Posted inଖେଳ

୧୮ ବର୍ଷରୁ କମ୍‌ ସାଫ ଫୁଟ୍‌ବଲ: ପ୍ରଥମ ଥର ଚାମ୍ପିୟନ ଭାରତ

କାଠମାଣ୍ଡୁ,୩୦।୯: ଏଠାରେ ଚାଲିଥିବା ୧୮ ବର୍ଷରୁ କମ୍‌ ସାଫ ଫୁଟ୍‌ବଲ ଚାମ୍ପିୟନଶିପରେ ଭାରତୀୟ ଦଳ ପ୍ରଥମ ଥର ଚାମ୍ପିୟନ ହୋଇଛି। ରବିବାର ଖେଳାଯାଇଥିବା ଫାଇନାଲରେ ଭାରତୀୟ ଦଳ ୨-୧ ଗୋଲରେ ବାଂଲାଦେଶକୁ ହରାଇ ଦେଇଛି। ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଦଳକୁ ଖାତା ଖୋଲିବା ପାଇଁ ଅପେକ୍ଷା କରିବାକୁ ପଡ଼ି ନ ଥିଲା। ମ୍ୟାଚ୍‌ର ଦ୍ୱିତୀୟ ମିନିଟ୍‌ରେ ଭାରତ ପାଇଁ ବିକ୍ରମ ପ୍ରତାପ ସିଂ ପ୍ରଥମ ଗୋଲ ଦେଇଥିଲେ। ୨୨ତମ ମିନିଟ୍‌ରେ ଭାରତର ଗୁରକିରତ ସିଂ ଓ ବାଂଲାଦେଶର ମହମ୍ମଦ ଫହିଙ୍କୁ ରେଡ୍‌ କାର୍ଡ ଦିଆଯାଇଥିଲା। ଫଳରେ ଦୁଇ ଦଳକୁ ୧୦ ଲେଖାଏ ଖେଳାଳିଙ୍କ ସହ ଖେଳିବାକୁ ପଡ଼ିଥିଲା। ପ୍ରଥମାର୍ଦ୍ଧ ଶେଷ ହେବାର କିଛି ସମୟ ପୂର୍ବରୁ ବାଂଲାଦେଶ ଅଧିନାୟକ ୟେସିନ (୪୦ତମ ମିନିଟ୍‌) ଗୋଲ ଦେଇ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ଏହାପରେ ବାଂଲାଦେଶର ୟସିନ ଦ୍ୱିତୀୟ ୟେଲୋ କାର୍ଡ ପାଇ ପଡ଼ିଆ ଛାଡ଼ିଥିଲେ। ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ହେଲେ ମ୍ୟାଚ୍‌ର ଅତିରିକ୍ତ ମିନିଟ୍‌ରେ ରବି ବାହାଦୁର ରାଣା (୯୦+୧ ମିନିଟ୍‌) ଭାରତ ଲାଗି ବିଜୟ ସୂଚକ ଗୋଲ ଦେଇଥିଲେ। ମ୍ୟାଚ୍‌ ଜିତିବା ପରେ କୋଚ୍‌ ଫ୍ଲଏଡ୍‌ ପିଣ୍ଟୋ କହିଛନ୍ତି, ମ୍ୟାଚ୍‌ଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ରବିଙ୍କ ଚମତ୍କାର ଗୋଲ ବଳରେ ଆମେ ମ୍ୟାଚ୍‌ ଜିତିବାକୁ ସକ୍ଷମ ହେଲୁ। ଆମେ ଟୁର୍ନାମେଣ୍ଟରେ କେବଳ ଶ୍ରେଷ୍ଠ ଫୁଟ୍‌ବଲ ଦଳ ନ ଥିଲୁ, ସବୁଠୁ ପ୍ରଭାବି ଦଳ ମଧ୍ୟ ଥିଲୁ। ମୁଁ ଖେଳାଳିଙ୍କ ପାଇଁ ବହୁତ ଖୁସି ବୋଲି କୋଚ୍‌ ପିଣ୍ଟୋ କହିଛନ୍ତି। ଭାରତର ନିନ୍‌ଥୋଇନଗାମ୍ବା ମିତେଇଙ୍କୁ ମୋଷ୍ଟ ଭାଲ୍ୟୁଏବୁଲ ପ୍ଲେୟର ଅଫ୍‌ ଟୁର୍ନାମେଣ୍ଟ ବିବେଚିତ କରାଯାଇଛି। ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ) ସଭାପତି ପ୍ରଫୁଲ ପଟେଲ ଚାମ୍ପିୟନ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଦଳ ପ୍ରତ୍ୟେକ ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ କରିଛି। ଗତ ସପ୍ତାହରେ ୧୬ ବର୍ଷରୁ କମ୍‌ ଭାରତ ଏଏଫ୍‌ସି ଚାମ୍ପିୟନଶିପକୁ ଯୋଗ୍ୟତା ଅର୍ଜନ କରିଥିଲା। ଏବେ ସାଫ ଟୁର୍ନାମେଣ୍ଟ ଜିତିବା ଯୁବ ଭାରତୀୟ ଦଳ ପାଇଁ ଡବଲ ଖୁସି ସଦୃଶ। ଏହି ଭାରତୀୟ ଦଳ ଏବେ ନଭେମ୍ବରରେ ହେବାକୁ ଥିବା ୧୯ ବର୍ଷରୁ କମ୍‌ ଏଏଫ୍‌ସି ଯୋଗ୍ୟତା ପର୍ଯ୍ୟାୟ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri