ହୋଲ୍‌ଡିଂ ଟିକସ ଆଦାୟରେ ପକ୍ଷପାତିତା ଅଭିଯୋଗ : ସରକାରୀ କାର୍ଯ୍ୟାଳୟ ପ୍ରତି ଅନୁକମ୍ପା

ଅନୁଗୋଳ ଅଫିସ, ୨୦।୬ – ଅନୁଗୋଳ ପୌରପାଳିକାର ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି ଜିଲାପାଳ ମନୋଜ କୁମାର ମହାନ୍ତି। ବିଭିନ୍ନ ସମୀକ୍ଷା ବୈଠକରେ ଏ ନେଇ ପୌର ପ୍ରଶାସନକୁ ସେ ବାରମ୍ବାର ପରାମର୍ଶ ଦେଉଛନ୍ତି। ତଦନୁଯାୟୀ ପୌରପାଳିକା ପକ୍ଷରୁ ମଧ୍ୟ ଟିକସ ଆଦାୟକୁ ଜୋରଦାର କରାଯାଇଛି। ବିଶେଷକରି ହୋଲଡିଂ ଟିକସ ଆଦାୟରେ ଚଳିତବର୍ଷ ସର୍ବକାଳୀନ ରେକର୍ଡ କରିଛି ଅନୁଗୋଳ ପୌରପାଳିକା। ଯଦିଓ ଦିଆଯାଇଥିବା ଟାର୍ଗେଟ୍‌ ପୂରଣ ହୋଇପାରି ନାହିଁ ତଥାପି ଏ ନେଇ ପୌର କର୍ତ୍ତୃପକ୍ଷ ନିଜକୁ ନିଜେ ପ୍ରଶଂସା କରିସାରିଛନ୍ତି। ହେଲେ ବର୍ଷ ବର୍ଷ ଧରି ବକେୟା ରଖିଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକରୁ କେତେ ଟଙ୍କା ଏ ବାବଦରେ ଆଦାୟ ହୋଇଛି ଓ କେତେ ଟଙ୍କା ଏବେ ବି ବାକି ପଡ଼ିଛି ତାହା ଜଣାଇବାକୁ ପଛଘୁଞ୍ଚା ଦେଉଛନ୍ତି କର୍ତ୍ତୃପକ୍ଷ। ଏ ନେଇ ଟିକସ ଦେଉଥିବା ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପୌରାଞ୍ଚଳରେ ଘର କରିବା ସହ ବିଭିନ୍ନ ସେବା ଉପଭୋଗ କରୁଥିବା ଲୋକଙ୍କଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟଗୁଡ଼ିକରୁ ପୌର ପ୍ରଶାସନ ହୋଲଡିଂ ଟିକସ ଆଦାୟ କରୁଛନ୍ତି। କିନ୍ତୁ ଏହି ଟିକସ ଆଦାୟ ବେଳେ ପୌର କର୍ତ୍ତୃପକ୍ଷ ପକ୍ଷପାତିତା କରୁଥିବା ସହରବାସୀ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଲୋକଙ୍କଠାରୁ ଏହି ଟିକସ ଆଦାୟ ପାଇଁ ପୌର ପ୍ରଶାସନ ଯେତିକି ତତ୍ପରତା ଦେଖାଉଛି ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସେତିକି ଅନୁକମ୍ପା ପ୍ରଦର୍ଶନ କରୁଛି। ସହରବାସିନ୍ଦାଙ୍କ ପରି ସରକାରୀ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ସମ ପରିମାଣର ସେବା ପାଉଛନ୍ତି। ଏହା ବଦଳରେ କିନ୍ତୁ ଟିକସ ଦେବାରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପଛରେ ଅଛନ୍ତି। ବର୍ଷ ବର୍ଷ ଧରି ବକେୟା ଗଡ଼ୁଥିଲେ ବି ତାହା କିପରି ଆଦାୟ ହେବ ସେ ଉପରେ ପ୍ରଶାସନ ଗୁରୁତ୍ୱ ଦେଉନାହିଁ। ଫଳରେ ପୌର ପାଳିକାର ଆୟ ଯେତିକି ହେବା କଥା ତାହା ହେଉନାହିଁ। ପୌରପାଳିକାକୁ ହୋଲଡିଂ ଟିକସ ବାବଦରେ ୩ କୋଟି ୬୦ ଲକ୍ଷ ଟଙ୍କା ଆଦାୟର ଟାର୍ଗେଟ ଦିଆଯାଇଥିଲା। ସେଥିରୁ ୯୨ ପ୍ରତିଶତ ଅର୍ଥାତ୍‌ ୩ କୋଟି ୨୮ ଲକ୍ଷ ଟଙ୍କା ଆଦାୟ ହୋଇପାରିଛି। ଏଥିରେ ସରକାରୀ କାର୍ଯ୍ୟାଳୟର ବହୁ ବକେୟା ଅର୍ଥ ସାମିଲ ଥିବା ପୌରନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ପୂର୍ବରୁ ସୂଚନା ଦେଇଥିଲେ। କିନ୍ତୁ ବର୍ଷ ବର୍ଷ ଧରି ଏହି ଟିକସ ଫାଙ୍କିବାରେ ସରକାରୀ କାର୍ଯ୍ୟାଳୟ କେତେ ଆଗରେ ରହିଛି ସେ ବିଷୟରେ ମୁହଁ ଖୋଲୁନାହାନ୍ତି ପୌର ଅଧିକାରୀ। ଏ ନେଇ ତଥ୍ୟ ପୌରପାଳିକା ନିକଟରେ ନ ଥିବା ସଫେଇ ଦେଉଛନ୍ତି। ଯଦି ଏ ସମ୍ପର୍କିତ ଫାଇଲ ଖୋଜାଯିବ ତା’ହେଲେ ୩ ମାସରୁ ଅଧିକ ସମୟ ଲାଗିବ ବୋଲି ପୌର ଅଧିକାରୀଙ୍କ ପକ୍ଷରୁ କୁହାଯାଉଛି। ମଙ୍ଗଳବାର ଏ ନେଇ ପୌର ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଜିଲାପାଳଙ୍କ ସହ ବୈଠକରେ ଅଛନ୍ତି ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri