ହଓ୍ବା ହଓ୍ବାଇ ଗର୍ଲଙ୍କ ବିଷୟରେ କିଛି ଅଜଣା କଥା

ବଲିଉଡ୍‌ର ହଓ୍ବା ହଓ୍ବାଇ ଗର୍ଲ ଶ୍ରୀଦେବୀ। ଅନେକ ସଫଳ ଚରିତ୍ର ତଥା ସୁପରହିଟ୍‌ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀଙ୍କ ଜୀବନ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କମ୍‌ ନୁହେଁ। ଆଜକୁ ପ୍ରାୟ ଦେଢ଼ ବର୍ଷ ପୂର୍ବେ ଅର୍ଥାତ୍‌ ୨୪ ଫେବୃଆରୀ ୨୦୧୮ରେ ତାଙ୍କର ମୃତ୍ୟୁ ଘଟିଥିଲା। ବାଥ୍‌ଟବ୍‌ରେ ବୁଡିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଫରେନ୍‌ସିକ୍‌ ରିପୋର୍ଟରୁ ଜଣାପଡ଼ିଥିଲା। ଉକ୍ତ ସମୟରେ ସେ ନିଶାସକ୍ତ ମଧ୍ୟ ଥିଲେ।

ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ କିଛି ଅଜଣା କଥା।


-ଶ୍ରୀଦେବୀ ତାଙ୍କର ୨ ଝିଅଙ୍କ ନାମ ଫିଲ୍ମରେ ଅଭିନେତ୍ରୀ ଚରିତ୍ର ନାମ ଅନୁଯାୟୀ ରଖିଥିଲେ। ୧୯୯୭ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଜୁଦାଇ’ରେ ଅଭିନେତ୍ରୀ ଉର୍ମିଲାଙ୍କ ନାମ ଜାହ୍ନବୀ ଏବଂ ‘ହମାରା ଦିଲ୍‌ ଆପ୍‌କେ ପାସ ହୈ’ରେ ସୋନାଲୀ ବେନ୍ଦ୍ରେଙ୍କ ନାମ ଖୁସି ଥିଲା।
-ଗୋଟିଏ ପରେ ଗୋଟିଏ ସଫଳ ସିନେମାରେ ଅଭିନୟ କରିଥିବା ଶ୍ରୀଦେବୀ ୧୯୮୫ରୁ ୧୯୯୨ ମଧ୍ୟରେ ବଲିଉଡ୍‌ର ସମସ୍ତ ଅଭିନେତ୍ରୀଙ୍କୁ ପଛରେ ପକାଇ ଅଧିକ ଫିସ୍‌ ନେଉଥିଲେ।
– ଫିଲ୍ମ ‘ବାଜିଗର’ରେ ତାଙ୍କୁ ଡବଲ ଚରିତ୍ର ଅଫର ମିଳିଥିଲା। ମାତ୍ର ପରେ ନିର୍ଦ୍ଦେଶକ ଏଥିରେ ପରିବର୍ତ୍ତନ କରିଥିଲେ।
-ଫିଲ୍ମ ଇଣ୍ଡଷ୍ଟ୍ରିରେ ଶ୍ରୀଦେବୀ ୫୦ ବର୍ଷ କାମ କରିଛନ୍ତି।
-ତାଙ୍କର ପ୍ରକୃତ ନାମ ଶ୍ରୀ ଅମ୍ମାୟଙ୍ଗର ଅୟପ୍ପନ ଥିଲା। ମାତ୍ର ପରଦା ଉପରେ ନାଙ୍କ ନାମକୁ ପରିବର୍ତ୍ତନ କରି ରଖାଗଲା ଶ୍ରୀଦେବୀ।
-ଶ୍ରୀଦେବୀ ଧର୍ମେନ୍ଦ୍ର ଏବଂ ତାଙ୍କ ପୁଅ ସନୀ ଦେଓଲଙ୍କ ସହ କାମ କରିଥିବା ଅଳ୍ପ କେତୋଟି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ।
-ଅଭିନେତା ଜିତେନ୍ଦ୍ରଙ୍କ ସହ ସେ ୧୬ଟି ସିନେମାରେ କାମ କରିଛନ୍ତି। ସେଥିମଧ୍ୟରୁ ୧୩ଟି ସଫଳ ରହିଥିବା ବେଳେ ୩ ଅସଫଳ ଥିଲା।
-ଫିଲ୍ମ ‘ଚାଲବାଜ’ର ସୁପରହିଟ୍‌ ଗୀତ ‘ନ ଜାନେ କହାଁ ସେ ଆଇ ହୈ’ର ଶୁଟିଂ ସମୟରେ ଶ୍ରୀଦେବୀଙ୍କୁ ଭିଷଣ ଜ୍ୱର ହୋଇଥିଲା। ଏହା ସତ୍ତ୍ୱେ ମଧ୍ୟ ସେ ଗୀତର ଶୁଟିଂ ଶେଷ କରିଥିଲେ।
-ହଲିଉଡ୍‌ ଫିଲ୍ମ ‘ଜୁରାସିକ୍‌ ପାର୍କ’ ପାଇଁ ଶ୍ରୀଦେବୀଙ୍କୁ ଅଫର ମିଳିଥିଲା। ମାତ୍ର ସେ ଏହାକୁ କରିବାକୁ ମନା କରିଦେଇଥିଲେ।
– ମାତ୍ର ୪ ବର୍ଷ ବୟସରୁ ଶ୍ରୀଦେବୀ ବଡ଼ ପରଦାରେ ପାଦ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri