Posted inଖେଳ

ୟୁଏସ୍‌ ଓପନ୍‌: ବିପର୍ଯ୍ୟୟ: କ୍ୱାର୍ଟରରୁ ଫେଡରରଙ୍କ ବିଦାୟ

ନ୍ୟୁୟର୍କ, ୫।୯ (ଏଏଫ୍‌ପି)- ଚଳିତ ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ର କ୍ୱାର୍ଟର ଫାଇନାଲରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ୨୦ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ତଥା କିମ୍ବଦନ୍ତୀ ସୁଇଜରଲାଣ୍ଡ ଟେନିସ ଖେଳାଳି ରୋଜର ଫେଡରର କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି। ପୁରୁଷ ସିଙ୍ଗଲ୍ସର ଏକ ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ୩୮ ବର୍ଷୀୟ ଫେଡରର ୩-୬, ୬-୪, ୩-୬, ୬-୪, ୬-୨ ସେଟ୍‌ରେ ଟୁର୍ନାମେଣ୍ଟର ସର୍ବନିମ୍ନ ମାନ୍ୟତାପ୍ରାପ୍ତ ବୁଲଗେରିଆର ଗ୍ରିଗର ଦିମିତ୍ରୋଭାଙ୍କ ନିକଟରୁ ପରାଜୟବରଣ କରିଛନ୍ତି। ବିଶ୍ୱ ମାନ୍ୟତାର ୭୮ତମ ସ୍ଥାନରେ ରହିଥିବା ୨୮ ବର୍ଷୀୟ ଦିମିତ୍ରୋଭା ସେମିଫାଇନାଲରେ ୫ମ ସିଡ୍‌ ରୁଷିଆର ଡାନିଲ ମେଡଭେଡେଭଙ୍କୁ ଶୁକ୍ରବାର ଭେଟିବେ। ଦିମିତ୍ରୋଭାଙ୍କ ବିପକ୍ଷରେ ଶେଷ ୭ଟି ମୁକାବିଲାରେ ବିଜୟ ହାସଲ କରି ଫେଭରାଉଟ୍‌ ବିବେଚିତ ହେଉଥିବା ୫ଥର ୟୁଏସ୍‌ ଓପନ୍‌ ବିଜେତା ଫେଡରରଙ୍କୁ କିନ୍ତୁ ଶେଷରେ ନିରାଶ ହେବାକୁ ପଡ଼ିଛି। ଦିମିତ୍ରୋଭା କ୍ୟାରିୟରର ପ୍ରଥମଥର ଲାଗି ଏହି ସମ୍ମାନଜନକ ପ୍ରତିଯୋଗିତାର ଅନ୍ତିମ-୪ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୧୯୯୧ରେ ଜିମ୍ମି କନର୍ସ (୧୭୪ତମ)ସର୍ବନିମ୍ନ ମାନ୍ୟତା ପ୍ରାପ୍ତ ଖେଳାଳି ଭାବେ ୟୁଏସ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ଏବେ କିନ୍ତୁ ଦିମିତ୍ରୋଭା ସର୍ବନିମ୍ନ ମାନ୍ୟତାପ୍ରାପ୍ତ ଖେଳାଳିଭାବେ ଏଠାରେ ସେମିଫାଇନାଲରେ ପହଞ୍ଚତ୍ଛନ୍ତି।

ସେରେନାଙ୍କ ୧୦୦ତମ ୟୁଏସ୍‌ ଓପନ୍‌ ବିଜୟ
ଆମେରିକାର ଷ୍ଟାର୍‌ ମହିଳା ଟେନିସ ଖେଳାଳି ସେରେନା ଓ୍ବିଲିୟମ୍ସ କ୍ୟାରିୟରରେ ୧୦୦ତମ ୟୁଏସ୍‌ ଓପନ୍‌ ମ୍ୟାଚ୍‌ ଜିତିଛନ୍ତି। ଏଠାରେ ଖେଳାଯାଇଥିବା ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଅବସରରେ ସେରେନା ଏହି କୃତୀତ୍ୱ ହାସଲ କରିଛନ୍ତି। ଏହି ମ୍ୟାଚ୍‌ରେ ସେରେନା ୬-୧, ୬-୦ ସିଧାସଳଖ ସେଟ୍‌ରେ ଚାଇନାର ଓ୍ବାଙ୍ଗ୍‌ କ୍ୱିଙ୍ଗ୍‌ଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିବା ସହ ନ୍ୟୁୟର୍କରେ ୧୦୦ତମ ବିଜୟ ସ୍ବାଦ ଚାଖିଛନ୍ତି। ଛ’ଥର ୟୁଏସ୍‌ ଓପନ୍‌ ବିଜୟିନୀ ସେରେନାଙ୍କୁ ଏହି ମ୍ୟାଚ୍‌ ଜିତିବାକୁ ମାତ୍ର ୪୪ ମିନିଟ୍‌ ସମୟ ଲାଗିଥିଲା। ଚଳିତ ବର୍ଷ ଏହି ଟୁର୍ନାମେଣ୍ଟରେ ସବୁଠାରୁ କମ୍‌ ସମୟ ମଧ୍ୟରେ ଶେଷ ହୋଇଥିବା ମ୍ୟାଚ୍‌ର ମାନ୍ୟତା ପାଇଛି। ସେମିଫାଇନାଲରେ ୩୭ ବର୍ଷୀୟା ସେରେନାଙ୍କ ମୁକାବିଲା ୫ମ ସିଡ୍‌ ୟୁକ୍ରେନର ଏଲିନା ସ୍ବିତୋଲିନାଙ୍କ ସହ ହେବ। ଅନ୍ୟଏକ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଏଲିନା ୬-୪, ୬-୪ ସିଧାସଳଖ ସେଟ୍‌ରେ ବ୍ରଟେନର ଜୋହାନ କୋଣ୍ଟାଙ୍କୁ ପରାସ୍ତ କରି ଅନ୍ତିମ-୪ରେ ପ୍ରବେଶ କରିଛନ୍ତି। ୨୦୧୭ ସେପ୍ଟେମ୍ବରରେ ମାତୃତ୍ୱ ଲାଭ କରିବା ପରଠାରୁ ସେରେନା କୌଣସି ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଜିତିପାରି ନାହାନ୍ତି। ମହିଳା ସିଙ୍ଗଲ୍ସର ଅନ୍ୟ ଏକ ମ୍ୟାଚ୍‌ରେ ସୁଇଜରଲାଣ୍ଡର ବେଲିନା ବେନସିକ ୭-୬ (୭/୫), ୬-୩ ସେଟ୍‌ରେ କ୍ରୋଏସିଆର ଡୋନା ମର୍ଟେନ୍ସଙ୍କୁ ହରାଇ ପ୍ରଥମଥର ଲାଗି କ୍ୟାରିୟରରେ କୌଣସି ଗ୍ରାଣ୍ଡସ୍ଲାମ ପ୍ରତିଯେଗିତାର ସେମିଫାଇନାଲରେ ପହଞ୍ଚତ୍ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri