ହିରୋସୀମାର ୭୪ ବର୍ଷ ତଳର ଲୁହ ଭିଜା କାହାଣୀ: ଅଗଷ୍ଟ ୬ ସାଜିଥିଲା ମାନବ ସଭ୍ୟତାର କଳାଦିନ

ଟୋକିଓ/ନୂଆଦିଲ୍ଲୀ, ୬।୮: ଅଗଷ୍ଟ ମାସ ୬ ତାରିଖକୁ ମାନବ ସଭ୍ୟତାର କଳାଦିନ ଭାବେ ବିବେଚନା କରାଯାଏ। ୧୯୪୫ ମସିହାରେ ଏହି ଦିନ ଜାପାନର ହିରୋସୀମା ସହର ଉପରେ ପକାଯାଇଥିଲା ପରମାଣୁ ବୋମା, ନିରୀହ ଜନସାଧାରଣ ଗ୍ରୀଷ୍ମଋତୁର ସାକୁରା ପୁଷ୍ପ ପ୍ରସ୍ଫୁଟିତ ଉଦ୍ୟାନ ନଗରୀ ହିରୋସୀମାରେ ସୁନେଲି ସକାଳକୁ ଉପଭୋଗ କରୁଥିବାବେଳେ ସହର ଉପରେ ସକାଳ ୮ଟା ୧୬ମିନିଟରେ ଆମେରିକାର ବୋମାବର୍ଷି ବିମାନ ‘ଏନୋଲା ଗେ’ରୁ ’ଲିଟିଲ୍‌ ବୟ’ ନାମକ ପରମାଣୁ ବୋମା ନିକ୍ଷେପ କରାଯାଇଥିଲା। ନିମିଷେକ ମଧ୍ୟରେ ଏକ ପ୍ରାଚୁର୍ଯ୍ୟପୂର୍ଣ୍ଣ ନଗରୀକୁ ଧୂଳିସାତ ହୋଇଯାଇଥିଲା। ଇତିମଧ୍ୟରେ ବିତିଛି ୭୩ ବର୍ଷ ତେବେ ହିରୋସୀମାର ଲୁହଲହୁ ଭିଜା କାହାଣୀ ଯେତେ ଲେଖିଲେ ମଧ୍ୟ ଶେଷ ହୋଇପାରୁନାହିଁ। ବୋମା ବିସ୍ଫୋରଣ ପର ଦୃଶ୍ୟ ଥିଲା ହୃଦୟ ବିଦାରକ। ମୃତ ଦେହର ଲମ୍ବାଧାଡ଼ି ଲାଗିରହିଥିଲା ବହୁଦୂର ଯାଏ। ଯେଉଁମାନେ ମରିଗଲେ ସେମାନେ ହୁଏତ ତରିଗଲେ ମାତ୍ର ଯେଉଁମାନେ ବଞ୍ଚତ୍ରହିଥିଲେ ସେମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଥିଲା ଅକଥନୀୟ। ପରମାଣୁ ବିଭୀଷିକାରେ ଅଧିକାଂଶ ହୋଇଯାଇଥିଲେ ଅନ୍ଧ, ବିକଳାଙ୍ଗ। ଅନେକଙ୍କ ହାତ, ଗୋଡ଼ ସେମାନଙ୍କ ଆଖି ଆଗରେ ଜଳୁଥିଲା। ରାସ୍ତାର ଙ୍କକ୍ରିଟ, ଘରବାଡ଼ି ସବୁ ହିଁ ଜଳୁଥିଲା। ଏକ କଳା ବହଳିଆ ମାଟି ଓ ଧୂଆଁ ଲୋକଙ୍କୁ କଳାରଙ୍ଗର ପୋଡ଼ା ଅଙ୍ଗାରଭଳି ରୂପ ପ୍ରଦାନ କରିଥିଲା। ଲୋକଙ୍କ ଦେହରେ ନ ଥିଲା ଲୁଗାପଟା। ବୋମା ବିଷୟରେ କିଛି ଜାଣିବାପୂର୍ବରୁ ବିସ୍ଫୋରଣ ସହିତ ସମସ୍ତଙ୍କ ଦେହରେ ଥିବା ପୋଷାକ ଆପଣାଛାଏଁ ଜଳି ଉଠିଥିଲା। ବିସ୍ଫୋରଣସ୍ଥଳର ୨ କିଲୋମିଟର ବ୍ୟାସ ଅଞ୍ଚଳର କୋଠାବାଡ଼ି ସହ ମାଟି, ପଥର, ରାସ୍ତାର ଙ୍କକ୍ରିଟ ସବୁ ଧୂଳିରେ ପରିଣତ ହୋଇ ଆକାଶକୁ ଉଠିଯାଇଥିଲା। ମଣିଷ, ଘରଦ୍ୱାର, ରାସ୍ତାଘାଟ, ଜୀବଜନ୍ତୁ ମିଶିଯାଇଥିଲେ ଏହି କଳା ଧୂସର ମାଟି ସହିତ ମାଟି ହୋଇ। ପାଖରେ ବୋହିଯାଉଥିବା ଜଳଧାରାର ମଧ୍ୟ ଅସ୍ତିତ୍ୱ ନଥିଲା । ବୋମା ଫୁଟିବାବେଳେ ସୃଷ୍ଟି ହୋଇଥିବା ପ୍ରଚଣ୍ଡ ଶବ୍ଦ ଓ ବାୟୁର ଚାପ ମଣିଷ ଭଳି ନରମ ଶରୀରଧାରୀ କ୍ଷୁଦ୍ର ଜୀବ ପାଇଁ ଅସହ୍ୟ ଥିଲା ୫ କିଲୋମିଟର ଅଞ୍ଚଳର ଲୋକେ ସମ୍ପୂର୍ଣ୍ଣଭାବେ ଦୃଷ୍ଟିଶକ୍ତି ଓ ଶ୍ରବଣ ଶକ୍ତି ହରାଇଥିଲେ। ସେମାନଙ୍କର କାନର ପରଦା ଫାଟିଯାଇ ରକ୍ତସ୍ରାବ ହେଉଥିଲା। ପରମାଣୁ ବୋମା ବିସ୍ଫୋରଣ ସମୟରେ ସୃଷ୍ଟି ହୋଇଥିବା ଚାପ ବାୟୁ ମଣ୍ଡଳୀୟ ଚାପ ଠାରୁ ୧୦ ଲକ୍ଷ ଗୁଣରୁ ଅଧିକ ଥିଲା। ବୋମା ପଡ଼ିବା ସ୍ଥାନର ତାପମାତ୍ରା ଥିଲା ପ୍ରାୟ ୧୦ ଲକ୍ଷ ଡ଼ିଗ୍ରୀ ସେଣ୍ଟିଗ୍ରେଡ୍‌। ଏଥିରୁ ସୃଷ୍ଟି ହୋଇଥିବା ଶକ୍ତିର ପରିମାଣ ଲକ୍ଷେ କୋଟି କିଲୋ କ୍ୟାଲୋରୀ। ପରମାଣୁ ବୋମାର ପ୍ରମୁଖ ୩ଟି ଧ୍ୱଂସକାରୀ ଶକ୍ତି ମଧ୍ୟରୁ ପ୍ରଥମ ଦୁଇଟି କ୍ଷୟକାରୀ ଓ ଦହନକାରୀ ହୋଇଥିବାବେଳେ ତୃତୀୟଟି ଥିଲା ଆହୁରି ମାରାମତ୍କ। ଏହା ହେଉଛି ତେଜସ୍କ୍ରିୟ ବିକିରଣ। ଏହା କର୍କଟ ରୋଗ ସୃଷ୍ଟି କରିବା ସହିତ ସମ୍ପୂର୍ଣ୍ଣ ଶରୀର ତଥା ବିଭିନ୍ନ ବାହ୍ୟ ଓ ଆଭ୍ୟନ୍ତରୀଣ ଅଙ୍ଗ ପାଇଁ ଥିଲା କ୍ଷତିକାରକ। ମାନବ ଇତିହାସର ଏହି କଳାଦିନକୁ ଭୁଲିବାକୁ ବିଶ୍ୱସ୍ତରରେ ଦୀର୍ଘ ୭୪ ବର୍ଷ ଧରି ପ୍ରୟାସ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri