୨ ଲକ୍ଷ କୋଟିର ଋଣ ରାଇଟଅଫ୍‌ କଲେ ବ୍ୟାଙ୍କ

ନୂଆଦିଲ୍ଲୀ,୩୦-୧୧: ଦେଶରେ ସୂଚୀଭୁକ୍ତ ୪୨ ବାଣିଜି୍ୟକ ବ୍ୟାଙ୍କ ୨୦୧୮-୧୯ରେ ୨.୧୨ ଲକ୍ଷ କୋଟି ଟଙ୍କାର ଋଣ ରାଇଟ ଅଫ୍‌ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପାର୍ଲାମେଣ୍ଟକୁ ଦିଆଯାଇଥିବା ସୂଚନା ଏହା ସାମ୍ନାକୁ ଆସିଛି। ୨୦୧୭-୧୮ରେ ରାଇଟ ଅଫ୍‌ ହୋଇଥିବା ଋଣ ପରିମାଣଠାରୁ ଏହା ୪୨% ଅଧିକ ରହିଛି। ଏହି ସମୟରେ ବ୍ୟାଙ୍କ ୧.୫ ଲକ୍ଷ କୋଟି ଟଙ୍କାର ଋଣ ରାଇଟଅଫ୍‌ କରିଥିଲେ। ରାଇଟଅଫ୍‌ କରାଯାଇଥିବା ଋଣ ବ୍ୟାଙ୍କଗୁଡିକର ମୋଟ ଅନାଦାୟ ଋଣ(ଏନ୍‌ପିଏ)ର ୨୦% ରହିଥିବା ଜଣାପଡ଼ିଛି। ବ୍ୟାଙ୍କ ସାଧାରଣତଃ ସେମାନଙ୍କ ବାଲାନ୍ସ ସିଟକୁ ସ୍ବଚ୍ଛ ଦେଖାଇବା ଲାଗି ଏନ୍‌ପିଏକୁ ସେମାନଙ୍କ ଖାତାରେ ଦେଖାଇ ନ ଥାନ୍ତି। ଅର୍ଥାତ ବାଦ ଦେଇଥାନ୍ତି। ଏହା ଦ୍ୱାରା ବ୍ୟାଙ୍କଗୁଡିକର ବାଲାନ୍ସ ସିଟ୍‌ ସ୍ବଚ୍ଛ ହେବା ସହ କ୍ଷତି ଏବଂ ଲାୟାବିଲିଟି କମ୍‌ ହୋଇଥାଏ। ବ୍ୟାଙ୍କଗୁଡିକ ରାଇଟ ଅଫ କରିଥିବା ଋଣ ଏବଂ ବାଲାନ୍ସ ସିଟକୁ ବାଦ ଦିଆଯାଇଥିବା ଋଣ ଯାହା ୪ ବର୍ଷ ହେଲା ପ୍ରଦାନ କରାଯାଇଥିବା ତାକୁ ଆରବିଆଇ ନିୟମ ମୁତାବକ ଏନ୍‌ପିଏ ବୋଲି ବିଚାର କରାଯାଇଥାଏ।
୨୦୧୪-୧୫ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାର ଶାସନ କ୍ଷମତାକୁ ଆସିବା ପରେ ଦେଶର ବ୍ୟାଙ୍କଗୁଡିକ ୫.୭ ଲକ୍ଷ କୋଟି ଟଙ୍କାର ଋଣ ରାଉଟ ଅଫ୍‌ କରିଛନ୍ତି। ୨୧ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କଥା ବିଚାରକୁ ନେଲେ ଏମାନେ ଅଧିକ ପରିମାଣର ଚାପଗ୍ରସ୍ତ ଋଣକୁ ସେମାନଙ୍କ ବାଲାନ୍ସ ସିଟରୁ ହଟାଇଛନ୍ତି। ୨୦୧୮-୧୯ରେ ବ୍ୟାଙ୍କଗୁଡିକ ୧.୯ ଲକ୍ଷ କୋଟି ଟଙ୍କାର ଋଣ ରାଇଟଅଫ କରିଛନ୍ତି। ମୋଟ ବାଣିଜି୍ୟକ ବ୍ୟାଙ୍କ କରିଥିବା ଋଣ ରାଇଟ ଅଫର ଏହା ୯୦%। ୨୦୧୪-୧୫ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଯେଉଁ ପରିମାଣର ଋଣ ରାଇଟଅଫ କରିଥିଲେ ସେହି ତୁଳନାରେ ୨୦୧୮-୧୯ର ରାଇଟଅଫ୍‌ ହୋଇଥିବା ଋଣ ପରିମାଣ ପ୍ରାୟ ୪ ଗୁଣ ଅଧିକ। ୨୦୧୭-୧୮ ତୁଳନାରେ ଏକ ତୃତୀୟାଂଶ ବାଣିଜି୍ୟକ ବ୍ୟାଙ୍କ ନିମ୍ନ ପରିମାଣର ଋଣକୁ ସେମାନଙ୍କ ବାଲାନ୍ସ ସିଟରୁ ହଟାଇଛନ୍ତି। ସରକାରଙ୍କ ସୂଚନା ମୁତାମକ ଏହା ମଧ୍ୟରେ କେବଳ ୩ ସରକାରୀ ବ୍ୟାଙ୍କ ରହିଛି।
ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଏହି ସମୟରେ ସର୍ବାଧିକ ୫୬,୫୦୦ କୋଟି ଟଙ୍କା ଋଣ ଏହାର ବାଲାନ୍ସ ସିଟରୁ ହଟାଇଛି। ୨୦୧୪-୧୫ରେ ବ୍ୟାଙ୍କଗୁଡିକରେ ଏନ୍‌ପିଏ ୩.୨ଲକ୍ଷ କୋଟି ଟଙ୍କା ରହିଥିଲା।ମାତ୍ର ଗତ ୪ବର୍ଷରେ ଏହା ୩ ଗୁଣ ବଢି ୨୦୧୮-୧୯ରେ ୯.୪ ଲକ୍ଷ କୋଟି ଟଙ୍କାକୁ ବଢିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri