୧୦ ହଜାର କର୍ମଚାରୀ ଛଟେଇ କରିବ ପାର୍ଲେ ଜି

ନୂଆଦିଲ୍ଲୀ,୨୨।୮: ଭାରତର ଅର୍ଥନୀତି ଧିମା ହେବାର ପ୍ରଭାବ ଏବେ ଦେଶର ସର୍ବବୃହତ୍‌ ବିସ୍କୁଟ ନିର୍ମାତା କମ୍ପାନୀ ପାର୍ଲେ ଜି ଉପରେ ପଡିଛି। ଏହି କାରଣରୁ ଆଗାମୀ ଦିନରେ କମ୍ପାନୀ ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି।
କମ୍ପାନୀର କ୍ୟାଟେଗରି ମୁଖ୍ୟ ମୟଙ୍କ ଶାହ କହିଛନ୍ତି ଯେ, ଦେଶରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପରେ ବିସ୍କୁଟ ଉଦ୍ୟୋଗ ଧିମା ହୋଇଯାଇଛି। ବିସ୍କୁଟ୍‌ ଉପରୁ ଜିଏସ୍‌ଟି କମାଇବା ଲାଗି ସରକାରଙ୍କ ବାରମ୍ବାର କୁହାଯାଇଛି। ସରକାର ବିସ୍କୁଟ ଉଦ୍ୟୋଗ ଜଗତର ଗୁହାରି ନ ଶୁଣିଲେ କମ୍ପାନୀ ନିକଟରେ ଆଉ କୌଣସି ବିକଳ୍ପ ରହିବ ନାହିଁ। ବାଧ୍ୟ ହୋଇ କମ୍ପାନୀ ଆଗାମୀ ଦିନରେ ୮ରୁ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଶାହ କହିଛନ୍ତି ଯେ, ୧୦୦ ଟଙ୍କା ପ୍ରତି କେଜି ମୂଲ୍ୟ ଥିବା ବିସ୍କୁଟ ଉପରେ ଜିଏସ୍‌ଟି ହ୍ରାସ ଲାଗି ସରକାରଙ୍କୁ ଅନୁରୋଧ କରାଯାଇଛି। ବାସ୍ତବରେ ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ୧୦୦ ଟଙ୍କା ପ୍ରତି କେଜିରୁ କମ୍‌ ମୂଲ୍ୟର ବିସ୍କୁଟ ଉପରେ ୧୨% ଟିକସ ଆଦାୟ ହେଉଥିଲା। କିନ୍ତୁ ସରକାର ଦୁଇ ବର୍ଷ ପୂର୍ବେ ଲାଗୁ କରିଥିବା ଜିଏସ୍‌ଟିରେ ୧୮ ପ୍ରତିଶତ ଟିକସ ଆଦାୟ କରାଯାଉଛି। ୫ ଟଙ୍କାର ପ୍ୟାକେଟ ଉପରେ ଅଧିକ ଜିଏସ୍‌ଟି ଲାଗୁ ହେଉଛି। ଫଳରେ ବିସ୍କୁଟ କମ୍ପାନୀଗୁଡ଼ିକ ଦର ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି। ଦରକୁ ନେଇ ଭାରତୀୟ ଗ୍ରାହକ ଅତ୍ୟନ୍ତ ସମ୍ବେଦନଶୀଳ। ସେମାନେ ଗୋଟିଏ ପ୍ୟାକେଟରେ ଥିବା ବିସ୍କୁଟ ଗଣୁଛନ୍ତି। ଦରବୃଦ୍ଧି କାରଣରୁ ବିକ୍ରି ଦିନକୁ ଦିନ ହ୍ରାସ ପାଇଚାଲିଛି। ସୂଚନାଥାଉ କି, ୯୦ ବର୍ଷ ପୁରୁଣା ପାର୍ଲେ ଜିର ନିଜସ୍ବ ୧୦ କାରଖାନା ରହିଥିବା ବେଳେ ସାରା ଦେଶରେ କଣ୍ଟ୍ରାକ୍ଟରେ ୧୨୫ କାରଖାନା ରହିଛି। ଏଥିରେ ପ୍ରାୟ ୧ ଲକ୍ଷ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। କମ୍ପାନୀର ବାର୍ଷିକ ରାଜସ୍ବ କାରବାର ପ୍ରାୟ ୯୯୪୦ କୋଟି ଟଙ୍କା ରହିଛି। ଉଲ୍ଲେଖଥାଉ କି, ନିକଟରେ ପାର୍ଲେର ବଡ଼ ପ୍ରତିଦ୍ୱନ୍ଦ୍ୱୀ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜର ଏମ୍‌ଡି ବରୁଣ ବେରୀ ମଧ୍ୟ ବିସ୍କୁଟ ବିକ୍ରି ହ୍ରାସ ପାଉଥିବା ସ୍ବୀକାର କରିଥିଲେ। ସେ କହିଥିଲେ ଯେ, ଦରବୃଦ୍ଧି କାରଣରୁ ଲୋକେ ୫ ଟଙ୍କାର ବିସ୍କୁଟ ପ୍ୟାକେଟ ମଧ୍ୟ କିଣିବାକୁ ଚାହୁଁନାହାନ୍ତି। ବ୍ରିଟାନିଆର କାରବାର ଅଭିବୃଦ୍ଧି ମାତ୍ର ୬% ରହିଛି। ମାର୍କେଟ ରିସର୍ଚ୍ଚ ଫାର୍ମ ନିଲସେନ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଥିଲା ଯେ, ଆର୍ଥିକ ମାନ୍ଦାବସ୍ଥା କାରଣରୁ କଞ୍ଜ୍ୟୁମର ଗୁଡ୍ସ ଉଦ୍ୟୋଗ ଧିମା ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri