୧୦ କୋଟି ଟପିଲା ବ୍ୟବସାୟ

ଢେଙ୍କାନାଳ ଅଫିସ, ୨୪।୧୦ – ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ସ୍ଥାନୀୟ ମହିଷାପାଟ ପଡ଼ିଆରେ ପ୍ରଥମ ଥର ଲାଗି ଆୟୋଜିତ ହେଉଥିବା ସରସମେଳା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ମେଳାରେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଛି, ଯାହା ଏକ ନୂଆ ରେକର୍ଡ।
ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ଓରମାସ ଓ ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ କହିଲେ, କେନ୍ଦ୍ର ସରକାରଙ୍କ ଅନୁମତିକ୍ରମେ କେବଳ ଭୁବନେଶ୍ୱରରେ ଏହି ମେଳା ଅନୁଷ୍ଠିତ ହେଉଥିଲା। ଚଳିତବର୍ଷ ୨ଟି ମେଳା ଲାଗି ଅନୁମତି ମିଳିଥିଲା। ସେଥିରୁ ଗୋଟିଏ ଢେଙ୍କାନାଳରେ କରାଯିବାକୁ ସ୍ଥିର କରାଯାଇଥିଲା। ଭୁବନେଶ୍ୱରଠାରୁ ଏଠାରେ ଅଧିକ ଷ୍ଟଲ ପଡ଼ିଥିଲା। ଜିଲା ପ୍ରଶାସନର ସହାୟତାରେ ଏହା ସଫଳତାର ଆୟୋଜନ ହୋଇପାରିଛି। ସମାରୋହରେ ଅଧ୍ୟକ୍ଷତା କରି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଲେ, ମିଳିଥିବା ସୁଯୋଗର ସଦୁପଯୋଗ କରାଯାଇଛି। ସରସମେଳା ରେକର୍ଡ ସୃଷ୍ଟି କରିଛି। ବିଭିନ୍ନ ସ୍ଥାନରୁ ଆସିଥିବା କାରିଗରମାନଙ୍କ ସହ ଭାବର ଆଦାନପ୍ରଦାନ ହୋଇଛି। ଏହା ଭବିଷ୍ୟତରେ ଜିଲାର ଶିଳ୍ପୀଙ୍କୁ ପ୍ରେରଣା ଯୋଗାଇବ। ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା ସ୍ବାଗତ ଭାଷଣରେ କହିଲେ, ଚଳିତ ବର୍ଷ ଓଡ଼ିଶା ସମେତ ୧୭ ରାଜ୍ୟ ଏଥିରେ ଭାଗ ନେଇଥିଲେ। ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଛି। ଜିଲା ପରିଷଦ ଅଧ୍ୟକ୍ଷା ମିନତି ନାୟକ, ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
ମେଳାରେ ବିଭିନ୍ନ ଯୋଜନାର ସଚେତନତା ସୃଷ୍ଟି କରିଥିବା ଜିଲା ଆଞ୍ଚଳିକ ପରିବହନ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, କୃଷି, ଉଦ୍ୟାନ କୃଷି, ଜଳଛାୟା ବିଭାଗ ସମ୍ବର୍ଦ୍ଧିତ ହୋଇଥିଲେ। ସ୍ବଚ୍ଛତା ଲାଗି ଢେଙ୍କାନାଳ ପୌରସଂସ୍ଥା, ଗ୍ରାମୀଣ ଆବାସ ଯୋଜନାର କାର୍ଯ୍ୟକାରିତା ଲାଗି ଏପିଡି ସରିତା ଷଡଙ୍ଗୀ, ଏମ୍‌ଜିଏନ୍‌ଆରଇଜିଏସ୍‌ ପାଇଁ ସଂଯୋଜିକା ମଧୁସ୍ମିତା ବିଶ୍ୱାଳଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ସର୍ବାଧିକ ବ୍ୟବସାୟ (୩ଲକ୍ଷ ୪୨ହଜାର ୭୦୦ଟଙ୍କା) କରିଥିବା ସୋନପୁର ଜିଲାର ଜୟ ହନୁମାନ ପ୍ରଡକ୍ଟ ଗ୍ରୁପ, ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆସାମର ତାରୋଲି ଜୀବିକା ସ୍ବୟଂ ସହାୟକ ଗୋଷ୍ଠୀ, ଶ୍ରେଷ୍ଠ ସାଜସଜ୍ଜା ପାଇଁ ଢେଙ୍କାନାଳର ଆତ୍ମା, ଉନ୍ନତ ପ୍ରଦର୍ଶନ ପାଇଁ ମୟୂରଭଞ୍ଜ ସବାଇ ଫାର୍ମସ୍‌ ପ୍ରଡ୍ୟୁସର କମ୍ପାନୀ, ଶ୍ରେଷ୍ଠ ବ୍ୟବସାୟୀ ଭାବେ ହିମାଚଳ ପ୍ରଦେଶର ମା’ ତେଜେଶ୍ୱରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ନିକିତା ପୁରସ୍କୃତ ହୋଇଥିଲେ। ଅବନୀ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବର୍ଷାପାଗ ସତ୍ତ୍ୱେ ଅନ୍ତିମ ଦିବସରେ ମେଳାରେ ପ୍ରବଳ ଜନସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟିପର, ଚାଳକ ଗୁରୁତର

ପରଜଙ୍ଗ,୧୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ପରଜଙ୍ଗ ବାଇପାସ୍ ରାସ୍ତାରେ ଦୁର୍ଘଟଣା । ଗୁରୁବାର ଭୋର ଏକ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri