ସ୍ବପ୍ନକୁ କରନ୍ତୁ ସାକାର

ବେଳେବେଳେ ଘର,ପରିବାର ଏବଂ ପିଲାଙ୍କ ଯତ୍ନ ନେଉ ନେଉ ମହିଳାମାନେ ସେମାନଙ୍କ କ୍ୟାରିୟର ଏବଂ ସ୍ବପ୍ନକୁ ଭୁଲିଯାଇଥାନ୍ତି । କିନ୍ତୁ ଏବେ ଆଉ ଏପରି କରିବା ଦରକାର ନାହିଁ। ଆପଣ ଚାକିରି କରନ୍ତୁ ବା ଘରେ ବସି ରୋଜଗାର କରନ୍ତୁ, କାମରେ ନିଷ୍ଠା ହିଁ ଆପଣଙ୍କ ସ୍ବପ୍ନକୁ ସାକାର କରିପାରିବ…
ବେବି ସିଟିଂ: ଆଜିକାଲି ଅଧିକାଂଶ ପରିବାରରେ ସ୍ବାମୀ ସ୍ତ୍ରୀ ଉଭୟ କର୍ମଜୀବୀ ହେବା ଦ୍ୱାରା ପିଲା ସମ୍ଭାଳିବାକୁ ନେଇ ଟେନ୍‌ସନ୍‌ରେ ରହୁଛନ୍ତି। ଏଥିପାଇଁ ଏବେ ବେବି ସିଟିଂ ବା କ୍ରେଜ୍‌ର ଚାହିଦା ବଢ଼ିବାରେ ଲାଗିଛି। ଯଦି ଆପଣଙ୍କ ଘରେ ପର୍ଯ୍ୟାପ୍ତ ସ୍ଥାନ ରହିଛି ତେବେ ଆପଣ ବେବି ସିଟିଂ ବା କ୍ରେଜ୍‌ର କାମ ଆରମ୍ଭ କରିପାରିବେ। ଉତ୍ତମ ବ୍ୟବହାର ଏବଂ ପିଲାଙ୍କର ଉପଯୁକ୍ତ ଯତ୍ନ ନେବା ଦ୍ୱାରା କ୍ରେଜ୍‌ର ଡିମାଣ୍ଡ୍‌ ବି ବଢ଼ିବ। ତା’ ସହ ଆପଣ କିଛି ରୋଜଗାର କରିପାରିବେ।
ହୋମ୍‌ ଟ୍ୟୁଶନ୍‌: ଯଦି ଆପଣ ଗୃହିଣୀ ଏବଂ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଆଗକୁ ଯିବାର ଅଛି ତେବେ ହୋମ୍‌ ଟ୍ୟୁଶନ୍‌ ଆପଣଙ୍କ ପାଇଁ ବେଷ୍ଟ୍‌ ଅପ୍ସନ୍‌। ଏହାଦ୍ୱାରା ଆପଣ ଆପଣଙ୍କ ସ୍ବପ୍ନକୁ ସାକାର କରିପାରିବେ। ନିଜ ପିଲାକୁ ବି ଟ୍ୟୁଶନ୍‌ ନ ପଠାଇ ଘରେ ପାଠ ପଢ଼ାଇପାରିବେ। ଆଜିକାଲି ଅନ୍‌ଲାଇନ୍‌ ଟ୍ୟୁଟରର ଡିମାଣ୍ଡ୍‌ ଅଧିକ। କେବଳ ସେତିକି ନୁହେଁ ଯଦି ଆପଣଙ୍କର ବିଦେଶୀ ଭାଷା ସମ୍ବନ୍ଧିତ ଜ୍ଞାନ ରହିଛି ତେବେ ପିଲାମାନଙ୍କୁ ଖୁବ୍‌ ସହଜରେ ଅନ୍‌ଲାଇନ୍‌ରେ ପାଠ ପଢ଼ାଇପାରିବେ।
ଫିଟ୍‌ନେସ୍‌ କୋଚ୍‌: ଫିଟ୍‌ନେସ୍‌ ବା ଯୋଗ ପ୍ରତି ଦୁର୍ବଳତା ଥିବା ମହିଳା ଏହାକୁ ସେମାନଙ୍କ ପାର୍ଟଟାଇମ୍‌ କ୍ୟାରିୟର କରିପାରିବେ। ଏହାଦ୍ୱାରା ଆପଣ ସୁସ୍ଥ ରହିବା ସହ ଘରେ ବସି ରୋଜଗାର ମଧ୍ୟ କରିପାରିବେ।
କ୍ୟାଟରିଂ ଏବଂ ଟିଫିନ୍‌ ସର୍ଭିସ୍‌:ଯଦି ଆପଣ ରୋଷେଇରେ ନିପୁଣ ଏବଂ ଖାଦ୍ୟ ପ୍ରସ୍ତୁତି କରିବା ଖୁବ୍‌ ପସନ୍ଦ ତେବେ କ୍ୟାଟରିଂ ଏବଂ ଟିଫିନ୍‌ ସର୍ଭିସ୍‌ ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ। ଅଫିସ୍‌ମାନଙ୍କରେ ବିଜି ସିଡ୍ୟୁଲ୍‌ ପାଇଁ ଲୋକେ ଘରୁ ଖାଦ୍ୟ ପ୍ରସ୍ତୁତ କରି ନେବା ସମ୍ଭବ ହୁଏ ନାହିଁ। ହୋଟେଲ୍‌ ବ୍ୟତୀତ ଟିଫିନ ସର୍ଭିସ୍‌ ପ୍ରତି ଲୋକଙ୍କର ଅଧିକ ବିଶ୍ୱାସ ଥାଏ। ଅଳ୍ପ ତେଲ ମସଲା ବ୍ୟବହାର କରି ଯଦି ଖାଦ୍ୟ ପ୍ରସ୍ତୁତ କରିପାରିବେ ତେବେ ଆପଣଙ୍କ କ୍ୟାଟରିଂର ଡିମାଣ୍ଡ୍‌ ବି ବଢ଼ିବ।
ଡାଟା ଏଣ୍ଟ୍ରି: ଯଦି ଆପଣ କମ୍ପ୍ୟୁଟର କୋର୍ସ କରିଛନ୍ତି ତେବେ ଘରେ ବସି ଡାଟା ଏଣ୍ଟ୍ରିି କରି ବି ରୋଜଗାର କରିପାରିବେ। ପରିବାର ସଦସ୍ୟଙ୍କ କାମ ସାରି ଫ୍ରି ଟାଇମ୍‌ରେ ବି ଏହି କାମ କରି ରୋଜଗାର କରିପାରିବେ।
କଣ୍ଟେଣ୍ଟ ରାଇଟିଂ
ଯଦି ଲେଖିବାରେ ଆପଣଙ୍କର ରୁଚି ରହିଛି ତେବେ ଆପଣ କଣ୍ଟେଣ୍ଟ ରାଇଟିଂ କାମ ଆରମ୍ଭ କରିପାରିବେ। ଅନେକ ଓ୍ବେବ୍‌ସାଇଟ୍‌ ଏହି କାମ ପାଇଁ ଭଲ ପାରିଶ୍ରମିକ ବି ଦେଉଛନ୍ତି। କେବଳ ସେତିିକି ନୁହେଁ, ନ୍ୟୁଜ୍‌ପେପର ଏବଂ ମାଗାଜିନ୍‌ରେ ବି ଆପଣଙ୍କ ଲେଖା ପ୍ରକାଶ କରିପାରିବେ।
ଟ୍ରାଭେଲ୍‌ ଏଜେଣ୍ଟ୍‌:ଏହି କାମ ଆପଣ ଏକ ଛୋଟ ଘରୁ ଆରମ୍ଭ କରିପାରିବେ। ଏଥିରେ ଅଧିକ ପାଠପଢାର ଆବଶ୍ୟକତା ନାହିଁ। ଟ୍ରାଭେଲ୍‌ ଏଜେନ୍‌ସି ପାଇଁ ଆପଣଙ୍କର କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ଜ୍ଞାନ ଥିବା ଆବଶ୍ୟକ।
କିପରି କରିବେ ବାଲାନ୍‌ସ
ଯଦି ଆପଣ ରୁଟିନ୍‌ ଲାଇଫ୍‌ ଛାଡି କିଛି ଅଲଗା କରିବାକୁ ଚାହୁଁଛନ୍ତି ତେବେ ସଂଘର୍ଷ ତ କରିବାକୁ ପଡିବ। କିନ୍ତୁ ଆପଣ ଚାହିଁଲେ ଉଭୟକୁ ଖୁବ୍‌ ସହଜରେ ଏଥିରେ ତାଳମେଳ ରଖିପାରିବେ।
– ଘରର ସବୁ କାମ ଶେଷ କରିବା ପରେ ହିଁ ଆପଣ ଏହି କାମ ପାଇଁ ସମୟ ଦିଅନ୍ତୁ।
– ଦ୍ୱିପ୍ରହରେ ଘରର ସଦସ୍ୟମାନେ ସେମାନଙ୍କ କାମରେ ଯିବା ପରେ ଆପଣ ଆପଣଙ୍କ କାମରେ ସମୟ ଦିଅନ୍ତୁ।
– ରାତିରେ ପରିବାର ସଦସ୍ୟମାନେ ଶୋଇବା ପରେ ହିଁ ଆପଣ କାମ ଆରମ୍ଭ କରିପାରିବେ।
– ପ୍ରତିଦିନ ଖାଦ୍ୟରେ ସ୍ପେସାଲ ନ ବନାଇ ସପ୍ତାହରେ ଗୋଟିଏ ଦିନ କିଛି ସ୍ପେସାଲ ପ୍ରସ୍ତୁତ କରନ୍ତୁ।
– ଆପଣ ଯେଉଁ ବି କାମରେ ମନୋନିବେଶ କରିବାକୁ ଯାଉଛନ୍ତି ସେ ନେଇ ଆପଣଙ୍କ ସ୍ବାମୀଙ୍କୁ କୁହନ୍ତୁ। ଏହାସହ ତାଙ୍କର ସହଯୋଗ ବି ମାଗନ୍ତୁ।
– ପ୍ରତିଦିନ କାମର ଲିଷ୍ଟ୍‌ ପ୍ରସ୍ତୁତ କରି ପ୍ଲାନିଂ କରନ୍ତୁ।

କ’ଣ କରନ୍ତି ଏମାନେ…
ରୋଜଗାର କରିବାର ଅନେକ ପନ୍ଥା ରହିଛି। ମୁଁ କିନ୍ତୁ ଘରେ ବସି ରୋଜଗାର କରିବାକୁ ପସନ୍ଦ କରେ। ଏହାଦ୍ୱାରା ପରିବାର ଲୋକଙ୍କୁ ସମୟ ବି ଦେଇପାରୁଛି। ମୁଁ ଘରେ ଟେଲରିଂ କାମ କରେ। ଏହାଦ୍ୱାରା ଘରକାମ କରିବାରେ ମୋତେ କୌଣସି ଅସୁବିଧା ହୁଏ ନାହିଁ। – ବ୍ରଜେଶ୍ୱରୀ ପ୍ରଧାନ, ବାଲେଶ୍ୱର
ଘରେ ଖାଲିରେ ବସିବା ଅପେକ୍ଷା କିଛି କାମ କରି ରୋଜଗାର କରିବାଟା ମୋର ପସନ୍ଦ। ମୁଁ ଏରୋବିକ୍‌ ଟ୍ରେନିଂ ଦିଏ। ଏହି ଫିଟ୍‌ନେସ୍‌ ଟ୍ରେନିଂ ଦେବା ଦ୍ୱାରା ମୁଁ ନିଜେ ବି ଫିଟ୍‌ ରହି ପାରୁଛି।
– ସୁଲୋଚନା ଦାସ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri