Posted inଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ବାଂଲାଦେଶକୁ ପ୍ରଥମ ଟାଇଟଲ

ପୋଚେଫ୍ସଟ୍ରୁମ୍‌,୯।୨(ପି.ଟି.)- ଅଣ୍ଡରଡଗ୍‌ କୁହାଯାଉଥିବା ବାଂଲାଦେଶ ଏଥର ୧୯ ବର୍ଷରୁ କମ୍‌ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ସ୍ଥାନୀୟ ସେନଓ୍ବେଜ ପାର୍କ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶ ଡକ୍‌ଓ୍ବର୍ଥ ଲୁଇସ୍‌ ନିୟମରେ ଗତଥରର ଚାମ୍ପିୟନ ଭାରତକୁ ୨୩ଟି ବଲ୍‌ ବାକି ରଖି ୩ ଉଇକେଟରେ ପରାସ୍ତ କରିଛି। ଏଥିସହିତ ପ୍ରଥମଥର ପାଇଁ ବାଂଲାଦେଶ ବିଶ୍ୱକପ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଟସ୍‌ ଜିତି ବାଂଲାଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୪୭.୨ ଓଭରରେ ୧୭୭ ରନକରି ଅଲଆଉଟ ହୋଇଥିଲା। ମ୍ୟାଚ୍‌ର ଶେଷ ଆଡକୁ ବର୍ଷା ହେବା କାରଣରୁ ବାଂଲାଦେଶ ସମ୍ମୁଖରେ ଡକ୍‌ଓ୍ବର୍ଥ ଲୁଇସ୍‌ ନିୟମରେ ୪୬ ଓଭରରେ ପରିବର୍ତ୍ତିତ ୧୭୦ ରନର ଟାର୍ଗେଟ ଧାର୍ଯ୍ୟ କରାଯାଇଥିଲା। ବାଂଲାଦେଶ ଏହାକୁ ୪୨.୧ ଓଭରରେ ହାସଲ କରିନେଇଥିଲା। ୧୭୮ ରନ ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ଭଲ ଆରମ୍ଭ କରିଥିଲା। ପ୍ରଥମ ଉଇକେଟରେ ଦୁଇ ଓପନର ପରଭେଜ ହୋସେନ ଇମୋନ ଓ ତାନ୍‌ଜିଦ୍‌ ହାସନ ୫୦ ରନ ସଂଗ୍ରହ କରିଥିଲେ। ତେବେ ତାନଜିଦ ୧୭ ରନ କରି ଲେଗ୍‌ ସ୍ପିନର ରବି ବିଷ୍ଣୋଇଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହାପରେ ବିଷ୍ଣୋଇଙ୍କୁ ସମ୍ମୁଖୀନ ହୋଇ ନ ପାରି ବାଂଲାଦେଶ କେତୋଟି ଉଇକେଟ ହରାଇଥିଲା। ଇମୋନ ୪୭ ରନକରି ଆଉଟ ହୋଇଥିବା ବେଳେ ଅଧିନାୟକ ଆକବର ଅଲି ଧୈର୍ଯ୍ୟର ସହ ବ୍ୟାଟିଂ କରି ୪୩ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଭାରତ ତରଫରୁ ବିଷ୍ଣୋଇ ସର୍ବାଧିକ ୪, ସୁଶାନ୍ତ ମିଶ୍ରା ୨ ଓ ଜୈସୁଆଲ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

ଜୈସୁଆଲଙ୍କ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ବାଂଲାଦେଶ ବୋଲରଙ୍କ ସମ୍ମୁଖୀନ ହୋଇପାରି ନ ଥିଲା ଓ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଥିଲା। ଆରମ୍ଭରୁ ଭାରତ ଝଟ୍‌କା ଖାଇଥିଲା। ଓପନର ଦିବ୍ୟାଂଶ ସାକସେନା ମାତ୍ର ୨ ରନ କରି ଆଉଟ ହେବା ପରେ ଭାରତ ବେଶ୍‌ ମନ୍ଥର ବ୍ୟାଟିଂ କରିଥିଲା। ପ୍ରଥମ ୧୦ ଓଭରରେ ମାତ୍ର ୨୩ ରନ ସଂଗ୍ରହ କରିଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ। ପୁଣି ଥରେ ଓପନର ଯଶସ୍ବୀ ଜୈସୁଆଲ ନିଜର ଚମ୍‌କ ଦେଖାଇଥିଲେ। ସେ ୧୨୧ଟି ବଲର ସମ୍ମୁଖୀନ ହୋଇ ୮ ଚୌକା ଓ ୧ ଛକା ସହ ସର୍ବାଧିକ ୮୮ ରନ କରି ଆଉଟ ହୋଇ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଜୈସୁଆଲ କ୍ରମାଗତ ଚତୁର୍ଥ ଥର ପାଇଁ ୫୦ରୁ ଅଧିକ ସ୍କୋର ଅର୍ଜନ କରି ଏକ ବିରଳ ସଫଳତା ହାସଲ କରିଛନ୍ତି। ସେ ଟୁର୍ନାମେଣ୍ଟରେ ସର୍ବାଧିକ ୪୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ସେ ଗତ ୬ଟି ମ୍ୟାଚ୍‌ରେ ଯଥାକ୍ରମେ ୫୯, ଅପରାଜିତ ୨୯, ଅପରାଜିତ ୫୭, ୬୨, ଅପରାଜିତ ୧୦୫ ଓ ୮୮ ରନ ସଂଗ୍ରହ କରିଛନ୍ତି। କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିବାରେ ପୂର୍ବରୁ ସର୍ଫରାଜ ଖାନ୍‌, ବ୍ରିଟ ଓ୍ବିଲିୟମ୍ସ ସଫଳ ହୋଇଥିଲେ। ବିଶ୍ୱକପ୍‌ରେ ଜୈସୁଆଲ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ୫ଟି ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି। ଦ୍ୱିତୀୟ ଉଇକେଟ ଜୈସୁଆଲ ଓ ତିଲକ ବର୍ମା ୯୩ ରନ କରି ସ୍ଥିତି ସମ୍ଭାଳିବା ସହ ସ୍କୋରକୁ ଆଗକୁ ବଢାଇଥିଲେ। ବର୍ମା ୬୫ଟି ବଲ୍‌ ଖେଳି ୩ ଚୌକା ସହ ୩୮ ରନ କରି ଆଉଟ ହୋଇଥିଲେ। ଦଳର ସ୍କୋର ୧୫୬ ଥିବା ବେଳେ ଜୈସୁଆଲ ଆଉଟ ହୋଇଥିଲେ। ସେ ମିଡ୍‌ ଉଇକେଟରେ ତାନଜିଦ୍‌ ହାସନଙ୍କୁ ଛୋଟିଆ କ୍ୟାଚ୍‌ ଦେଇ ସୋରିଫୁଲ ଇସ୍‌ଲାମଙ୍କ ଶିକାର ହୋଇଥିଲେ। ଏହାପରେ ଭାରତର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ଏକଦା ୩ ଉଇକେଟ ହରାଇ ଭାରତ ୧୫୬ ରନ ସଂଗ୍ରହ କରିଥିଲା। ତେବେ ମାତ୍ର ୨୧ ରନରେ ଭାରତ ତା’ର ଅନ୍ତିମ ୭ ଉଇକେଟ ହରାଇଥିଲା। ଉଇକେଟକିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ୨୨ ରନ କରି ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଦଳର ୮ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଏହି କ୍ରମରେ ପ୍ରିୟମ ଗର୍ଗ ୭, ଅଥର୍ବ ଆଙ୍କୋଲେକର ୩, ରବି ବିଷ୍ଣୋଇ ୨, ସୁଶାନ୍ତ ମିଶ୍ର ୩ ରନ କରି ଆଉଟ ହୋଇଥିବା ବେଳେ ସିଦ୍ଧେଶ ବୀର ଓ କାର୍ତ୍ତିକ ତ୍ୟାଗୀ ଖାତା ଖୋଲିପାରି ନ ଥିଲେ। ଆକାଶ ସିଂ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ଦ୍ରୁତ ବୋଲର ଅଭିଷେକ ଦାସ ସର୍ବାଧିକ ୩, ସୋରିଫୁଲ ଓ ତାନ୍‌ଜିଦ ହାସନ ସାକିବ ୨ଟି ଲେଖାଏ, ରାକିବୁଲ ହାସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଅକଲାଣ୍ଡ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri