ହାତରେ ମୋ’ ମୁଠା ମୁଠା ଶରଧାବାଲି…

ପୁରୀ ଅଫିସ,୧୧।୭: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ଶରଧାବାଲି କୁହାଯାଏ। ଶରଧାବାଲିର ଧୂଳିକୁ ବ୍ରଜଧୂଳି ସହିତ ତୁଳନା କରାଯାଇଛି। ବାହୁଡ଼ା ଦିନ ତିନିଠାକୁର ଧାଡ଼ିପହଣ୍ଡିରେ ଶରଧାବାଲି ଦେଇ ରଥ ଉପରକୁ ଚଢନ୍ତି। ଏଣୁ ମହାପ୍ରଭୁଙ୍କ ସ୍ପର୍ଶ ପାଇ ଶରଧାବାଲି ଅତ୍ୟନ୍ତ ପବିତ୍ର ହୋଇଯାଇଥାଏ। ଏହାର ରେଣୁ ରେଣୁରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସ୍ପର୍ଶ ପାଇଥାଏ। ଏଣୁ ଶରଧାବାଲି ଅତି ପବିତ୍ର ବୋଲି କୁହାଯାଇଛି। ରଥଯାତ୍ରା ସମୟରେ ଶରଧାବାଲିର ମୁଠେ ଧୂଳି ଲାଗି ଭକ୍ତ ମନ ଆତୁର ହୋଇ ଉଠେ। ବାହୁଡ଼ା ପର୍ଯ୍ୟନ୍ତ ତିନିରଥ ଶରଧାବାଲିରେ ରହିଥାଏ। ଏହି ସମୟରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ସହ ଶରଧାବାଲିର ଧୂଳିକୁ ମଥାରେ ଲଗାଇଲେ ଅଶେଷ ପୂର୍ଣ୍ଣପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏବେ ଶରଧାବାଲିରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି। କେହି ମହାପ୍ରଭୁଙ୍କ ନାମ ଜପୁଥିବାବେଳେ ଆଉ କେହି ଭଜନ କୀର୍ତ୍ତନରେ ମଜ୍ଜିଛନ୍ତି। ଭକ୍ତମାନେ ଶରଧାବାଲିରେ ଗଡ଼ି ଏହାର ପବିତ୍ରତାକୁ ଅନୁଭବ କରୁଛନ୍ତି। ବହୁ ବିଦେଶୀ ଭକ୍ତ ଭାବାବେଗରେ ଏହାର ଧୂଳିକୁ ଦେହରେ ବୋଳି ହେଉଥିବା ଦେଖିବାକୁ ମିଳିଛି। ବିଶିଷ୍ଟ ସଙ୍ଗୀତକାର ଭିକାରୀ ବଳଙ୍କ ଗୀତ ‘ହାତରେ ମୋ ମୁଠା ମୁଠା ଶରଧାବାଲି… ନରେନ୍ଦ୍ରର ଜଳେ ପଡ଼େ ମଥାରୁ ଝରି… ’ ଏହାର ପବିତ୍ରତାକୁ ପରିପ୍ରକାଶ କରେ। ଗବେଷକମାନେ କୁହନ୍ତି, ରଥଯାତ୍ରା ସମୟରେ ଶରଧାବାଲିରେ ଗଡ଼ିିଲେ ଓ ମୁଣ୍ଡରେ ଲଗାଇଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଶରଧାବାଲିର ମହାତ୍ମାକୁ ନେଇ ବହୁ ଗବେଷକ, ଲେଖକ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଛନ୍ତି।
ଶ୍ରଦ୍ଧାମଣିଙ୍କ ନାମାନୁସାରେ ‘ଶରଧାବାଲି’
କେତେଜଣ ଗବେଷକଙ୍କ ମତରେ ଶ୍ରଦ୍ଧାମଣି ପାଟମହାଦେଈଙ୍କ ନାମାନୁସାରେ ଏହି ବାଲିର ନାମ ଶରଧାବାଲି ହୋଇଛି। ହେରାପଞ୍ଚମୀ ପରେ ତିନିରଥ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରୁହନ୍ତି। ଚତୁର୍ଦ୍ଧାମୂର୍ତ୍ତି ଶରଧାବାଲି ଦେଇ ରଥାରୂଢ଼ ହୋଇଥାନ୍ତି। ମହାପ୍ରଭୁଙ୍କ ସ୍ପର୍ଶରେ ଏହି ବାଲି ଅତ୍ୟନ୍ତ ପବିତ୍ର ହୋଇଯାଇଥାଏ। ଏହାର ଧୂଳିକୁ ମଥାରେ ଲଗାଇଲେ ମନରେ ପବିତ୍ରତା ଭାବ ଜାଗ୍ରତ ହେବା ସହ ମହାପ୍ରଭୁଙ୍କ ସ୍ନାନିଧ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଣୁ କବିଙ୍କ ମତରେ ‘ହେ ଜଗନ୍ନାଥ, ଧନ ଜନ ମାଗୁ ନାହିଁ, ମାଗୁଛି ଶରଧାବାଲିରୁ ମୁଠେ।’ ଶରଧାବାଲିରେ ପାଦ ଦେଲେ ମନରେ ଆପେ ଆପେ ଭକ୍ତିଭାବ ସଞ୍ଚରିଯାଏ। ଅତୀତରେ ଅନେକ ସାଧୁସନ୍ଥ ଏଠାକୁ ଆସି ଶରଧାବାଲିରେ ଗଡ଼ିଥିବାର ବିଭିନ୍ନ ଶାସ୍ତ୍ର, ପୁରାଣରୁ ଜଣାପଡ଼େ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri