୧୦ ହଜାର କର୍ମଚାରୀ ଛଟେଇ କରିବ ପାର୍ଲେ ଜି

ନୂଆଦିଲ୍ଲୀ,୨୨।୮: ଭାରତର ଅର୍ଥନୀତି ଧିମା ହେବାର ପ୍ରଭାବ ଏବେ ଦେଶର ସର୍ବବୃହତ୍‌ ବିସ୍କୁଟ ନିର୍ମାତା କମ୍ପାନୀ ପାର୍ଲେ ଜି ଉପରେ ପଡିଛି। ଏହି କାରଣରୁ ଆଗାମୀ ଦିନରେ କମ୍ପାନୀ ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି।
କମ୍ପାନୀର କ୍ୟାଟେଗରି ମୁଖ୍ୟ ମୟଙ୍କ ଶାହ କହିଛନ୍ତି ଯେ, ଦେଶରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପରେ ବିସ୍କୁଟ ଉଦ୍ୟୋଗ ଧିମା ହୋଇଯାଇଛି। ବିସ୍କୁଟ୍‌ ଉପରୁ ଜିଏସ୍‌ଟି କମାଇବା ଲାଗି ସରକାରଙ୍କ ବାରମ୍ବାର କୁହାଯାଇଛି। ସରକାର ବିସ୍କୁଟ ଉଦ୍ୟୋଗ ଜଗତର ଗୁହାରି ନ ଶୁଣିଲେ କମ୍ପାନୀ ନିକଟରେ ଆଉ କୌଣସି ବିକଳ୍ପ ରହିବ ନାହିଁ। ବାଧ୍ୟ ହୋଇ କମ୍ପାନୀ ଆଗାମୀ ଦିନରେ ୮ରୁ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଶାହ କହିଛନ୍ତି ଯେ, ୧୦୦ ଟଙ୍କା ପ୍ରତି କେଜି ମୂଲ୍ୟ ଥିବା ବିସ୍କୁଟ ଉପରେ ଜିଏସ୍‌ଟି ହ୍ରାସ ଲାଗି ସରକାରଙ୍କୁ ଅନୁରୋଧ କରାଯାଇଛି। ବାସ୍ତବରେ ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ୧୦୦ ଟଙ୍କା ପ୍ରତି କେଜିରୁ କମ୍‌ ମୂଲ୍ୟର ବିସ୍କୁଟ ଉପରେ ୧୨% ଟିକସ ଆଦାୟ ହେଉଥିଲା। କିନ୍ତୁ ସରକାର ଦୁଇ ବର୍ଷ ପୂର୍ବେ ଲାଗୁ କରିଥିବା ଜିଏସ୍‌ଟିରେ ୧୮ ପ୍ରତିଶତ ଟିକସ ଆଦାୟ କରାଯାଉଛି। ୫ ଟଙ୍କାର ପ୍ୟାକେଟ ଉପରେ ଅଧିକ ଜିଏସ୍‌ଟି ଲାଗୁ ହେଉଛି। ଫଳରେ ବିସ୍କୁଟ କମ୍ପାନୀଗୁଡ଼ିକ ଦର ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି। ଦରକୁ ନେଇ ଭାରତୀୟ ଗ୍ରାହକ ଅତ୍ୟନ୍ତ ସମ୍ବେଦନଶୀଳ। ସେମାନେ ଗୋଟିଏ ପ୍ୟାକେଟରେ ଥିବା ବିସ୍କୁଟ ଗଣୁଛନ୍ତି। ଦରବୃଦ୍ଧି କାରଣରୁ ବିକ୍ରି ଦିନକୁ ଦିନ ହ୍ରାସ ପାଇଚାଲିଛି। ସୂଚନାଥାଉ କି, ୯୦ ବର୍ଷ ପୁରୁଣା ପାର୍ଲେ ଜିର ନିଜସ୍ବ ୧୦ କାରଖାନା ରହିଥିବା ବେଳେ ସାରା ଦେଶରେ କଣ୍ଟ୍ରାକ୍ଟରେ ୧୨୫ କାରଖାନା ରହିଛି। ଏଥିରେ ପ୍ରାୟ ୧ ଲକ୍ଷ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। କମ୍ପାନୀର ବାର୍ଷିକ ରାଜସ୍ବ କାରବାର ପ୍ରାୟ ୯୯୪୦ କୋଟି ଟଙ୍କା ରହିଛି। ଉଲ୍ଲେଖଥାଉ କି, ନିକଟରେ ପାର୍ଲେର ବଡ଼ ପ୍ରତିଦ୍ୱନ୍ଦ୍ୱୀ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜର ଏମ୍‌ଡି ବରୁଣ ବେରୀ ମଧ୍ୟ ବିସ୍କୁଟ ବିକ୍ରି ହ୍ରାସ ପାଉଥିବା ସ୍ବୀକାର କରିଥିଲେ। ସେ କହିଥିଲେ ଯେ, ଦରବୃଦ୍ଧି କାରଣରୁ ଲୋକେ ୫ ଟଙ୍କାର ବିସ୍କୁଟ ପ୍ୟାକେଟ ମଧ୍ୟ କିଣିବାକୁ ଚାହୁଁନାହାନ୍ତି। ବ୍ରିଟାନିଆର କାରବାର ଅଭିବୃଦ୍ଧି ମାତ୍ର ୬% ରହିଛି। ମାର୍କେଟ ରିସର୍ଚ୍ଚ ଫାର୍ମ ନିଲସେନ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଥିଲା ଯେ, ଆର୍ଥିକ ମାନ୍ଦାବସ୍ଥା କାରଣରୁ କଞ୍ଜ୍ୟୁମର ଗୁଡ୍ସ ଉଦ୍ୟୋଗ ଧିମା ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri