ହ୍ରାସ ପାଉଛି ସହରାଞ୍ଚଳ ବେକାରି

ନୂଆଦିଲ୍ଲୀ,୯।୬: କୋଭିଡ୍‌-୧୯ ସଂକ୍ରମଣରୁ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାର ଲକଡାଉନ ଜାରି କରିଥିଲେ । ଏହି ସଂକ୍ରମଣର ଭୟାବହତା ପାଇଁ ସରକାର ନାନା କଟକଣା ମଧ୍ୟ ଲାଗୁ କଲେ । ଯାହାର ପ୍ରଭାବ ଦେଶର ଅର୍ଥନୀତି ଓ ବାଣିଜି୍ୟ କାରବାର ସହ ନିଯୁକ୍ତି ଉପରେ ପଡିଥିଲା । ଫଳରେ କରୋନା କଟକଣା ଓ ଆର୍ଥିକ ମାନ୍ଦବସ୍ଥା ପାଇଁ ବିଭିନ୍ନ ସଂସ୍ଥାରୁ ଆରମ୍ଭ ହୋଇଥିଲା ଛଟେଇ ପ୍ରକ୍ରିୟା । ଏହି ସଂକ୍ରମଣ ଜନିତ ବିଭିନ୍ନ କାରଣରୁ ଦେଶରେ ବେକାରି ସମସ୍ୟା ଦେଖା ଦେଇଥିବା ସମ୍ପର୍କରେ ସେଣ୍ଟର ଫର ଦ୍‌ ମନିଟରିଂ ଅଫ ଇଣ୍ଡିଆନ ଇକୋନମି(ସିଏମ୍‌ଆଇ୍‌ଈ) ସୂଚନା ଦେଇଛି। ଏହି ସଂସ୍ଥା ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି ଯେ, ଦେଶର ବେକାରି ହାର ୭ଜୁନ ସୁଦ୍ଧା ୧୭.୦୮% ରହିଛି । ସେହିଭଳି ଏହି ହାର ମେ ୩୧ ମଧ୍ୟରେ ୨୫.୧୪% ରହିଥିଲା । ବର୍ତ୍ତମାନ ସମୟରେ ଜାତୀୟ ହାର ଅନୁସାରେ ମେ ୩୧ ସୁଦ୍ଧା ସହରାଞ୍ଚାଳରେ ୨୦.୧୯% ବେକାରି ସମସ୍ୟା ରହିଥିବା ବେଳେ ତାହା ଜୁନ ୭ ସୁଦ୍ଧା ୧୭.୫୧%କୁ ଖସି ଆସିଛି।
ସେହିଭଳି ଗ୍ରାମାଞ୍ଚଳରେ ମେ ମାସରେ ୧୭.୯୨% ରହିଥିବା ବେଳେ ଜୁନ ୭ବେଳକୁ ଏହାର ହାର ୧୭.୭୧% ରହିିଥିବା ରିପୋର୍ଟରେ ପ୍ରକାଶ ପାଇଛି । ଲକଡାଉନ କାରଣରୁ ଦେଶରେ ସବୁ କିଛି ବନ୍ଦ ରହିଥିବା ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଥିବା ପ୍ରାଥମିକ ସର୍ଭେରୁ ଜଣାପଡିଥିବା ସଂସ୍ଥା ମତ ପ୍ରକାଶ କରିଛି । ସେହିଭଳି ମଧ୍ୟ କୁହାଯାଇଛି ଯେ, ଦେଶର ବାଣିଜି୍ୟକ କାରବାର ସହ କଳକାରଖାନା ଓ ହୋଟେଲ ଶିଳ୍ପ ଗୁଡିକ ଖୋଲିବା ସହ କାରବାର ବୃଦ୍ଧି ପାଇଲେ ଏହି ପରିସ୍ଥିତର ପରିବର୍ତ୍ତନ ଦେଖା ଦେଇପାରେ ବୋଲି ଆଶା କରାଯାଉଛି । ସହରାଞ୍ଚାଳରେ ସବୁ ବର୍ଗର କଳକାରଖାନ ସହ ବିଭିନ୍ନ ସଂସ୍ଥା ଖୋଲିବା ପରେ ଏହି ସ୍ଥିତିରେ ସୁଧାର ଆସିବା ନେଇ ରିପୋର୍ଟରେ ଉଲେଖ୍ୟ କରାଯାଇଛି । ସେହିଭଳି ଗ୍ରାମାଞ୍ଚଳରେ କ୍ଷୁଦ୍ର ଶିଳ୍ପ ଓ ମନରେଗା କାର୍ଯ୍ୟ ଶତ ପ୍ରତିଶତ ଆରମ୍ଭ ହୋଇଗଲେ ଏହି ସମସ୍ୟାର ସୁଧାର ଆସିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri