ହୃଦ୍‌ରୋଗୀଙ୍କୁ ସୁସ୍ଥ ରଖେ ସଙ୍ଗୀତ

ଲଣ୍ଡନ: ଦିନକୁ ୧ ଘଣ୍ଟା ସଙ୍ଗୀତ ଶୁଣିଲେ ହାର୍ଟ ପାଇଁ ବହୁତ ଭଲ। ସର୍ବିୟାର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି ଏହା କହିଛନ୍ତ। ସଙ୍ଗୀତ ଚିନ୍ତା ଏବଂ ଦୁଃଖ ଦୂର କରିବା ସହ ଯନ୍ତ୍ରଣା ମଧ୍ୟ ଦୂର କରିଥାଏ। ବିଶେଷଜ୍ଞମାନେ କୁହନ୍ତି, ହାର୍ଟ ଆଟାକ୍‌ ବା ହୃଦ୍‌ରୋଗ ହେଲେ ଛାତିରେ ଦରଜ ଅନୁଭବ ହୁଏ। ହୃଦ୍‌ରୋଗୀମାନେ ସଙ୍ଗୀତ ଶୁଣିଲେ ଏହି ଦରଜ କମିଥାଏ। ବେଲ୍‌ଗ୍ରେଡ୍‌ ୟୁନିଭରସିଟିର ପ୍ରଫେସର ପ୍ରିଡ୍ରାଗ୍‌ ମାଇଟ୍ରୋଭିକ୍‌ କୁହନ୍ତି, ୩୫୦ ହୃଦ୍‌ରୋଗୀଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏହାକୁ ଆଧାର କରି ମ୍ୟୁଜିକ୍‌ ଥେରାପୀ ହୃଦ୍‌ରୋଗୀଙ୍କ ପାଇଁ ବହୁତ ଭଲ ବୋଲି କୁହାଯାଉଛି। ଏହି ଅଧ୍ୟୟନ ୭ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଯେଉଁଥିରେ ଜଣାପଡ଼ିଥିଲା ମ୍ୟୁଜିକ୍‌ ଥେରାପୀରୁ ଅଧିକ ହୃଦରୋଗୀ ଭଲ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୧୮ ପ୍ରତିଶତ ରୋଗୀଙ୍କର ହାର୍ଟ ଫେଲ୍‌ ଥିଲା। ଦ୍ୱିତୀୟ ଆଟାକ୍‌ଙ୍କ ସଂଖ୍ୟା ୨୩ ପ୍ରତିଶତ କମ୍‌ ଥିଲା। କଲେଜ ଅଫ୍‌ କାର୍ଡିଓଲୋଜିର ଆନୁଆଲ ସାଇଣ୍ଟିଫିକ୍‌ ଏବଂ ଓ୍ବାଲର୍‌ଡ କଗ୍ରାଡ୍‌ ଅଫ୍‌ କାର୍ଡିଓଲୋଜିର ମିଳିତ ଭାବେ ଏହି ଗବେଷଣା କରିଥିଲେ। ଅଧଘଣ୍ଟା ସଙ୍ଗୀତ ଶୁଣିଲେ ହାର୍ଟ ସୁସ୍ଥ ରହେ। କାରଣ ସଙ୍ଗୀତ ହୃଦ୍‌ରୋଗୀଙ୍କୁ ଆକର୍ଷିତ କରିବା ସହ ରୋଗୀ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri