ହଜିଛି ଲୀଳାକ୍ଷେତ୍ର ହାତୀପଡ଼ା

ଇତିହାସରୁ ଜଣାଯାଏ, ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ହୋଇଥିଲା। ମହାପ୍ରଭୁ ଶ୍ରୀମନ୍ଦିର ଛାଡି ୨୨ଥର ବିଭିନ୍ନ ସ୍ଥାନକୁ ଲୀଳା କରିବାକୁ ଯାଇଥିଲେ। ୧୫ଥର ଆକ୍ରମଣର ସବିଶେଷ ବିବରଣୀ ମିଳିଥିବା ବେଳେ ତିନିଥର ଆକ୍ରମଣର ସୂଚନା ମିଳୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅନୁସନ୍ଧାନ ହୋଇ ସବିଶେଷ ତଥ୍ୟ ଜଣାପଡି ନାହିଁ। ଆକ୍ରମଣ କାଳରେ ମହାପ୍ରଭୁ ଯାଇଥିବା ସ୍ଥାନଗୁଡ଼ିକ ମଧ୍ୟରୁ ଗୋଟିଏ ସ୍ଥାନ ଅଦ୍ୟାବଧି ଚିହ୍ନଟ ହୋଇପାରି ନାହିଁ। ଏହି ସ୍ଥାନଟି ହେଲା ଚିଲିକାର ହସ୍ତୀପାଟଣା ବା ହାତୀପଡ଼ା।
କଳାପାହାଡ଼ ଆକ୍ରମଣ କାଳରେ ମହାପ୍ରଭୁ ଶ୍ରୀମନ୍ଦିରରୁ ଯାଇ ଏହି ହସ୍ତୀପାଟଣାର ପାତାଳି ଲୀଳା କରୁଥିଲେ ବୋଲି ମାଦଳା ପାଞ୍ଜିରୁ ଜଣାଯାଏ। ପାତାଳି ଲୀଳାର ଅର୍ଥ ହେଉଛି ଭୂଗର୍ଭରେ ଲୁକ୍କାୟିତ ରହି କରୁଥିବା ଲୀଳା। ଭୂମିକୁ ଆମେ ଧରିତ୍ରୀ ବୋଲି କହୁ। ଦେବୀ ଭାବରେ ମଧ୍ୟ ପୂଜା କରୁ। ସେ ହେଉଛନ୍ତି ଭୂଦେବୀ। ମହାପ୍ରଭୁ ଥରେ କଳାପାହାଡ଼ ଆକ୍ରମଣ କରିବା ପୂର୍ବରୁ ପାହାଡ଼ ଗୁମ୍ଫାରେ ୯୯ ବର୍ଷ ଧରି ସୋନପୁରରେ ଗୁପ୍ତଲୀଳା କରିଥିଲେ। ସେ ସ୍ଥାନଟି ହେଉଛି ସୋନପୁରର ଗୋ-ପାଲି (ଗୋପାଳି)। ଏଥର କିନ୍ତୁ ଭୂଦେବୀଙ୍କର ପଥର ଗୁମ୍ଫାରେ ନୁହେଁ, ବାଲିକୁଦ ତଳେ ଲୀଳା କରୁଥାନ୍ତି ଚିଲିକାରେ।
କୁଦଟିରେ ଗଁାଟିଏ ଥିଲା। ହାତୀପଡ଼ା ନଁାରେ ପ୍ରସିଦ୍ଧ ଥିବା ଏ କୁଦଟିର ରହସ୍ୟ ଭେଦୁଆଙ୍କଠାରୁ ସୁରାକ ପାଇଯାଇଥିଲା ବର୍ବର କଳାପାହାଡ଼। ପହଞ୍ଚତ୍ ଯାଇଥିଲା କୁଦରେ। କୁଦକୁ ଖୋଳିତାଡ଼ି ଭୂଦେବୀଙ୍କ କୋଳରୁ ମହାପ୍ରଭୁଙ୍କୁ କାଢିଆଣି ଗଙ୍ଗାକୂଳରେ ପୋଡ଼ିଦେବା ପାଇଁ ଆଦେଶ ଦେଇଥିଲେ। ପ୍ରତିରୋଧ ତ ନିଶ୍ଚିତ ହୋଇଥିଲା, ନଇଲେ କଳାପାହାଡ଼ର ସୈନ୍ୟମାନେ ଗଁାଟିକୁ ମଣିଷଶୂନ୍ୟ କରିଥାନ୍ତେ କାହିଁକି! ଇତିହାସ କୁହେ, ରକ୍ତଧାରରେ ଭିଜିଯାଇଥିଲା ବାଲି।
ଜନଶ୍ରୁତି ଅଛି, ହାତୀପିଠିରେ ନେଲା ବେଳେ ପାଣି ଥିବା ଏକ ନାଳ ପାର ହେବାକୁ ପଡିଥିଲା। ହାତୀଗୋଡ଼ ଦବିଯିବାରୁ ଉଠିପାରିଲାନି ହାତୀ। ମହାପ୍ରଭୁଙ୍କ ଶ୍ରୀବିଗ୍ରହ ହାତୀପିଠିରୁ ଖସିପଡିଥିଲା। ଅନୁସନ୍ଧାନ କରିବାରୁ ଜଣାପଡ଼େ ସେଇ ନାଳଟି ଚିଲିକାର ବଡ଼ଗୋଡା ମୁଣ୍ଡରୁ ଗମ୍ଭାରୀ ପର୍ଯ୍ୟନ୍ତ ଥିଲା। ସେବେଠାରୁ ନାଳଟି ଲୋକମୁଖରେ ପରିଚିତ ହେଲା ହାତୀନାଳ ଭାବରେ। ଠିକ୍‌ ନାଳର ଅପରପାର୍ଶ୍ୱରେ ଯେଉଁଠି ଶ୍ରୀବିଗ୍ରହ ନାଳରୁ ଉଦ୍ଧାର ହୋଇ ପୁଣି ହାତୀପିଠିରେ ଲଦା ହୋଇଥିଲେ, ସେହି ସ୍ଥାନଟି ସେହିଦିନଠୁ ପରିଚିତ ହୋଇଆସୁଛି ବ୍ରହ୍ମପଡ଼ା ନାମରେ। ପ୍ରଭୁ ଚାଲିଗଲେ ସିନା ସେଇ ସ୍ମୃତିରେ ସେହି କୁଦରେ ଗଢିଉଠିଲା ବ୍ରହ୍ମପଡ଼ା ମଠ। ଅଖଣ୍ଡ ଧୁନି ଚାଲିଛି ଏବେ ବି ସେଠି। ସ୍ଥାନୀୟ ପରମ୍ପରାରେ ଗୋଡ଼ା ଶବ୍ଦର ଅର୍ଥ ରାସ୍ତା। ଚିଲିକା କୁଦରୁ କୁଦକୁ ଯିବାବେଳେ ଅନେକ ଗୋଡ଼ା ଥିଲା। ଶଗଡ଼ ଯିବା ରାସ୍ତା ଯେପରି ଶଗଡ଼ ଗୁଳା ନାମରେ ପରିଚିତ, ଠିକ୍‌ ସେହିପରି ଅଳ୍ପ ଅଳ୍ପ ପାଣି ଥାଇ ଚିଲିକାରେ ଯିବାଆସିବା ରାସ୍ତାକୁ ଗୋଡ଼ା କୁହାଯାଏ। ହାତୀ ଯେଉଁ ରାସ୍ତାରେ ଶ୍ରୀବିଗ୍ରହଙ୍କୁ ପିଠିରେ ବୋହି ଆସିଥିଲା, ତାହା ହାତୀଗୋଡ଼ା ଭାବରେ ପ୍ରସିଦ୍ଧ ହୋଇଥିଲା। ସମ୍ଭାବନା ହୁଏ ତାହା ହିଁ ମାଦଳା ବର୍ଣ୍ଣିତ ହାତୀପଡ଼ା। ହାତୀଗୋଡ଼ା ଲୋକମୁଖରେ ହାତୀପଡ଼ା ନାମରେ ପ୍ରସିଦ୍ଧ ହୋଇଥିବା ମନେହୁଏ। କଳାପାହାଡ଼ର ସାମୂହିକ ହତ୍ୟା ପରେ ହାତୀପଡ଼ା ବସ୍ତି ଛାରଖାର୍‌ ହୋଇ ନଷ୍ଟ ହୋଇଯାଇଥିଲା। ସେଥିପାଇଁ ଆମେ ୨୦୦ ବର୍ଷ ପୂର୍ବ ପର୍ଯ୍ୟନ୍ତ ତହସିଲ କାଗଜାତ ଖୋଜିବା ପରେ ମଧ୍ୟ ରାଜସ୍ବ ଗ୍ରାମ କିମ୍ବା ରାଜସ୍ବ ଗ୍ରାମର ପଡ଼ା ହିସାବରେ ଏହାର ନାମ ପାଇଲୁ ନାହିଁ। ଏହାର ଅନତି ଦୂରରେ ରହିଛି ଧଳାବନ୍ତ ଓ କଳାବନ୍ତ। ଲୋକମୁଖରୁ ଶୁଣିଲୁ, ତେପନ ଏକର ପରିମିତ କେରୁଆକୁଦା ପଟକୁ ହାତୀ ପାରି ହେବା ବେଳେ ଗୋଡ଼ ତାର ବାଲିରେ ଦବିଯାଇଥିଲା। ଏହି କୁଦର ଚାରିପଟେ ଚିଲିକାର ଜଳରାଶି ଘେରି ରହିଛି।
-ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri