Posted inଜାତୀୟ

୧୭ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧ା୬ପି.ଟି.): ସପ୍ତଦଶ ଲୋକ ସଭାର ପ୍ରଥମ ଅଧିବେଶନ ତଥା ବଜେଟ ଅଧିବେଶନ ଜୁନ୍‌ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ମାନେକା ଗାନ୍ଧୀଙ୍କୁ ଗୁରୁବାର ଲୋକ ସଭାର କାମଚଳା ବାଚସ୍ପତି ନିଯୁକ୍ତ କରାଯାଇଛି। ସେ ନବନିର୍ବାଚିତ ଏମ୍‌ପିମାନଙ୍କୁ ଶପଥ ପାଠ କରାଇବେ। ଜୁନ୍‌ ୧୯ରେ ବାଚସ୍ପତି ନିର୍ବାଚନ ହେବ। ବାଚସ୍ପତି ନିଯୁକ୍ତ ହେବା ପରେ ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଅଣାଯିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଉତ୍ତର ରଖିବେ। ଜୁଲାଇ ୫ରେ ଅର୍ଥମନ୍ତ୍ରୀ ଲୋକ ସଭାରେ ବଜେଟ ଉପସ୍ଥାପନ କରିବେ।
ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍‌ଡିଏ) ୩୫୨ ଆସନରେ ବିଜୟୀ ହୋଇ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ କ୍ଷମତାକୁ ଫେରିଥିବାବେଳେ ଭାଜପା ଏକାକୀ ୩୦୩ ଆସନ ହାତେଇଛି। ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ପ୍ରଥମ ଭାଜପା ନେତା ଯିଏ କି ସରକାରରେ ୫ ବର୍ଷ କାର୍ଯ୍ୟକାଳ ପୂରଣ କରି କ୍ରମାଗତ ଭାବେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ୩ ଜଣ କଂଗ୍ରେସ ନେତା ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ମନମୋହନ ସିଂଙ୍କୁ ଏହି ସଫଳତା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri