ହିଙ୍ଗୁଳା ଲୋକ ମହୋତ୍ସବର ୭ମ ସନ୍ଧ୍ୟା: ଗୋଟିପୁଅ ନୃତ୍ୟରେ ଝୁମିଲେ ଦର୍ଶକ

ତାଳଚେର,୨୬।୪(ନି.ପ୍ର)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ  ଚାଲିଥିବା ୧୭ତମ ଲୋକମହୋତ୍ସବର ୭ମ ସା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ତାଳଚେର ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ମିଶ୍ର, ସମ୍ମାନିତ ଅତିଥି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ହେମନ୍ତ କୁମାର ପଣ୍ଡା, ଚାଇଁପାଳସ୍ଥିତ ସେସୁର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ପାଣିଗ୍ରାହୀ, ସେସୁର ଏସ୍‌ଡିଓ ମନୋଜ କୁମାର ପାଣି, ତାଳଚେର ଅଗ୍ନିଶମ ଅଧିକାରୀ ତାରାଚାନ୍ଦ ମାଝି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ  ଗୁରୁ ଶଙ୍କର ବାଇଙ୍କ ନିର୍ଦ୍ଦେଶନାରେ ତାଳଚେରର ନୃତ୍ୟ ଅନୁଷ୍ଠାନ ଶଙ୍କର ନୃତ୍ୟାୟନ,  ଅନୀତା ରାଜଗୁରୁଙ୍କ ନିର୍ଦ୍ଦେଶନାରେ ଡଅଁରାର କଳା ବିକାଶ କେନ୍ଦ୍ର, ଗୁରୁ କହ୍ନେୟା ସିଂଙ୍କ ନିର୍ଦ୍ଦେଶନାରେ ଦି କାର୍ନିଭାଲ ଗ୍ରୁପ,  ଗୁରୁ ବିବେକ ମହାନ୍ତିଙ୍କ ନିର୍ଦ୍ଦେଶନାରେ ପୁରୀର ଚାରୁ ନର୍ତ୍ତନ ଡ୍ୟାନ୍ସ ଏକାଡେମୀର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଗୁରୁ ରାଜେଶ ରାୟଙ୍କ ଦିଗଦର୍ଶନରେ ପୁରୀର ଗୋଟିପୁଅ ନୃତ୍ୟ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା। ଏହି ଅବସରରେ ସମସ୍ତ ନୃତ୍ୟାନୁଷ୍ଠାନର ଗୁରୁ ଓ କଳାକାର, ଗଡ଼ସନ୍ତ୍ରୀ ବାଦିଦଣ୍ଡ ଦଳର ମ୍ୟାନେଜର ସୁଜିତ୍‌ ମାଝି,  ଲକେଇପଶି ବାଦିଦଣ୍ଡ ଦଳର ମ୍ୟାନେଜର ବିଜୟ କୁମାର ବେହେରା, ଓଡ଼ିଶାର ସୁନାମଧନ୍ୟ ଗାୟକ ପ୍ରଫେସର  ସୁକାନ୍ତ କୁଣ୍ଡୁଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାଣ ଖରାରେ ପିକଅପ ଭ୍ୟାନରେ ବୁହା ହେଉଛନ୍ତି ଲୋକେ: ଶୋଇଛି ପରିବହନ ବିଭାଗ

ଦାରିଙ୍ଗବାଡି,୩୦।୫(ଅରୁଣ ସାହୁ): ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୦ଟାଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଜରୁରୀ କାମଧନ୍ଦା ନ ଥିଲେ ଲୋକ ଘରୁ…

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ସହଯୋଗୀ ଫେରାର

ଝାରସୁଗୁଡ଼ା, ୩୦।୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅଞ୍ଚଳରେ ଝାରସୁଗୁଡା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ରେଙ୍ଗାଲି ଥାନା ଅନ୍ତର୍ଗତ କଦମଘାଟ ମା’ ଘଣ୍ଟେଶ୍ୱରୀ ମନ୍ଦିର ନିକଟରେ…

ବୁର୍ଡାରେ ପାଳିକରି ଜଳଯୋଗାଣ: ବଢୁଛି ଅସନ୍ତୋଷ

ଲୋଇସିଂହା,୩୦।୫(ସୁଶାନ୍ତ ବାରିକ):ନବଗଠିତ ଲୋଇସିଂହା ଏନଏସି ଅଧୀନ ବୁର୍ଡା ଗ୍ରାମରେ ଜଳଯୋଗାଣ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ହୋଇଛି ା ତେବ ଗ୍ରାମର ବିଭିନ୍ନ ପଡ଼ାକୁ ପାଳି କରି ପାଇପ…

ଖୋଲୁଛି ପୂର୍ତ୍ତ ବିଭାଗର ଦୁର୍ନୀତି ପୋଲ: ପି.ସି କାରବାର କଥା ଉଠାଇଲେ ଏମ୍‌ପି

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ଏବେ ସହର ଉଠୁଛି ଓ ପଡୁଛି। ଘଟଣାକୁ ଶୁକ୍ରବାର ୪ଦିନ ବିତିଯାଇଛି। ହେଲେ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ଅବମାନନା: ବର୍ଷକ ପରେ ବି ଉଚ୍ଛେଦ ହୋଇପାରୁନି…

ଭୁବନେଶ୍ୱର,୩୦ା୫(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବାପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏଥିମଧ୍ୟରେ ୮,୧୦୬ କୋଟି ଟଙ୍କାର ରିଙ୍ଗ୍‌ ରୋଡ୍‌ ପ୍ରସ୍ତାବ ସହିତ ରାଜଧାନୀକୁ…

ଆଜି ସାରା ରାଜ୍ୟରେ ବର୍ଷିବ: ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୩୦ା୫(ବନ୍ଦନା ସେଠୀ):କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଏବେ ତାପମାତ୍ରା ସାମାନ୍ୟ କମ୍‌ ରହିଛି। ଆସନ୍ତା ୬ଦିନ ଅର୍ଥାତ୍‌ ଜୁନ୍‌ ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ସେହିପରି…

ଭିଡ଼ ନିୟନ୍ତ୍ରଣ ପାଇଁ ବିଭିନ୍ନ ଟ୍ରେନ୍‌ରେ ଅସ୍ଥାୟୀ ଭାବେ କୋଚ୍‌ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର, ୩୦।୫ (ବନ୍ଦନା ସେଠୀ): ଯାତ୍ରୀମାନଙ୍କୁ ଆରାମଦାୟକ ଭ୍ରମଣ ସୁବିଧା ଯୋଗାଇଦେବା ଏବଂ ବଢୁଥିବା ଯାତ୍ରୀ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ କେତେକ…

ଆଜିଠୁ ଓଡ଼ିଶାରେ ଏସ୍‌ଆଇଆର୍‌: ସାମାନ୍ୟ ତ୍ରୁଟି ଥିଲେ…

ଭୁବନେଶ୍ୱର,୩୦।୫ (ସୁନିତ୍‌ ମିଶ୍ର): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟରେ ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌)-୨୦୨୬ ଶନିବାରଠାରୁ ଆରମ୍ଭ ହେବ। ଆସନ୍ତା ଜୁନ୍‌ ୨୮ ପର୍ଯ୍ୟନ୍ତ ବିଏଲ୍‌ଓମାନେ ଘରକୁ ଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri