Posted inଫୁରସତ

୧୦ ବର୍ଷ ହେଲା ଖରାପ ହୋଇ ନ ଥିବା ବର୍ଗର

ଆଜିକାଲି ଫାଷ୍ଟଫୁଡ୍‌ ସମସ୍ତଙ୍କୁ ପସନ୍ଦ। ହେଲେ ୧୦ ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ବର୍ଗର ଏବେବି ଖାଇବା ଉପଯୋଗୀ ରହିଛି କହିଲେ କେହି ବିଶ୍ୱାସ କରିବା କଷ୍ଟକର। କିନ୍ତୁ ଏହା ସତ। ୟୁରୋପର ଆଇସଲ୍ୟାଣ୍ଡରେ ଏବେ ଏକ ବର୍ଗର ଓ ଫ୍ରାଇଜ୍‌ ଖାଦ୍ୟ ଉପଯୋଗୀ ଥିବା ଜଣାପଡିଛି। ଆଉ ଏବେ ଏହାକୁ ଦେଖିବାକୁ ବିଶ୍ୱରୁ ଅନେକ ଲୋକ ଆସୁଛନ୍ତି। ଅସଲ କଥା ହେଉଛି ୧୦ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୦୯ରେ ଆଇସଲ୍ୟାଣ୍ଡରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା। ଏହାକୁ ଦେଖି ମ୍ୟାକଡୋନାଲ୍ଡସ୍‌ ତା’ର ୩ଟି ଷ୍ଟୋର ବନ୍ଦ କରି ଦେଇଥିଲା। ଏଥିମଧ୍ୟରୁ ଗୋଟିଏ ଷ୍ଟୋର ରାଜଧାନୀରେ ରହିଥିଲା। ଜର୍ଟର ମରାସନ ନାମକ ଜଣେ ବ୍ୟକ୍ତି ଶେଷ ଥର ପାଇଁ ଏଠାରୁ ଅକ୍ଟୋବର ୩୧, ୨୦୦୯େରେ ବର୍ଗର ଓ ଫ୍ରାଇଜ୍‌ ନେଇଥିଲେ। ଏହାପରେ ଏହାକୁ ସୁରକ୍ଷିତ ରଖାଯାଇଥିଲା। ଏବେ ଏହି ବର୍ଗର ଓ ଫ୍ରାଇଜକୁ ଦକ୍ଷିଣ ଆଇସଲ୍ୟାଣ୍ଡରେ ଥିବା ସ୍ନୋତ୍ରା ହାଉସର ହଷ୍ଟେଲରେ ଥିବା ଏକ କୋଠରୀରେ ରଖାଯାଇଛି। ଏହି ହଷ୍ଟେଲର ମାଲିକ କୁହନ୍ତି ଏହା ଖୁବ୍‌ ପୁରୁଣା ହେଲେ ମଧ୍ୟ ଏବେବି ଏହା ସୁରକ୍ଷିତ ରହିଛି। ସୋସିଆଲ ମିଡିଆରେ ଏବେ ଏହି ବର୍ଗର ଓ ଫ୍ରାଇଜ ଭାଇରାଲ ହୋଇଛି। ଦିନକୁ ପ୍ରାୟ ୪ ଲକ୍ଷ ଲୋକ ଏହାକୁ ସୋସିଆଲ ମିଡିଆରେ ଦେଖୁଛନ୍ତି। ଆଇସଲ୍ୟାଣ୍ଡ ୟୁନିର୍ଭସିଟିର ବରିଷ୍ଠ ଅଧ୍ୟାପକ ବର୍ଜର୍ନ ଏଡବର୍ଜନସ କୁହନ୍ତି ଏହି ବର୍ଗରରେ ପାଣି ଅଂଶ ନାହିଁ। ତେଣୁ ଏହା ଏପର୍ଯ୍ୟନ୍ତ ଖରାପ ହୋଇ ନାହିଁ। ଅନ୍ୟପଟେ କମ୍ପାନୀ କହିଛି ତା’ର ପ୍ରାୟ ସବୁ ଉତ୍ପାଦନ ଅନ୍ୟମାନଙ୍କ ଅପେକ୍ଷା ଠିକ୍‌ ବାତାବରଣରେ ରଖାଯାଇଥାଏ। ସେଥିପାଇଁ ୧୦ ବର୍ଷ ପରେ ବି ବର୍ଗର ଓ ପ୍ରାଇଜ ଖରାପ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri