୨ ଲକ୍ଷ କୋଟିର ଋଣ ରାଇଟଅଫ୍‌ କଲେ ବ୍ୟାଙ୍କ

ନୂଆଦିଲ୍ଲୀ,୩୦-୧୧: ଦେଶରେ ସୂଚୀଭୁକ୍ତ ୪୨ ବାଣିଜି୍ୟକ ବ୍ୟାଙ୍କ ୨୦୧୮-୧୯ରେ ୨.୧୨ ଲକ୍ଷ କୋଟି ଟଙ୍କାର ଋଣ ରାଇଟ ଅଫ୍‌ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପାର୍ଲାମେଣ୍ଟକୁ ଦିଆଯାଇଥିବା ସୂଚନା ଏହା ସାମ୍ନାକୁ ଆସିଛି। ୨୦୧୭-୧୮ରେ ରାଇଟ ଅଫ୍‌ ହୋଇଥିବା ଋଣ ପରିମାଣଠାରୁ ଏହା ୪୨% ଅଧିକ ରହିଛି। ଏହି ସମୟରେ ବ୍ୟାଙ୍କ ୧.୫ ଲକ୍ଷ କୋଟି ଟଙ୍କାର ଋଣ ରାଇଟଅଫ୍‌ କରିଥିଲେ। ରାଇଟଅଫ୍‌ କରାଯାଇଥିବା ଋଣ ବ୍ୟାଙ୍କଗୁଡିକର ମୋଟ ଅନାଦାୟ ଋଣ(ଏନ୍‌ପିଏ)ର ୨୦% ରହିଥିବା ଜଣାପଡ଼ିଛି। ବ୍ୟାଙ୍କ ସାଧାରଣତଃ ସେମାନଙ୍କ ବାଲାନ୍ସ ସିଟକୁ ସ୍ବଚ୍ଛ ଦେଖାଇବା ଲାଗି ଏନ୍‌ପିଏକୁ ସେମାନଙ୍କ ଖାତାରେ ଦେଖାଇ ନ ଥାନ୍ତି। ଅର୍ଥାତ ବାଦ ଦେଇଥାନ୍ତି। ଏହା ଦ୍ୱାରା ବ୍ୟାଙ୍କଗୁଡିକର ବାଲାନ୍ସ ସିଟ୍‌ ସ୍ବଚ୍ଛ ହେବା ସହ କ୍ଷତି ଏବଂ ଲାୟାବିଲିଟି କମ୍‌ ହୋଇଥାଏ। ବ୍ୟାଙ୍କଗୁଡିକ ରାଇଟ ଅଫ କରିଥିବା ଋଣ ଏବଂ ବାଲାନ୍ସ ସିଟକୁ ବାଦ ଦିଆଯାଇଥିବା ଋଣ ଯାହା ୪ ବର୍ଷ ହେଲା ପ୍ରଦାନ କରାଯାଇଥିବା ତାକୁ ଆରବିଆଇ ନିୟମ ମୁତାବକ ଏନ୍‌ପିଏ ବୋଲି ବିଚାର କରାଯାଇଥାଏ।
୨୦୧୪-୧୫ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାର ଶାସନ କ୍ଷମତାକୁ ଆସିବା ପରେ ଦେଶର ବ୍ୟାଙ୍କଗୁଡିକ ୫.୭ ଲକ୍ଷ କୋଟି ଟଙ୍କାର ଋଣ ରାଉଟ ଅଫ୍‌ କରିଛନ୍ତି। ୨୧ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କଥା ବିଚାରକୁ ନେଲେ ଏମାନେ ଅଧିକ ପରିମାଣର ଚାପଗ୍ରସ୍ତ ଋଣକୁ ସେମାନଙ୍କ ବାଲାନ୍ସ ସିଟରୁ ହଟାଇଛନ୍ତି। ୨୦୧୮-୧୯ରେ ବ୍ୟାଙ୍କଗୁଡିକ ୧.୯ ଲକ୍ଷ କୋଟି ଟଙ୍କାର ଋଣ ରାଇଟଅଫ କରିଛନ୍ତି। ମୋଟ ବାଣିଜି୍ୟକ ବ୍ୟାଙ୍କ କରିଥିବା ଋଣ ରାଇଟ ଅଫର ଏହା ୯୦%। ୨୦୧୪-୧୫ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଯେଉଁ ପରିମାଣର ଋଣ ରାଇଟଅଫ କରିଥିଲେ ସେହି ତୁଳନାରେ ୨୦୧୮-୧୯ର ରାଇଟଅଫ୍‌ ହୋଇଥିବା ଋଣ ପରିମାଣ ପ୍ରାୟ ୪ ଗୁଣ ଅଧିକ। ୨୦୧୭-୧୮ ତୁଳନାରେ ଏକ ତୃତୀୟାଂଶ ବାଣିଜି୍ୟକ ବ୍ୟାଙ୍କ ନିମ୍ନ ପରିମାଣର ଋଣକୁ ସେମାନଙ୍କ ବାଲାନ୍ସ ସିଟରୁ ହଟାଇଛନ୍ତି। ସରକାରଙ୍କ ସୂଚନା ମୁତାମକ ଏହା ମଧ୍ୟରେ କେବଳ ୩ ସରକାରୀ ବ୍ୟାଙ୍କ ରହିଛି।
ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଏହି ସମୟରେ ସର୍ବାଧିକ ୫୬,୫୦୦ କୋଟି ଟଙ୍କା ଋଣ ଏହାର ବାଲାନ୍ସ ସିଟରୁ ହଟାଇଛି। ୨୦୧୪-୧୫ରେ ବ୍ୟାଙ୍କଗୁଡିକରେ ଏନ୍‌ପିଏ ୩.୨ଲକ୍ଷ କୋଟି ଟଙ୍କା ରହିଥିଲା।ମାତ୍ର ଗତ ୪ବର୍ଷରେ ଏହା ୩ ଗୁଣ ବଢି ୨୦୧୮-୧୯ରେ ୯.୪ ଲକ୍ଷ କୋଟି ଟଙ୍କାକୁ ବଢିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ଆସନ୍ତାକାଲିଠୁ Flipkart Freedom Sale ଆରମ୍ଭ: ଜାଣନ୍ତୁ ୫ ଧମାକାଦାର ଡିସ୍‌କାଉଣ୍ଟ, କରନ୍ତୁ ନାହିଁ ମିସ୍‌

ନୂଆଦିଲ୍ଲୀ, ୭।୮: Flipkart Freedom Sale ୨୦୨୬ ଆସନ୍ତାକାଲି ଅର୍ଥାତ୍‌ ୮ ଅଗଷ୍ଟରୁ ଆରମ୍ଭ ହେଉଛି। ଯଦି ଆପଣ ଏହି ସେଲ୍‌ରେ ନୂଆ ଫୋନ କିଣିବାକୁ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri