ହାଓ୍ବଡାକୁ ସ୍ବାଭାବିକ ହେଉଛି ଟ୍ରେନ୍‌ ସେବା

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦେଶରେ ଆନ୍ଦୋଳନ ଓ ହିଂସା ଜାରି ରହିଥିବାରୁ ଟ୍ରେନ୍‌ ସେବା ଗୁରୁତର ପ୍ରଭାବିତ ହୋଇଛି। ତେବେ ଆସାମ ସ୍ଥିତିରେ ସେପରି ସୁଧାର ଆସି ନ ଥିବାବେଳେ ପଶ୍ଚିମବଙ୍ଗରେ କ୍ରମଶଃ ସ୍ବାଭାବିକ ହେଉଛି ଟ୍ରେନ୍‌ ଚଳାଚଳ। ହାଓଡ଼ା-ଖଡ଼ଗପୁର ରେଳ ସେକ୍ସନରେ ସୋମବାର ହାଓଡ଼ାକୁ ରେଳ ଚଳାଚଳ କରିଛି। କିନ୍ତୁ ସଂଲଗ୍ନ ଟ୍ରେନ୍‌ଗୁଡ଼ିକ ଫେରି ନ ଥିବାରୁ ପୂର୍ବଦିନ ଭଳି ବାତିଲ୍‌ କରାଯାଇଛି। ଆନ୍ଦୋଳନର ସ୍ଥିତିକୁ ଅନୁଧ୍ୟାନ କରାଯାଉଛି। ବିଭିନ୍ନ ଷ୍ଟେଶନରେ ଅଟକିଥିବା ଯାତ୍ରୀଙ୍କୁ ଅନ୍ୟ ଟ୍ରେନଗୁଡ଼ିକରେ ଯିବାର ବ୍ୟବସ୍ଥା କରାଯାଉଛି। ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଯାତ୍ରୀଙ୍କୁ ଭାୟା ଷ୍ଟେଶନଗୁଡ଼ିକରେ ଛଡ଼ାଯାଉଛି। ସେଠାରୁ ପୁଣି ଅନ୍ୟ ଟ୍ରେନ୍‌ କିମ୍ବା ସ୍ପେଶାଲ ଟ୍ରେନ୍‌ କରି ପଠାଇବାକୁ ଯୋଜନା କରାଯାଉଛି। ବିଶାଖାପାଟଣା ଷ୍ଟେଶନରେ ଗୁଆହାଟୀ ଯିବାକୁ ଅଟକି ଥିବା ୩୦୦ ଯାତ୍ରୀଙ୍କୁ ପ୍ରଶାନ୍ତି ଏକ୍ସପ୍ରେସ ଓ ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସରେ ଭୁବନେଶ୍ୱର ଅଣାଯିବା ପରେ ଏଠାରୁ ସେମାନଙ୍କୁ ପୁଣି ରାତିରେ ପୁରୀ-ହାଓଡ଼ା ଏକ୍ସପ୍ରେସ ଓ ଜଗନ୍ନାଥ ଏକ୍ସପ୍ରେସରେ ହାଓଡ଼ାକୁ ପଠାଯାଇଛି। ଏହା ଆଗକୁ ରହିଥିବା ଅଞ୍ଚଳରେ ବିରୋଧ ଓ ପ୍ରତିବାଦ ସହ ରେଳରୋକୋ ଜାରି ରହିଛି। ଯେଉଁସବୁ ସ୍ଥାନରେ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯାଇଛି, ସେଠାରେ ୨୪ ଘଣ୍ଟିଆ ସ୍ଥିତି ଅନୁଧ୍ୟାନ କରାଯାଉଛି। ସ୍ଥିତିରେ ସୁଧାର ଆସିଲେ ପ୍ରାଥମିକତା ଭାବେ ଷ୍ଟେଶନରେ ଅଟକି ରହିଥିବା ଯାତ୍ରୀଙ୍କୁ ପ୍ରଥମେ ନିୟମିତ ଟ୍ରେନରେ ଛଡ଼ାଯିବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।
ଗତ ୧୩ ଓ ୧୪ ତାରିଖରୁ ଦେଶର ଟ୍ରେନ୍‌ ସେବା ସ୍ବାଭାବିକ ହୋଇପାରୁନି। ବିଶେଷକରି ଆସାମରେ ବିରୋଧ ଥମି ନ ଥିବାରୁ ସମସ୍ତ ଟ୍ରେନ୍‌ ବାତିଲ୍‌ ରହିଛି। ସୋମବାର ରାତିରେ ପୁରୀ-କାମାକ୍ଷା ଏକ୍ସପ୍ରେସକୁ ମଧ୍ୟ ବାତିଲ୍‌ କରାଯାଇଛି। ସେହିପରି ମଙ୍ଗଳବାର ପାଇଁ ଏର୍ନାକୁଲମ-ହାଓଡ଼ା ଏକ୍ସପ୍ରେସ, ଗୁଆହାଟୀ-ବେଙ୍ଗାଲୁରୁ କ୍ୟାଣ୍ଟ ଏକ୍ସପ୍ରେସ, ଅଗରତାଲା-ବେଙ୍ଗାଲୁରୁ କ୍ୟାଣ୍ଟ ଏକ୍ସପ୍ରେସ ଓ ଗୁରୁବାର ଗୁଆହାଟୀ-ସିକନ୍ଦରାବାଦ ଏକ୍ସପ୍ରେସ ବାତିଲ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri