ହୋଟେଲ, ଟ୍ରାଭେଲ ଶିଳ୍ପ ବ୍ୟାପକ କ୍ଷତିଗ୍ରସ୍ତ

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ପ୍ରଭାବରେ ରାଜ୍ୟର ହୋଟେଲ ଓ ଟ୍ରାଭେଲ ଶିଳ୍ପ ସର୍ବାଧିକ କ୍ଷତିଗସ୍ତ ହୋଇଛି। ପ୍ରଳୟଙ୍କରୀ ବାତ୍ୟା ଫନୀ ପରେ ହୋଟେଲ ଶିଳ୍ପକୁ ଆଉଥରେ ଏକ ବଡ଼ ଝଟ୍‌କା ଲାଗିଛି। ଇନ୍‌ବାଉଣ୍ଡ୍‌ ଟୁରିଷ୍ଟମାନେ ସେମାନଙ୍କ ବୁକିଂ ବାତିଲ କରୁଥିବାରୁ ଏହାର କ୍ଷତି ହୋଟେଲ ଶିଳ୍ପକୁ ମୁଣ୍ଡାଇବାକୁ ପଡ଼ିଛି। ରାଜ୍ୟର ଅଧିକାଂଶ ହୋଟେଲରେ ପୂର୍ବରୁ ହୋଇଥିବା ବଙ୍କେଟ ବୁକିଂ, ବାହାଘର ଏବଂ ବଡ଼ ବଡ଼ ସମ୍ମିଳନୀ ବୁକିଂକୁ ବାତିଲ କରିଦିଆଯାଇଛି। ଏହାକୁ ନଜରରେ ରଖି ଓଡ଼ିଶା ସରକାର ହୋଟେଲ ଶିଳ୍ପକୁ ସହାୟତାର ହାତ ବଢାଇବାକୁ ଦାବି କରିଛି ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓଡ଼ିଶା(ଏଚ୍‌ଆର୍‌ଏଓ)।
ସୋମବାର ଅନୁଷ୍ଠିତ ବୈଠକରେ ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ଜେ.କେ. ମହାନ୍ତି କହିଲେ, ଅଧିକାଂଶ ହୋଟେଲ ମାଲିକ ବ୍ୟାଙ୍କ ଋଣରେ ବୁଡ଼ି ରହିଛନ୍ତି। ବାତ୍ୟା ପରଠାରୁ ଋଣ ପରିଶୋଧ କରିବା କଷ୍ଟକର ହୋଇପଡୁଛି। ଏବେ କରୋନା ଚିନ୍ତା ବଢ଼ାଇଛି। ଏଭଳିସ୍ଥଳେ ରାଜ୍ୟ ସରକାର ପରିସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ବ୍ୟାଙ୍କ୍‌ଗୁଡ଼ିକୁ କୋହଳ ନୀତି ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେବା ଉଚିତ୍‌। ଏହାବ୍ୟତୀତ ଓଡ଼ିଶା ସରକାର ହୋଟେଲ ଶିଳ୍ପ ଉପରୁ ଏସ୍‌ଜିଏସ୍‌ଟି ଉଠାଇ ରାଜ୍ୟର ପର୍ଯ୍ୟଟନ ଓ ହସ୍ପିଟାଲିଟି ଶିଳ୍ପକୁ ସମର୍ଥନ କରିବାକୁ ଆସୋସିଏଶନ ଦାବି ରଖିଛି। ବିଏମ୍‌ସି ହୋଲ୍ଡିଂ ଟ୍ୟାକ୍ସ, ବାର୍‌ ଲାଇସେନ୍ସ ଫି, ଗ୍ରାଉଣ୍ଡ୍‌ ଓ୍ବାଟର ଫି, ଇଲେକ୍ଟ୍ରିସିଟି ଫି ଆଦିକୁ କିଛି ସମୟ ପାଇଁ ଉଠାଇଦେବା ସହ ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ଟୁରିଜମ୍‌, ଟ୍ରାଭେଲ ଓ ହସ୍ପିଟାଲିଟି ଶିଳ୍ପରୁ ଜିଏସ୍‌ଟି ସମ୍ପୂର୍ଣ୍ଣଭାବେ ଉଠାଇବାକୁ ଦାବି କରାଯାଇଛି। କର୍ମଚାରୀଙ୍କୁ ଠିକ୍‌ ସମୟରେ ଦରମା ଦେବା, ସ୍ବଚ୍ଛତା ଏବଂ ପରିଚ୍ଛନ୍ନତା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଉଛି। ଏଥିଲାଗି ହୋଟେଲଗୁଡ଼ିକୁ ଅଧିକ ଖର୍ଚ୍ଚ ବୋଝ ମୁଣ୍ଡାଇବାକୁ ପଡ଼ୁଛି। ଗତ ମେ’ ମାସରେ ହୋଇଥିବା ବାତ୍ୟା ଫନୀରେ ହୋଟେଲ ଶିଳ୍ପ ସର୍ବାଧିକ କ୍ଷତିଗସ୍ତ ହୋଇଥିଲା। ହୋଟେଲ ଶିଳ୍ପକୁ ପୁଣିଥରେ ମୁଣ୍ଡଟେକି ଛିଡା କରାଇବାକୁ ଆସୋସିଏଶନ ସରକାରଙ୍କୁ ସହାୟତା ମାଗିଥିଲା। ହେଲେ କୌଣସି ଗୋଟିଏ ବି ହୋଟେଲ ଏବେସୁଦ୍ଧା କ୍ଷତିପୂରଣ ପାଇ ନ ଥିବା ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଟାର୍କଟିକାର କୋନ୍‌କୋର୍ଡିଆରେ ୧୬ ବର୍ଷର ରେକର୍ଡ ଥଣ୍ଡା

ନୂଆଦିଲ୍ଲୀ, ୨ା୮: ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ (ୟୁରୋପ, ଉତ୍ତର ଆମେରିକା, ଏସିଆ) ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ…

୪ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ପଦଯାତ୍ରାରେ ଯିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨ା୮(ପି.ଟି.): ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

୨୦ ବର୍ଷ ପରେ କୋଲକାତା ଫେରିଲେ ତସଲିମା ନାସରିନ; ହେଲେ ପରିସ୍ଥିତି ହେଲା ଅଶାନ୍ତ, କାହିଁକି ଜାଣନ୍ତୁ

କୋଲକାତା,୨।୮: ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନାସରିନ ପୁଣି ଥରେ କୋଲକାତାରେ ପହଞ୍ଚିଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରମାଣ କରେ ଯେ…

Plane Crash: ଭୟଙ୍କର ବିମାନ ଦୁର୍ଘଟଣା, ୧୩ ମୃତ, ଦେଖନ୍ତୁ ଭୟଙ୍କର Video

ଲିମା,୨।୮: ଶନିବାର ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି, ଯାହା ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ବିମାନଟି…

ସକାଳୁ ସକାଳୁ ଥରିଲା ରାଜଧାନୀ, ଭୂକମ୍ପର ତୀବ୍ରତା ଥିଲା…

ନୂଆଦିଲ୍ଲୀ,୨।୮: ରାଜଧାନୀ ଦିଲ୍ଲୀରେ ରବିବାର (୨ ଅଗଷ୍ଟ) ଭୋର ପ୍ରାୟ ୪ଟା୧୪ ସମୟରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ୨.୯ ତୀବ୍ରତାର ଭୂମିକମ୍ପର ପ୍ରଭାବ…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri