Posted inଖେଳ

ହାଫ୍‌ ମାରାଥନରେ ଦ୍ରୁତତମ ମହିଳା ବ୍ରିଗିଡ କୋସ୍‌ଗି

ଲଣ୍ଡନ,୯।୯(ଏଏଫ୍‌ପି): କେନିଆର ବ୍ରିଗିଡ କୋସ୍‌ଗି ହାଫ୍‌ ମାରାଥନରେ ବିଶ୍ୱର ଦ୍ରୁତତମ ମହିଳା ହେବାର ରେକର୍ଡ ଅଧିକାର ହୋଇଛନ୍ତି। ଗ୍ରେଟ୍‌ ନର୍ଥ ରନ୍‌କୁ ସେ ଏକ ଘଣ୍ଟା, ୪ ମିନିଟ୍‌ ଓ ୨୮ ସେକେଣ୍ଡରେ ଶେଷକରି ଏହି ସଫଳତା ପାଇଛନ୍ତି। ତାଙ୍କ ଟାଇମିଂ ପୂର୍ବ ବିଶ୍ୱ ରେକର୍ଡଠାରୁ ୨୩ ସେକେଣ୍ଡ କମ୍‌। ପୂର୍ବରୁ କେନିଆର ଅନ୍ୟତମ ଧାବିକା ଜୋୟସିଲାଇନ ଜେପକୋସ୍‌ଗେଇ (୨୦୧୭) ହାଫ୍‌ ମାରାଥନର ଦ୍ରୁତତମ ମହିଳା ଥିଲେ। ଚଳିତ ବର୍ଷ ଲଣ୍ଡନ ମାରାଥନ ଜିତିଥିବା କୋସ୍‌ଗେଇଙ୍କ ନେତୃତ୍ୱାଧୀନ ପୋଡିୟମକୁ କେନିଆର ଧାବିକାମାନେ ଅକ୍ତିଆର କରି ରଖିଥିଲେ। ମାଗ୍‌ଡାଲିନେ (୧:୦୭.୩୬) ଦ୍ୱିତୀୟ ଓ ଲିନେଟ ମାସାଇ (୧:୦୭.୪୪) ତୃତୀୟ ସ୍ଥାନ ଅଧିକାର କରିଥିଲେ। ପୁରୁଷ ବିଭାଗରେ ମୋ ଫରାହ ଚାମ୍ପିୟନ ହୋଇଛନ୍ତି। କ୍ରମାଗତ ୬ଷ୍ଠ ଥର ପାଇଁ ସେ ଏହି ସମ୍ମାନଜନକ ହାଫ୍‌ ମାରାଥନ ଜିତିଛନ୍ତି। ୪ଥର ଅଲିମ୍ପିକ୍‌ ଚାମ୍ପିୟନ ୩୬ ବର୍ଷୀୟ ଫରାହଙ୍କୁ ତାମିରାତ ତୋଲା କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ଇଥୋପିଆନ ଫରାହ ୧୩.୧ ମାଇଲ ହାଫ୍‌ ମାରାଥନକୁ ୫୯ ମିନିଟ ୭ ସେକେଣ୍ଡରେ ଶେଷକରି ୬ ସେକେଣ୍ଡ ବ୍ୟବଧାନରେ ଜିତିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ୟ ବିଶ୍ୱଯୁଦ୍ଧ ଆରମ୍ଭ! କିମ୍‌ କଲେ ୧୦ ମିସାଇଲ ଆଟାକ୍‌, ଛାରଖାର ହୋଇଯିବ…

ନୂଆଦିଲ୍ଲୀ,୧୪।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆଉ ଏକ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବା ରିପୋର୍ଟ ସାମ୍ନାକୁ ଆସିଛି। ଦକ୍ଷିଣ କୋରିଆ କହିଛି ଯେ ଉତ୍ତର…

ଗ୍ୟାସକୁ ନେଇ ହୁଅନ୍ତୁନି ଟେନସନ! ସରକାର କହିଲେ ରାଶନ କାର୍ଡ ଥିଲେ ମାଗଣାରେ ମିଳିବ….

ନୂଆଦିଲ୍ଲୀ,୧୪।୧: “ରନ୍ଧନ ଗ୍ୟାସର ଅଭାବ ହେଲେ ଆମେ ବିକଳ୍ପ ଇନ୍ଧନ ଭାବରେ କିରୋସିନ ଯୋଗାଇବାକୁ ପ୍ରସ୍ତୁତ” । ସାରା ଦେଶରେ ଯେତେବେଳେ ରନ୍ଧନ ଗ୍ୟାସ ଯୋଗାଣରେ ବିଳମ୍ବ…

ରାଜ୍ୟ ସଭା ନିର୍ବାଚନକୁ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ, ଘୋଡ଼ା ବେପାର କଥା ଉଠାଇ…

ଭୁବନେଶ୍ୱର,୧୪ା୩: ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ସଭା ନିର୍ବାଚନ। ଏନେଇ ରାଜ୍ୟର ୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ଜେଲ୍‌ରୁ ବାହାରିବେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୧୪।୩: ଲଦାଖରେ ହିଂସା ଘଟଣାରେ ଗିରଫ ହୋଇଥିବା ସାମାଜିକ କର୍ମୀ ତଥା ଇଞ୍ଜିନିୟର ସୋନମ ୱାଙ୍ଗଚୁକଙ୍କୁ ଜେଲ୍‌ରୁ ମୁକ୍ତି ଦେବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ସରକାର…

LPG ସଙ୍କଟକୁ ନେଇ ମୋଦିଙ୍କ ବଡ଼ ବୟାନ, ମିଳିବ…

ନୂଆଦିଲ୍ଲୀ,୧୪।୧: ଆସାମର ସିଲଚରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ଉତ୍ତେଜନା ଏବଂ ଯୁଦ୍ଧ ଭଳି…

ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ, ଲୋକ ଅଦାଲତ ନାଁରେ କରୁଥିଲେ…

ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର): ଜାତୀୟ ଲୋକ ଅଦାଲତରେ ବିଭିନ୍ନ ସମସ୍ୟାର ସମାଧାନ କରିଦେବାକୁ କହି ଶତାଧିକ ଲୋକଙ୍କୁ ଠକିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଜନସେବା…

ଜେଲ୍‌ ଭିତରେ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜେଲ୍‌ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କଏଦୀ ଜଣକ ବଲାଙ୍ଗୀର ସଦର ଥାନା କୁଶଙ୍ଗ ଗାଁର ଭୀଷ୍ମଦେବ ସାହୁ…

ରାସ୍ତାରେ ଧାନବସ୍ତା ରଖି ଅବରୋଧ କଲେ ଚାଷୀ

କେନ୍ଦୁଝର,୧୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା କାଠ କରଞ୍ଜିଆ ପଞ୍ଚାୟତ ମୁଖ୍ୟାଳୟରେ ଶନିବାର ଚାଷୀମାନେ ବିଭିନ୍ନ ସମସ୍ୟାକୁ ନେଇ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri