ହିନ୍ଦୁ ଝିଅଙ୍କ ବାହାଘର କଲେ ମୁସଲମାନ ଦମ୍ପତି

ମାଛିଓ୍ବାଡା(ପଞ୍ଜାବ): ଲକ୍‌ଡାଉନ୍‌ କଟକଣା ମଧ୍ୟରେ ଅନେକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏ ସମୟରେ ଏପରି କିଛି ଘଟଣା ମଧ୍ୟ ଘଟିଛି, ଯାହା ଅନେକଙ୍କୁ ପ୍ରେରିତ କରିବା ସହ ସବୁଦିନ ପାଇଁ ସ୍ମୃତି ହୋଇ ରହିବ। ପଞ୍ଜାବର ଲୁଧିଆନାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଲକ୍‌ଡାଉନ୍‌ ଯୋଗୁ ମା’ ବାପା ଗାଁରେ ଫସିଥିବା ବେଳେ ଏକ ମୁସଲମାନ ଦମ୍ପତି ଝିଅର ବିବାହ ସମ୍ପନ୍ନ କରିଛନ୍ତି। ଘଟଣା ହେଲା, ଲୁଧିଆନା ଜିଲା ଭାଟିୟାନ ଅଞ୍ଚଳର ଭରିନ୍ଦର କୁମାର ଲକ୍‌ଡାଉନ୍‌ ପୂର୍ବରୁ ସ୍ତ୍ରୀ, ପୁଅ ଏବଂ ୩ ଝିଅଙ୍କୁ ନେଇ ନିଜ ଗାଁ ଉତ୍ତରପ୍ରଦେଶର ମୋରାଦାବାଦ ଯାଇଥିଲେ। ହେଲେ ଆଉ ଜଣେ ଝିଅ(ପୂଜା) ଭାଟିୟାନରେ ଥିଲେ। ପୂଜାଙ୍କ ବିବାହ ପଞ୍ଜାବର ସହେନଓ୍ବାଲ ଅଞ୍ଚଳର ସୁଦେଶ କୁମାରଙ୍କ ସହ ଲକ୍‌ଡାଉନ୍‌ ପୂର୍ବରୁ ସ୍ଥିର ହୋଇଥିଲା। ଏହା ମଧ୍ୟରେ ବରଘର ଲୋକେ ବିବାହ କରିବା ପାଇଁ ଚାହିଁଥିଲେ। ତେବେ ଲକ୍‌ଡାଉନ୍‌ ଯୋଗୁ ପୂଜାଙ୍କ ମା’ ବାପା ଗାଁରୁ ଫେରିବା ସମ୍ଭବ ହୋଇ ନ ଥିଲା। ତେବେ ଭାଟିୟାନରେ ରହୁଥିବା ମୁସଲମାନ ଦମ୍ପତି ଅବ୍‌ଦୁଲ ସାଜିଦ୍‌ ଏବଂ ତାଙ୍କ ସ୍ତ୍ରୀ ସୋନିଙ୍କ ଭରିନ୍ଦରଙ୍କ ପାରିବାରିକ ସମ୍ପର୍କ ଖୁବ୍‌ ଭଲ। ପୂଜା ଦୁହିଁଙ୍କୁ ମାମୁ ଓ ମାଈଁ ବୋଲି ଡାକନ୍ତି। ତେଣୁ ବିବାହ ନ ଅଟକାଇ ନିଜ ଝିଅ ଭଳି ବିବାହ କାର୍ଯ୍ୟ କରିବାକୁ ସେମାନଙ୍କୁ ଅନୁମତି ଦେଇଥିଲେ। ଏହାପରେ ମୁସଲମାନ ଦମ୍ପତି ପୂଜାଙ୍କ ବିବାହ ଆୟୋଜନ କରିଥିଲେ। ମାଛିଓ୍ବାଡାରୁ ପୁରୋହିତଙ୍କୁ ଡକାଇ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରାଇଥିଲେ। ପୂଜାଙ୍କୁ ଝିଅ ରୂପେ ଗ୍ରହଣକରି କନ୍ୟାଦାନ କରିଥିଲେ। ତେବେ କୌଣସି ଜିନିଷପତ୍ର ପାଇଁ ବରଘର ପରିବାର ମନା କରିଥିଲେ ମଧ୍ୟ ପରମ୍ପରା ଅନୁଯାୟୀ ଦମ୍ପତି ଜରୁରୀ ଆସବାବପତ୍ର ଉପହାର ଦେଇ ଝିଅକୁ ବିଦାକରିଥିଲେ। ତେବେ ବିବାହ ପାଇଁ ପୂଜାଙ୍କ ମା’ ବାପା ମଧ୍ୟ ଟଙ୍କା ପଠାଇଥିବା ଦମ୍ପତି କୁହନ୍ତି। ହେଲେ କରୋନା କଟକଣା ଯୋଗୁ ନିରାଡ଼ମ୍ବର ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ କନ୍ୟା-ବର, ବିବାହ କରାଉଥିବା ଦମ୍ପତିଙ୍କ ବ୍ୟତୀତ ବରଙ୍କ ଦୁଇ ଭଉଣୀ, ଭିଣୋଇ ଏବଂ ୩ ଛୁଆଙ୍କୁ ନେଇ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଭଳି ଏକ ସୁଯୋଗ ମିଳିଥିବାରୁ ମୁସଲମାନ ଦମ୍ପତି ଖୁସିବ୍ୟକ୍ତ କରିଥିଲେ। ସେହିପରି ଏକ ମୁସଲମାନ ଦମ୍ପତି ହିନ୍ଦୁ ବିବାହ କରାଇବା ଏବଂ କନ୍ୟାଦାନ କରିବା ବିଷୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘CJPରେ ଯୋଗଦିଅ,୫୦ ହଜାର ମାସକୁ ପାଅ’! ସିନିୟର ମେମ୍ବର ହେବାକୁ…

ନୂଆଦିଲ୍ଲୀ,୩୦।୭: ‘କକ୍ରୋଚ୍ ଜନତା ପାର୍ଟି’ (CJP) ନାମରେ ସୋସିଆଲ ମିଡିଆରେ ଚାଲିଥିବା ଏକ କଥିତ ନକଲି ଅଭିଯାନ ସାମ୍ନାକୁ ଆସିଛି । ଯାହା ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ ବିରିୟାନି!

ଚେନ୍ନାଇ,୩୦।୭: ତାମିଲନାଡୁ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇପାରେ । ରାଜ୍ୟ ସ୍କୁଲ ଶିକ୍ଷା ମନ୍ତ୍ରୀ ରାଜମୋହନ କହିଛନ୍ତି ଯେ ସରକାର ସପ୍ତାହରେ…

ରାସ୍ତାରେ ଘାଇ: ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ନୂଆପଡ଼ା,୩୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସ୍ତାରେ ଘାଇ ସୃଷ୍ଟି ହୋଇ ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ନଈ, ନାଳ…

କୋହଲିଙ୍କ ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେନି କୌଣସି ଅଧିକାରୀ

ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ): ଆସନ୍ନ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି। ଏ…

ପେଲେଟ୍ ଗନ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, SOP ନେଇ କେନ୍ଦ୍ରକୁ…

ନୂଆଦିଲ୍ଲୀ,୩୦।୭: ସୁପ୍ରିମକୋର୍ଟ ପେଲେଟ୍ ଗନ୍ ବ୍ୟବହାର ନେଇ SOP ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ମାଗିଛନ୍ତି । କୋର୍ଟ ସୂଚିତ କରିଥିଲେ ଯେ ପେଲେଟ୍ ଗନ୍…

ଶ୍ରାବଣ ମାସ ପାଇଁ ଚଳଚଞ୍ଚଳ ଗାଁଠୁ ସହର: ଆଖଣ୍ଡଳମଣି ପୀଠ ସହ ଋଷିକୂଲ୍ୟା ନଦୀ ଘାଟ ସଫେଇ କଲେ ଯୁବଗୋଷ୍ଠୀ

ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ ): ଆସିଗଲା ଶ୍ରାବଣ ମାସ । ଜଳ ଭାର ନେଇ ବିଭିନ୍ନ ଶୈବ ପୀଠ ମୁଖେ ବାହାରିବେ କାଉଡିଆ । ଭୋଲ ବମ ହରହର…

ମହିଳା ସଶକ୍ତିକରଣ ସମ୍ପର୍କିତ ‘ଶକ୍ତିଶ୍ରୀ’ କର୍ମଶାଳା

ଦିଗପହଣ୍ଡି,୩୦ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ମହିଳା ସଶକ୍ତିକରଣ ସମ୍ପର୍କିତ ଶକ୍ତିଶ୍ରୀ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଅସିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri