ସ୍ବାଧୀନ ତିଆରି କଲେ ସୁବଠାରୁ କ୍ଷୁଦ୍ରତମ ଗଣେଶ ମୂର୍ତ୍ତି

ପୁରୁଣା ଭୁବନେଶ୍ୱର, ୧। ୯ (ଡି.ଏନ.ଏ.)- ବିଘ୍ନରାଜ ଗଣପତିଙ୍କ ପୂଜାକୁ ନେଇ ମନ୍ଦିରଠାରୁ ମଣ୍ଡପ ଯାଏ ଚଳଚଞ୍ଚଳ ହୋଇ ଉଠିଛି। ଅଧା ଇଞ୍ଚରୁ ଟିକେ ଅଧିକ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ କ୍ଷୁଦ୍ରତମ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ଜଣେ ଚାରୁ ଓ କାରୁ କଳା ଛାତ୍ର ସ୍ବାଧୀନ ମଲ୍ଲିକ।
କେନ୍ଦ୍ରାପଡ଼ା ଜିଲା ହରିଅଙ୍କ ଗ୍ରାମର ସ୍ବାଧୀନ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଆପ୍ଲାଏଡ୍‌ ଆର୍ଟ ବିଭାଗର ଚତୁର୍ଥ ବର୍ଷର ଛାତ୍ର। କଳାପ୍ରତି ପିଲାଟି ଦିନରୁ ଦୁର୍ବଳତା ରଖିଥିବା ସ୍ବାଧୀନ ଭୁବନେଶ୍ୱରର କଳିଙ୍ଗ ନଗରରେ ରୁହନ୍ତି। ସୃଜନଶୀଳତା ଏବଂ ନୂତନ ଚିନ୍ତାଧାରାକୁ ପାଥେୟ କରି ମୂର୍ତ୍ତି ଦେହରେ ଜୀବନ୍ୟାସ ଦେଉଥିବା ସ୍ବାଧୀନ ଗଣେଶ ପୂଜା ଅବ୍ୟବହିତ ପୂର୍ବରୁ ଏକ ଇଞ୍ଚରୁ କମ୍‌ ଉଚ୍ଚତାର ଗଣେଶ ମୂର୍ତ୍ତି ତିଆରି କରିଛନ୍ତି। କ୍ଷୁଦ୍ର ମୂର୍ତ୍ତି ତିଆରି କରିବା ଏତେ ସହଜ ନ ଥିଲା କୁହନ୍ତି ସ୍ବାଧୀନ। ଆଗ୍ରହ, ନିଷ୍ଠା, ଏକାଗ୍ରତା ବଳରେ ଦୀର୍ଘ ୧୨ ଘଣ୍ଟାର କଠିନ ପରିଶ୍ରମ କରି ସେ ଏପରି ଏକ କ୍ଷୁଦ୍ରତମ ମୂର୍ତ୍ତି ତିଆରି କରି ପାରିଥିବା କୁହନ୍ତି। ଏହି ମୂର୍ତ୍ତିରେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ ଓ ପୋଷ୍ଟର କଲର ବ୍ୟବହାର ହୋଇଥିବା ଜଣାଯାଇଛି। ନିଖୁଣ ଭାବେ ତିଆରି ଏହି କ୍ଷୁଦ୍ରତମ ମୂର୍ତ୍ତି ବିରଳ ରେକର୍ଡର ଅଧିକାରୀ ହେବା ନେଇ ସମ୍ଭାବନା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri