ହିନ୍ଦୁ ଝିଅଙ୍କ ବାହାଘର କଲେ ମୁସଲମାନ ଦମ୍ପତି

ମାଛିଓ୍ବାଡା(ପଞ୍ଜାବ): ଲକ୍‌ଡାଉନ୍‌ କଟକଣା ମଧ୍ୟରେ ଅନେକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏ ସମୟରେ ଏପରି କିଛି ଘଟଣା ମଧ୍ୟ ଘଟିଛି, ଯାହା ଅନେକଙ୍କୁ ପ୍ରେରିତ କରିବା ସହ ସବୁଦିନ ପାଇଁ ସ୍ମୃତି ହୋଇ ରହିବ। ପଞ୍ଜାବର ଲୁଧିଆନାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଲକ୍‌ଡାଉନ୍‌ ଯୋଗୁ ମା’ ବାପା ଗାଁରେ ଫସିଥିବା ବେଳେ ଏକ ମୁସଲମାନ ଦମ୍ପତି ଝିଅର ବିବାହ ସମ୍ପନ୍ନ କରିଛନ୍ତି। ଘଟଣା ହେଲା, ଲୁଧିଆନା ଜିଲା ଭାଟିୟାନ ଅଞ୍ଚଳର ଭରିନ୍ଦର କୁମାର ଲକ୍‌ଡାଉନ୍‌ ପୂର୍ବରୁ ସ୍ତ୍ରୀ, ପୁଅ ଏବଂ ୩ ଝିଅଙ୍କୁ ନେଇ ନିଜ ଗାଁ ଉତ୍ତରପ୍ରଦେଶର ମୋରାଦାବାଦ ଯାଇଥିଲେ। ହେଲେ ଆଉ ଜଣେ ଝିଅ(ପୂଜା) ଭାଟିୟାନରେ ଥିଲେ। ପୂଜାଙ୍କ ବିବାହ ପଞ୍ଜାବର ସହେନଓ୍ବାଲ ଅଞ୍ଚଳର ସୁଦେଶ କୁମାରଙ୍କ ସହ ଲକ୍‌ଡାଉନ୍‌ ପୂର୍ବରୁ ସ୍ଥିର ହୋଇଥିଲା। ଏହା ମଧ୍ୟରେ ବରଘର ଲୋକେ ବିବାହ କରିବା ପାଇଁ ଚାହିଁଥିଲେ। ତେବେ ଲକ୍‌ଡାଉନ୍‌ ଯୋଗୁ ପୂଜାଙ୍କ ମା’ ବାପା ଗାଁରୁ ଫେରିବା ସମ୍ଭବ ହୋଇ ନ ଥିଲା। ତେବେ ଭାଟିୟାନରେ ରହୁଥିବା ମୁସଲମାନ ଦମ୍ପତି ଅବ୍‌ଦୁଲ ସାଜିଦ୍‌ ଏବଂ ତାଙ୍କ ସ୍ତ୍ରୀ ସୋନିଙ୍କ ଭରିନ୍ଦରଙ୍କ ପାରିବାରିକ ସମ୍ପର୍କ ଖୁବ୍‌ ଭଲ। ପୂଜା ଦୁହିଁଙ୍କୁ ମାମୁ ଓ ମାଈଁ ବୋଲି ଡାକନ୍ତି। ତେଣୁ ବିବାହ ନ ଅଟକାଇ ନିଜ ଝିଅ ଭଳି ବିବାହ କାର୍ଯ୍ୟ କରିବାକୁ ସେମାନଙ୍କୁ ଅନୁମତି ଦେଇଥିଲେ। ଏହାପରେ ମୁସଲମାନ ଦମ୍ପତି ପୂଜାଙ୍କ ବିବାହ ଆୟୋଜନ କରିଥିଲେ। ମାଛିଓ୍ବାଡାରୁ ପୁରୋହିତଙ୍କୁ ଡକାଇ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରାଇଥିଲେ। ପୂଜାଙ୍କୁ ଝିଅ ରୂପେ ଗ୍ରହଣକରି କନ୍ୟାଦାନ କରିଥିଲେ। ତେବେ କୌଣସି ଜିନିଷପତ୍ର ପାଇଁ ବରଘର ପରିବାର ମନା କରିଥିଲେ ମଧ୍ୟ ପରମ୍ପରା ଅନୁଯାୟୀ ଦମ୍ପତି ଜରୁରୀ ଆସବାବପତ୍ର ଉପହାର ଦେଇ ଝିଅକୁ ବିଦାକରିଥିଲେ। ତେବେ ବିବାହ ପାଇଁ ପୂଜାଙ୍କ ମା’ ବାପା ମଧ୍ୟ ଟଙ୍କା ପଠାଇଥିବା ଦମ୍ପତି କୁହନ୍ତି। ହେଲେ କରୋନା କଟକଣା ଯୋଗୁ ନିରାଡ଼ମ୍ବର ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ କନ୍ୟା-ବର, ବିବାହ କରାଉଥିବା ଦମ୍ପତିଙ୍କ ବ୍ୟତୀତ ବରଙ୍କ ଦୁଇ ଭଉଣୀ, ଭିଣୋଇ ଏବଂ ୩ ଛୁଆଙ୍କୁ ନେଇ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଭଳି ଏକ ସୁଯୋଗ ମିଳିଥିବାରୁ ମୁସଲମାନ ଦମ୍ପତି ଖୁସିବ୍ୟକ୍ତ କରିଥିଲେ। ସେହିପରି ଏକ ମୁସଲମାନ ଦମ୍ପତି ହିନ୍ଦୁ ବିବାହ କରାଇବା ଏବଂ କନ୍ୟାଦାନ କରିବା ବିଷୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri