୧.୨୮କୋଟିର ଗଡ଼ପଦା ପାନୀୟଜଳ ପ୍ରକଳ୍ପ: ଅବଧି ସରିଲା, ନିର୍ମାଣ ସରୁନି

ରୂପ୍‌ସା, ୩୦।୧୦(ବାଞ୍ଛାନିଧି ଦେ)-ପାନୀୟଜଳ ସମସ୍ୟାର ସମାଧାନ ପାଇଁ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ହେଲେ ବିଭିନ୍ନ ସ୍ଥାନରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ କାମ ସରୁ ନ ଥିବାରୁ ସରକାରଙ୍କ ଏହି ଯୋଜନା ଦିଗହରା ହୋଇପଡ଼ିଛି। ବାଲେଶ୍ୱର ଜିଲା ବସ୍ତା ବ୍ଲକ ଗଡ଼ପଦା ଗ୍ରାମାଞ୍ଚଳରେ ନିର୍ମାଣାଧୀନ ପାନୀୟଜଳ ପ୍ରକଳ୍ପ ଏହାର ଉଦାହରଣ।
ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ଗଡ଼ପଦା ପଞ୍ଚାୟତରେ ଏକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ଠିକାଦାର ପ୍ରବୀର ପ୍ରଧାନଙ୍କ ନାମରେ ବିଭାଗ ପକ୍ଷରୁ ଟେଣ୍ଡର ହୋଇଥିଲା। ୨୦୧୮ ସେପ୍ଟେମ୍ବର ୧ତାରିଖରୁ ୨୦୧୯ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଏହାର ନିର୍ମାଣ ଅବଧି ଥିଲା। ହେଲେ ୧୦ମାସ ଅବଧି ମଧ୍ୟରେ ନିର୍ମାଣ ଅଧାପନ୍ତରିଆ ଯୋଗୁ ଅସନ୍ତୋଷ ବଢ଼ି ଚାଲିଛି। ଆଉ ଅଧିକ ୪ମାସ ବିତିଯାଇଥିଲେ ବି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ କୌଣସି ତପତ୍ରତା ନ ଥିବା ସାଧାରଣରେ ଆଲୋଚନା ହେଉଛି। ଅପରପକ୍ଷରେ ଜଳଯୋଗାଣ ଓ ପରିମଳ ବିଭାଗ ଚୁପ୍‌ ହୋଇ ବସିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ପ୍ରକଳ୍ପର ବ୍ୟୟ ଅଟକଳ ମୂଲ୍ୟ ରହିଛି ୧କୋଟି ୨୮ଲକ୍ଷ ୭୯ହଜାର ଟଙ୍କା। ଓଡ଼ିଆ ଶାସନ ଏବଂ ଗଡ଼ପଦାରେ ଗୋଟିଏ ଲେଖାଏ ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣାଧୀନ ରହିଛି। ପଞ୍ଚାୟତ ଅନ୍ତର୍ଗତ ଗଡ଼ପଦା, ଓଡ଼ିଆଶାସନ ୱାର୍ଡ଼ ସହ ଆଂଶିକ ବାଖରାବାଦ ୱାର୍ଡ଼ରେ ମୋଟ ୧୯୪୦ ଜଣ ହିତାଧିକାରୀଙ୍କୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି। କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ସମସ୍ତଙ୍କ ଘରକୁ ପାଣି ପାଇପ୍‌ ସଂଯୋଗ କରାଯାଇ ପାନୀୟଜଳ ଯୋଗାଣ ବ୍ୟବସ୍ଥା ହେବ। ଏଥିପାଇଁ ମୋଟ୍‌ ୧୧କି.ମି. ୬ଶହ ମିଟର ପରିବ୍ୟାପ୍ତ ପାଇପ୍‌ ମାଟିତଳେ ବିଛାଣ ହେବା କଥା। ଏଯାବତ୍‌ ମାତ୍ର ୩କି.ମି. ମଧ୍ୟରେ ପାଣି ପାଇପ୍‌ ବିଛାଯାଇଥିବା ଯୋଗୁ ଉତ୍ତେଜନା ଦେଖାଦେଇଛି। ତୁରନ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଦିଗରେ ବିଭାଗୀୟ ପଦକ୍ଷେପ ଗ୍ରହଣ କରା ନ ଗଲେ ପଞ୍ଚାୟତବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ସରପଞ୍ଚ କାଳୀଚରଣ ଯେନା କହିଛନ୍ତି, ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଠିକାଦାର ଓ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ଜନସାଧାରଣ ସରକାରୀ ସୁବିଧାରୁ ବଞ୍ଚତ୍ତ ରହୁଛନ୍ତି। ଆରଡବ୍ଲ୍ୟୁଏସ୍‌ଏସ୍‌ ଜେଇ ଚିତ୍ତରଞ୍ଜନ ପାତ୍ରଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ପାଣି ଟାଙ୍କି ନିର୍ମାଣ ଚାଲିଛି। ବିଦ୍ୟୁତ୍‌ ଖୁଣ୍ଟ ପୋତାଯାଇ ତାର ଟଣାଯାଇଛି। ଟ୍ରାନ୍ସଫର୍ମର ବସିବାର ବ୍ୟବସ୍ଥା ହେଉଛି। ଅବଶିଷ୍ଟ ପାଇପ୍‌ ଲାଇନ୍‌ ବିଛାଯାଇ ଘରକୁ ଘର ସଂଯୋଗ ଦିଆଯିବ। ୨ଟି ଯାକ ସ୍ଥାନରେ ବୋରିଂ ସରିଛି। ମାତ୍ର ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ସମ୍ପୃକ୍ତ ଠିକାଦାରଙ୍କୁ ୪ଥର କାରଣ ଦର୍ଶାଅ ନୋଟିସ୍‌ ବିଭାଗ ପକ୍ଷରୁ ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri