ସ୍ବପ୍ନକୁ କରନ୍ତୁ ସାକାର

ବେଳେବେଳେ ଘର,ପରିବାର ଏବଂ ପିଲାଙ୍କ ଯତ୍ନ ନେଉ ନେଉ ମହିଳାମାନେ ସେମାନଙ୍କ କ୍ୟାରିୟର ଏବଂ ସ୍ବପ୍ନକୁ ଭୁଲିଯାଇଥାନ୍ତି । କିନ୍ତୁ ଏବେ ଆଉ ଏପରି କରିବା ଦରକାର ନାହିଁ। ଆପଣ ଚାକିରି କରନ୍ତୁ ବା ଘରେ ବସି ରୋଜଗାର କରନ୍ତୁ, କାମରେ ନିଷ୍ଠା ହିଁ ଆପଣଙ୍କ ସ୍ବପ୍ନକୁ ସାକାର କରିପାରିବ…
ବେବି ସିଟିଂ: ଆଜିକାଲି ଅଧିକାଂଶ ପରିବାରରେ ସ୍ବାମୀ ସ୍ତ୍ରୀ ଉଭୟ କର୍ମଜୀବୀ ହେବା ଦ୍ୱାରା ପିଲା ସମ୍ଭାଳିବାକୁ ନେଇ ଟେନ୍‌ସନ୍‌ରେ ରହୁଛନ୍ତି। ଏଥିପାଇଁ ଏବେ ବେବି ସିଟିଂ ବା କ୍ରେଜ୍‌ର ଚାହିଦା ବଢ଼ିବାରେ ଲାଗିଛି। ଯଦି ଆପଣଙ୍କ ଘରେ ପର୍ଯ୍ୟାପ୍ତ ସ୍ଥାନ ରହିଛି ତେବେ ଆପଣ ବେବି ସିଟିଂ ବା କ୍ରେଜ୍‌ର କାମ ଆରମ୍ଭ କରିପାରିବେ। ଉତ୍ତମ ବ୍ୟବହାର ଏବଂ ପିଲାଙ୍କର ଉପଯୁକ୍ତ ଯତ୍ନ ନେବା ଦ୍ୱାରା କ୍ରେଜ୍‌ର ଡିମାଣ୍ଡ୍‌ ବି ବଢ଼ିବ। ତା’ ସହ ଆପଣ କିଛି ରୋଜଗାର କରିପାରିବେ।
ହୋମ୍‌ ଟ୍ୟୁଶନ୍‌: ଯଦି ଆପଣ ଗୃହିଣୀ ଏବଂ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଆଗକୁ ଯିବାର ଅଛି ତେବେ ହୋମ୍‌ ଟ୍ୟୁଶନ୍‌ ଆପଣଙ୍କ ପାଇଁ ବେଷ୍ଟ୍‌ ଅପ୍ସନ୍‌। ଏହାଦ୍ୱାରା ଆପଣ ଆପଣଙ୍କ ସ୍ବପ୍ନକୁ ସାକାର କରିପାରିବେ। ନିଜ ପିଲାକୁ ବି ଟ୍ୟୁଶନ୍‌ ନ ପଠାଇ ଘରେ ପାଠ ପଢ଼ାଇପାରିବେ। ଆଜିକାଲି ଅନ୍‌ଲାଇନ୍‌ ଟ୍ୟୁଟରର ଡିମାଣ୍ଡ୍‌ ଅଧିକ। କେବଳ ସେତିକି ନୁହେଁ ଯଦି ଆପଣଙ୍କର ବିଦେଶୀ ଭାଷା ସମ୍ବନ୍ଧିତ ଜ୍ଞାନ ରହିଛି ତେବେ ପିଲାମାନଙ୍କୁ ଖୁବ୍‌ ସହଜରେ ଅନ୍‌ଲାଇନ୍‌ରେ ପାଠ ପଢ଼ାଇପାରିବେ।
ଫିଟ୍‌ନେସ୍‌ କୋଚ୍‌: ଫିଟ୍‌ନେସ୍‌ ବା ଯୋଗ ପ୍ରତି ଦୁର୍ବଳତା ଥିବା ମହିଳା ଏହାକୁ ସେମାନଙ୍କ ପାର୍ଟଟାଇମ୍‌ କ୍ୟାରିୟର କରିପାରିବେ। ଏହାଦ୍ୱାରା ଆପଣ ସୁସ୍ଥ ରହିବା ସହ ଘରେ ବସି ରୋଜଗାର ମଧ୍ୟ କରିପାରିବେ।
କ୍ୟାଟରିଂ ଏବଂ ଟିଫିନ୍‌ ସର୍ଭିସ୍‌:ଯଦି ଆପଣ ରୋଷେଇରେ ନିପୁଣ ଏବଂ ଖାଦ୍ୟ ପ୍ରସ୍ତୁତି କରିବା ଖୁବ୍‌ ପସନ୍ଦ ତେବେ କ୍ୟାଟରିଂ ଏବଂ ଟିଫିନ୍‌ ସର୍ଭିସ୍‌ ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ। ଅଫିସ୍‌ମାନଙ୍କରେ ବିଜି ସିଡ୍ୟୁଲ୍‌ ପାଇଁ ଲୋକେ ଘରୁ ଖାଦ୍ୟ ପ୍ରସ୍ତୁତ କରି ନେବା ସମ୍ଭବ ହୁଏ ନାହିଁ। ହୋଟେଲ୍‌ ବ୍ୟତୀତ ଟିଫିନ ସର୍ଭିସ୍‌ ପ୍ରତି ଲୋକଙ୍କର ଅଧିକ ବିଶ୍ୱାସ ଥାଏ। ଅଳ୍ପ ତେଲ ମସଲା ବ୍ୟବହାର କରି ଯଦି ଖାଦ୍ୟ ପ୍ରସ୍ତୁତ କରିପାରିବେ ତେବେ ଆପଣଙ୍କ କ୍ୟାଟରିଂର ଡିମାଣ୍ଡ୍‌ ବି ବଢ଼ିବ।
ଡାଟା ଏଣ୍ଟ୍ରି: ଯଦି ଆପଣ କମ୍ପ୍ୟୁଟର କୋର୍ସ କରିଛନ୍ତି ତେବେ ଘରେ ବସି ଡାଟା ଏଣ୍ଟ୍ରିି କରି ବି ରୋଜଗାର କରିପାରିବେ। ପରିବାର ସଦସ୍ୟଙ୍କ କାମ ସାରି ଫ୍ରି ଟାଇମ୍‌ରେ ବି ଏହି କାମ କରି ରୋଜଗାର କରିପାରିବେ।
କଣ୍ଟେଣ୍ଟ ରାଇଟିଂ
ଯଦି ଲେଖିବାରେ ଆପଣଙ୍କର ରୁଚି ରହିଛି ତେବେ ଆପଣ କଣ୍ଟେଣ୍ଟ ରାଇଟିଂ କାମ ଆରମ୍ଭ କରିପାରିବେ। ଅନେକ ଓ୍ବେବ୍‌ସାଇଟ୍‌ ଏହି କାମ ପାଇଁ ଭଲ ପାରିଶ୍ରମିକ ବି ଦେଉଛନ୍ତି। କେବଳ ସେତିିକି ନୁହେଁ, ନ୍ୟୁଜ୍‌ପେପର ଏବଂ ମାଗାଜିନ୍‌ରେ ବି ଆପଣଙ୍କ ଲେଖା ପ୍ରକାଶ କରିପାରିବେ।
ଟ୍ରାଭେଲ୍‌ ଏଜେଣ୍ଟ୍‌:ଏହି କାମ ଆପଣ ଏକ ଛୋଟ ଘରୁ ଆରମ୍ଭ କରିପାରିବେ। ଏଥିରେ ଅଧିକ ପାଠପଢାର ଆବଶ୍ୟକତା ନାହିଁ। ଟ୍ରାଭେଲ୍‌ ଏଜେନ୍‌ସି ପାଇଁ ଆପଣଙ୍କର କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ଜ୍ଞାନ ଥିବା ଆବଶ୍ୟକ।
କିପରି କରିବେ ବାଲାନ୍‌ସ
ଯଦି ଆପଣ ରୁଟିନ୍‌ ଲାଇଫ୍‌ ଛାଡି କିଛି ଅଲଗା କରିବାକୁ ଚାହୁଁଛନ୍ତି ତେବେ ସଂଘର୍ଷ ତ କରିବାକୁ ପଡିବ। କିନ୍ତୁ ଆପଣ ଚାହିଁଲେ ଉଭୟକୁ ଖୁବ୍‌ ସହଜରେ ଏଥିରେ ତାଳମେଳ ରଖିପାରିବେ।
– ଘରର ସବୁ କାମ ଶେଷ କରିବା ପରେ ହିଁ ଆପଣ ଏହି କାମ ପାଇଁ ସମୟ ଦିଅନ୍ତୁ।
– ଦ୍ୱିପ୍ରହରେ ଘରର ସଦସ୍ୟମାନେ ସେମାନଙ୍କ କାମରେ ଯିବା ପରେ ଆପଣ ଆପଣଙ୍କ କାମରେ ସମୟ ଦିଅନ୍ତୁ।
– ରାତିରେ ପରିବାର ସଦସ୍ୟମାନେ ଶୋଇବା ପରେ ହିଁ ଆପଣ କାମ ଆରମ୍ଭ କରିପାରିବେ।
– ପ୍ରତିଦିନ ଖାଦ୍ୟରେ ସ୍ପେସାଲ ନ ବନାଇ ସପ୍ତାହରେ ଗୋଟିଏ ଦିନ କିଛି ସ୍ପେସାଲ ପ୍ରସ୍ତୁତ କରନ୍ତୁ।
– ଆପଣ ଯେଉଁ ବି କାମରେ ମନୋନିବେଶ କରିବାକୁ ଯାଉଛନ୍ତି ସେ ନେଇ ଆପଣଙ୍କ ସ୍ବାମୀଙ୍କୁ କୁହନ୍ତୁ। ଏହାସହ ତାଙ୍କର ସହଯୋଗ ବି ମାଗନ୍ତୁ।
– ପ୍ରତିଦିନ କାମର ଲିଷ୍ଟ୍‌ ପ୍ରସ୍ତୁତ କରି ପ୍ଲାନିଂ କରନ୍ତୁ।

କ’ଣ କରନ୍ତି ଏମାନେ…
ରୋଜଗାର କରିବାର ଅନେକ ପନ୍ଥା ରହିଛି। ମୁଁ କିନ୍ତୁ ଘରେ ବସି ରୋଜଗାର କରିବାକୁ ପସନ୍ଦ କରେ। ଏହାଦ୍ୱାରା ପରିବାର ଲୋକଙ୍କୁ ସମୟ ବି ଦେଇପାରୁଛି। ମୁଁ ଘରେ ଟେଲରିଂ କାମ କରେ। ଏହାଦ୍ୱାରା ଘରକାମ କରିବାରେ ମୋତେ କୌଣସି ଅସୁବିଧା ହୁଏ ନାହିଁ। – ବ୍ରଜେଶ୍ୱରୀ ପ୍ରଧାନ, ବାଲେଶ୍ୱର
ଘରେ ଖାଲିରେ ବସିବା ଅପେକ୍ଷା କିଛି କାମ କରି ରୋଜଗାର କରିବାଟା ମୋର ପସନ୍ଦ। ମୁଁ ଏରୋବିକ୍‌ ଟ୍ରେନିଂ ଦିଏ। ଏହି ଫିଟ୍‌ନେସ୍‌ ଟ୍ରେନିଂ ଦେବା ଦ୍ୱାରା ମୁଁ ନିଜେ ବି ଫିଟ୍‌ ରହି ପାରୁଛି।
– ସୁଲୋଚନା ଦାସ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri