ଏରସମା ବ୍ଲକ ଅଞ୍ଚଳର ପ୍ରାୟ ୧୦ ହଜାର ଲୋକଙ୍କ ଜୀବନହାନି ଘଟିଥିଲା। ସମୁଦ୍ର ପାଖାପାଖି ୨୦ କିଲୋମିଟର ଏପରି କି ଏରସମା ଅତିକ୍ରମ କରି କୋଠି ପର୍ଯ୍ୟନ୍ତ ମାଡ଼ି ଯାଇଥିଲା। ଯେହେତୁ ଅକ୍ଟୋବର ୨୯ ରାତିରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ମହାବାତ୍ୟା ପ୍ରଳୟଙ୍କରୀ ରୂପ ନେଇଥିଲା, ତେଣୁ କେହି କୁଆଡେ ଯିବା ତ ଦୂରର କଥା ଜୀବନ ବଞ୍ଚାଇବା କଷ୍ଟକର ଥିଲା। ସମୁଦ୍ର ଲହଡିରେ ଶହ ଶହ ମଣିଷ, ଗୋରୁ ଓ ଜୀବଜନ୍ତୁ ଭାସି ଯାଇଥିଲେ। ମାଟିଝାଟି ଓ ଚାଳ ଛପର ଘରଗୁଡିକର ଚିହ୍ନବର୍ଣ୍ଣ ନ ଥିଲା। ସେମାନଙ୍କ ମଧ୍ୟରୁ କେତେଜଣ ଗଛକୁ ଧରି ବଞ୍ଚତ୍ ଯାଇଥିଲେ। ଏହି ମହାବାତ୍ୟାରେ ଜପା ପଞ୍ଚାୟତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ପଞ୍ଚାୟତର ଝାଟିପାରି ଗ୍ରାମର ସର୍ବାଧିକ ୭୦୦, ଦହିବର ୫୮୭ ଓ ଖୋଳପ ଗ୍ରାମର ୩୩୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଆମ୍ବିକି, ପଦ୍ମପୁର, ଗୋଡ଼ା, ଗଡ଼ବିଶୁନପୁର, ଗଡ଼ହରିଶପୁର, ଜପା, ବାଲିତୁଠ, ଗଡ଼କୁଜଙ୍ଗ ଓ ନୂଆଗାଁ ଆଦି ସମୁଦ୍ର ସଂଲଗ୍ନ ପଞ୍ଚାୟତଗୁଡିକ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ଏ ସମ୍ପର୍କରେ ପଦ୍ମପୁର ପଞ୍ଚାୟତ ଶଙ୍ଖା ଗ୍ରାମର ଜ୍ୟୋତ୍ସ୍ନାରାଣୀ ଦେଈ (୭୦) ପୁଣି ଏକ ମହାବାତ୍ୟା କଥା ଶୁଣି ଭୟଭୀତ ହୋଇ ପଡିଛନ୍ତି। ସେ କହିଛନ୍ତି ୧୯୯୯ ମହାବାତ୍ୟାରେ ତାଙ୍କ ପରିବାରର ୩୧ ଜଣଙ୍କ ଜୀବନହାନି ଘଟିଥିଲା। ସୌଭାଗ୍ୟକୁ ସେ ଗଛକୁ ଧରି ଜୀବନ ବଞ୍ଚାଇଥିଲେ। ତା’ପରେ ଗାଁ ଛାଡି ସିହା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ରହୁଛନ୍ତି। ଜପା ପଞ୍ଚାୟତ ସରପଞ୍ଚ ତପନ ଗୋଛାୟତ କହିଛନ୍ତି, ଏତେସତ୍ତ୍ବେ ପଞ୍ଚାୟତ ଅନ୍ତର୍ଗତ ଝାଟିପାରି ଗ୍ରାମରେ ଏକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇପାରିଲା ନାହିଁ। ଏ ସମ୍ପର୍କରେ ଅନ୍ୟ କେତେଜଣ ଲୋକଙ୍କ କହିବା କଥା ହେଲା, ୧୯୯୯ ମହାବାତ୍ୟା ବେଳେ ବାତ୍ୟା ଆଶ୍ରୟସ୍ଥଳ ନ ଥିଲେ ସୁଦ୍ଧା ପରେ ୧୫ଟି ବହୁମୁଖୀ ସମେତ ଏକାଧିକ ବାତ୍ୟା ଆଶ୍ରୟସ୍ଥଳ ହେଲା। ଦୁଃଖର କଥା ହେଲା ସେଥିରୁ ଅଧିକାଂଶ ଅସୁରକ୍ଷିତ। ନିକଟରେ ୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ମରାମତି ପାଇଁ ଟେଣ୍ଡର ହୋଇଛି। ଏ ପରିସ୍ଥିତିରେ ମହାବାତ୍ୟା ଭୟ ବଢାଇ ଦେଇଛି। ଅନୁରୂପ ଭାବେ ବାଲିକୁଦା, ପାରାଦୀପ ଓ କୁଜଙ୍ଗ ସମେତ ଜିଲାବ୍ୟାପୀ ଭୟ ସୃଷ୍ଟି ହୋଇଛି।
ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୋମବାର ପୂର୍ବାହ୍ନରେ ଏରସମା ବ୍ଲକ ଗସ୍ତକରି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସମୀକ୍ଷା କରିଛନ୍ତି। ସେ ଜିରାଇଲୋ, ପଦ୍ମପୁର, ଆମ୍ବିକି ଓ କାଙ୍କଣସ୍ଥିତ ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ଚତ୍ ବ୍ଲକ ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଏହି ସମୟରେ ତାଙ୍କ ସହ ବିଡିଓ କୈଳାସ ଚନ୍ଦ୍ର ବେହେରା ଓ ଅତିରିକ୍ତ ବିଡିଓ ବିଜୟ କେତନ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ। ଜିଲାପାଳ ମହାପାତ୍ର କହିଛନ୍ତ, ଏରସମା ବ୍ଲକରେ କରାଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଛାଡି ଅନ୍ୟ ସ୍ଥାନରେ ବାତ୍ୟା ବିପନ୍ନଙ୍କ ପାଇଁ ଆଶ୍ରୟସ୍ଥଳ ଓ ଖାଦ୍ୟର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପ୍ରଧାନମନ୍ତ୍ରୀଙ୍କ ସହ କିଛି ବି ହୋଇଥାଆନ୍ତା’, କାହିଁକି ଏମିତି କହିଲେ ଓମ ବିର୍ଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମୁଲତବୀ କରାଯିବା ଉପରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ…

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ତତ୍ପରତା ଦେଖାଇଲା ଜିଲା ପ୍ରଶାସନ, ଜେସିବି ମେଶିନ ସାହାଯ୍ୟରେ ହଟାଗଲା ହମ୍ପସ

ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

୧ ବଲ୍‌ ୯ ରନ୍‌: ବିନା ଓ୍ବାଇଡ୍‌-ନୋ ବଲ୍‌ରେ କେମିତି ହେଲା ସମ୍ଭବ, ଜାଣନ୍ତୁ କ୍ରିକେଟ୍‌ ପଡ଼ିଆରେ ରୋଚକ ଘଟଣା

ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ…

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଜୋରଦାର୍‌ ଝଟ୍‌କା: ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇ…

ନୂଆଦିଲ୍ଲୀ,୫।୨: ICC ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିଙ୍କ ଆଘାତର ଧାରା ଜାରି ରହିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ତାଲିକାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri