୧୨ ବର୍ଷରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ୧୪୧୭

ଭୁବନେଶ୍ୱର, ୧୮ା୭: ରାଜଧାନୀ ଭୁବନେଶ୍ୱରରେ ହତ୍ୟା, ବଳାତ୍କାର, ଲୁଟ୍‌, ଠକେଇ, ଜମି ହଡପ, ଅପହରଣ ଭଳି ବଡ଼ ବଡ଼ ଅପରାଧ ପ୍ରାୟ ପ୍ରତିଦିନ ଘଟୁଛି। ଏ ସବୁ ଅପରାଧର ତଦନ୍ତ, ପ୍ରମାଣ ଯୋଗାଡ଼ କରିବାରେ କମିଶନରେଟ୍‌ ପୋଲିସକୁ ଦୀର୍ଘ ସମୟ ଲାଗିଯାଉଛି। ଏହା ପଛରେ ଅଭିଯୁକ୍ତଙ୍କ ସହ ପୋଲିସର ଭିତିରି ବୁଝାମଣା ରହୁଛି। ଫଳରେ ବହୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି। ରାଜଧାନୀରେ ୨୦୦୭ରୁ ୨୦୧୮ ପର୍ଯ୍ୟନ୍ତ ଅର୍ଥାତ୍‌ ୧୨ ବର୍ଷରେ ୧୪୧୭ ଅଭିଯୁକ୍ତଙ୍କୁ କୋର୍ଟ ପ୍ରମାଣ ଅଭାବରୁ ଦଣ୍ଡ ଦେଇପାରିନାହାନ୍ତି। ଏଥିପାଇଁ ରାଜଧାନୀ ବାସିନ୍ଦାଙ୍କ କେବଳ ପୋଲିସ ନୁହେଁ, ନ୍ୟାୟିକ ବ୍ୟବସ୍ଥା ଉପରୁ ମଧ୍ୟ ଭରସା ତୁଟିଯାଉଛି। ଅନେକଙ୍କୁ ତଳ ସ୍ତରରୁ ଶୀଘ୍ର ପଦୋନ୍ନତି ଦିଆଯାଇ ଥାନା ଅଧିକାରୀଭାବେ ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ଅଭିଜ୍ଞତା ଅଭାବରୁ ଠିକ୍‌ ଭାବେ ତଦନ୍ତ ନ ହେବା ସହ ଦୁର୍ବଳ ଚାର୍ଜଶିଟ୍‌ ଦାଖଲ ଦ୍ୱାରା ଅଭିଯୁକ୍ତ ଖସିଯାଉଛନ୍ତି। ଅନ୍ୟ ଏକ କାରଣ ହେଲା ପୋଲିସ ଅଧିକାରୀମାନେ କୋର୍ଟକୁ ବିଚାର ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି, ଯଦ୍ଦ୍ବାରା ମଧ୍ୟ ଦଣ୍ଡ ହାର କମୁଛି। କିଛିମାସ ପୂର୍ବେ ଅତିରିକ୍ତ ଜିଲା ଦୌରାଜଜ(ଦ୍ୱିତୀୟ) ଏସ୍‌.ଏସ୍‌. ଦାଶ ୨ଟି ମାମଲାରେ ତଦନ୍ତକାରୀ ଅଫିସରଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି କରିଛନ୍ତି, ଯାହା କି ନ୍ୟାୟିକ ବ୍ୟବସ୍ଥାରେ ପ୍ରଥମ।
ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୧୨ ବର୍ଷରେ ୧୪୧୭ଜଣ ନିର୍ଦ୍ଦୋଷରେ ମୁକୁଳିଛନ୍ତି। ସେମାନଙ୍କ ମଧ୍ୟରୁ ଚୋରି ଘଟଣାରେ ୧୦୯ ଜଣ ଥିବାବେଳେ ହତ୍ୟାକାଣ୍ଡରେ ୨୮, ଡକାୟତିରେ ୮, ସିନ୍ଧିଚୋରିରେ ୪୭, ଧମକାଇ ଲୁଟ୍‌ ଘଟଣାରେ ୩୦, ଠକେଇରେ ୫, ଦଙ୍ଗା କରିବା ଘଟଣାରେ ୧୧, ବଳାତ୍କାର ମାମଲାରେ ୫୧, ମୋଟର ଯାନ ଅପରାଧରେ ୩୮ ଓ ମିସ୍‌କେସ୍‌ରେ ସର୍ବାଧିକ ୧୦୯୦ ଜଣ ନିର୍ଦ୍ଦୋଷରେ କୋର୍ଟରୁ ଖସିଯାଇଛନ୍ତି। ଉପରୋକ୍ତ ସମୟ ମଧ୍ୟରେ ୨୦୧୪ରେ ସର୍ବାଧିକ ୨୩୧ଜଣ ଏବଂ ୨୦୧୮ରେ ସର୍ବନିମ୍ନ ୧୯ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।
ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି, ପୋଲିସ ଅଫିସର ପୁରୁଣା ତଥା ଚିରାଚରିତ ଢଙ୍ଗରେ ତଦନ୍ତ କରୁଛନ୍ତି। ଫଳରେ ହାଇଟେକ୍‌ ଅପରାଧୀଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବାରେ ଫେଲ୍‌ ମାରୁଛି। ଏହାସହ କୋର୍ଟରେ ମାମଲା ପରିଚାଳନା ଠିକଭାବେ ହେଉନାହିଁ। ଅନେକ କ୍ଷେତ୍ରରେ ପୋଲିସ ଲାଞ୍ଚ ନେଇ ଚାର୍ଜଶିଟ୍‌ରେ ଅଭିଯୁକ୍ତଙ୍କୁ ସୁହାଇଲା ଭଳି ରିପୋର୍ଟ ଦେଉଛନ୍ତି। ଫଳରେ ଅଭିଯୁକ୍ତ କୋର୍ଟରୁ ଖସି ଯାଉଛନ୍ତି।
ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାଶ କହିଛନ୍ତି, ବହୁ ପୋଲିସ ଅଫିସରଙ୍କ ତଦନ୍ତ ପ୍ରକ୍ରିୟାରେ ଜ୍ଞାନ ନାହିଁ। ଏପରିକି ସେମାନେ କୋର୍ଟରେ ଦାଖଲ କରୁଥିବା ଚାର୍ଜଶିଟ୍‌ରେ ଭୁଲ କରୁଛନ୍ତି। ଆଉ ଏଥିପାଇଁ କୋର୍ଟ ଅଭିଯୁ୍‌କ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡିଜିପି ଏକ ସର୍କ୍ୟୁଲାର ଜାରି କରିଛନ୍ତି। ତଦନୁଯାୟୀ ଯେଉଁ ପୋଲିସ ଅଫିସରଙ୍କ ଯୋଗୁ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହେଲେ ଗତ ୧୨ ବର୍ଷ ମଧ୍ୟରେ ଏତେ ଜଣ ନିର୍ଦ୍ଦୋଷରେ ଖସିଯାଇଥିଲେ ମଧ୍ୟ କେଉଁ ପୋଲିସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ଓଡ଼ିଶାରେ ଦଣ୍ଡ ହାର କମୁଥିବା ସମ୍ପର୍କରେ ବୈଠକ କରାଯାଇ ଆଲୋଚନା କରାଯାଇଥିଲା। ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବାର ଅନେକ କାରଣ ରହିଛି। ଅନେକ ସମୟରେ ସିଆରପିସି ଧାରା ୧୬୧ ଅନୁଯାୟୀ ପୋଲିସ ବୟାନ ରେକର୍ଡ କରିବା ସମୟରେ ପୀଡ଼ିତା ଯାହା କହିଥାନ୍ତି କୋର୍ଟରେ ତାହାକୁ ବଦଳାଇ ଦେଇଥାନ୍ତି। ଫଳରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖସିଯାଉଥିବା ଦେଖିବାକୁ ମିଳୁଛି। ହେଲେ କିଭଳି ଦଣ୍ଡ ହାର ବଢ଼ାଯିବ ସେନେଇ ଉପଯୁକ୍ତ ବ୍ୟବସ୍ଥା କରାଯିବ ବୋଲି ମହାନ୍ତି କହିଛନ୍ତି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri