୧୫ରୁ ସମୁଦ୍ରକୁ ଯିବେ ମତ୍ସ୍ୟଜୀବୀ, ମାଛଧରା ଜେଟି ଚଳଚଞ୍ଚଳ

ରୂପ୍‌ସା, ୧୨।୬(ଡି.ଏନ.ଏ.)-ଦୁଇମାସ ସମୁଦ୍ରରୁ ମାଛ ମାରିବା କଟକଣା ପରେ ଆସନ୍ତା ୧୫ତାରିଖରୁ ସମୁଦ୍ରକୁ ଯିବା ଲାଗି ମତ୍ସଜୀବୀମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ା କଇଁଛ ଓ ମାଛମାନଙ୍କର ଅଣ୍ଡା ଦେବା ଋତୁ ଯୋଗୁ ମତ୍ସ୍ୟ ବିଭାଗ ପକ୍ଷରୁ ସବୁବର୍ଷ ଭଳି ଏଥର ଗତ ଏପ୍ରିଲ ୧୫ରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ନିଷେଧାଦେଶ ଜାରି ହୋଇଥିଲା। ଫଳରେ ଟ୍ରଲର ମାଲିକ, ଡ୍ରାଇଭର, କର୍ମଚାରୀ, ବରଫ କାରଖାନାର କର୍ମଚାରୀଙ୍କ ସମେତ ମତ୍ସ୍ୟଜୀବୀ ଓ ମତ୍ସ୍ୟ ବ୍ୟବସାୟୀମାନେ ୨ ମାସ ହେବ ହାତ ବାନ୍ଧି ବସିଥିଲେ ା ୩ଦିନ ପରେ ପୁଣି ମାଛଧରା ଆରମ୍ଭ ହେଉଥିବାରୁ ବାଲେଶ୍ୱର ଜିଲାର ଜଳକା ନଦୀ ମୁହାଣ ସନ୍ନିକଟ ସଦର ବ୍ଲକର ବାହାବଳପୁର ଓ ବୁଢାବଳଙ୍ଗ ମୁହାଣସ୍ଥିତ ବଳରାମଗଡି ମାଛଧରା କେନ୍ଦ୍ର ସମେତ ଡଗରା, କୀର୍ତ୍ତନିଆ, ତାଳସାରି, ଭୋଗରାଇ, କଷାଫଳ ଆଦି ମାଛଧରା କେନ୍ଦ୍ର ଚଳଚଞ୍ଚଳ ହୋଇଉଠିଛି। ଭୁଟୁଭୁଟି, ଟ୍ରଲର, ଲଞ୍ଚ, ଶ୍ରୀନଲେଟର ମାଲିକମାନେ ଇଞ୍ଜିନ ମରାମତି ସହ ରଙ୍ଗ ଦେବା କାର୍ଯ୍ୟ ଶେଷ କରିଛନ୍ତି ା ଗୋଦାମରେ ପଡିରହିଥିବା ଜାଲକୁ ମରାମତି କରାଯାଇଛି ା ଜେଟି ଉପକୂଳରେ ଥିବା ବରଫ କଳ ମାଲିକମାନେ ମଧ୍ୟ ଜୋରସୋରରେ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ା
ରୂପ୍‌ସା ଅଞ୍ଚଳର ମହିଳା ଅନୁ ବାରିକ କୁହନ୍ତି, ୨ ମାସ ହେବ ସମୁଦ୍ର ଲୁଣି ମାଛ ପାଟିରେ ବାଜିନି ା ଏବେ ବଜାରରେ ଚିଙ୍ଗୁଡି, ଇଲିଶି ସାଙ୍ଗକୁ ବିଭିନ୍ନ ପ୍ରକାର ମାଛ ଉପଲବ୍ଧ ହେବ। ବୋଟ୍‌ ମାଲିକ ବିବେକ ଦାସ କହନ୍ତି, ୨ ମାସ ହେବ ମାଛଧରା କଟକଣା ଯୋଗୁ ଗୁଜରାଣ ମେଣ୍ଟାଇବାରେ ଅସୁବିଧା ଦେଖାଦେଇଛି ା ଏହି ସମୟ ଭିତରେ ଆମେ ବୋଟ ତଳେ ଆଲକାତରା ଦେବା ସହ ଟ୍ରଲର ରଙ୍ଗ ଦେଇ ଇଞ୍ଜିନ ମରାମତି କରିଛୁ ା ପର୍ଯ୍ୟାପ୍ତ ପରିମାଣରେ ମାଛ ଆମଦାନୀ ହେଲେ ୨ ମାସର କ୍ଷତି ଭରଣା ହୋଇପାରିବ ା ବାହାବଳପୁର ମତ୍ସଜୀବୀ ଓ ମତ୍ସ ବ୍ୟବସାୟୀ ସଂଘର ସଭାପତି ବିକାଶ ଦାସ ଓ ସମ୍ପାଦକ ଗୋରାଚାନ୍ଦ ଜେନା କହନ୍ତି, ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଗଙ୍ଗାମାତାଙ୍କୁ ପୂଜାର୍ଚ୍ଚନା କରି ୧୪ ତାରିଖ ରାତି ୧୨ଟା ପରେ ସମସ୍ତେ ବୋଟ୍‌, ଲଞ୍ଚ, ଟ୍ରଲର ନେଇ ସମୁଦ୍ରକୁ ମାଛ ମାରିବା ପାଇଁ ବାହାରି ଯିବେ ା ଭାରପ୍ରାପ୍ତ ସହକାରୀ ମତ୍ସ୍ୟ ଅଧିକାରୀଙ୍କ କହିବାନୁଯାୟୀ ପ୍ରଜନନ ଋତୁ ଶେଷ ହେବା ମାତ୍ରେ ନିର୍ଦ୍ଧାରିତ ସମୟରେ ସମୁଦ୍ରକୁ ମାଛ ମାରିବା କଟକଣା ଉଠାଇ ଦିଆଯିବ ା ପାଣିପାଗ ସୂଚନା ପ୍ରତି ଧ୍ୟାନ ରଖି ସମୁଦ୍ରରେ ଫିସିଂ ଆରମ୍ଭ ହେଲେ କୌଣସି ସମସ୍ୟା ରହିବ ନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri