ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ ପାଇଁ ବିଏମ୍‌ସିର ପ୍ରସ୍ତୁତି ଆରମ୍ଭ : ନୂଆ କମିଟି ଉପରେ ଗୁରୁଦାୟିତ୍ୱ

ଭୁବନେଶ୍ୱର,୧।୧୧ : ଭାରତର ନଂ.୧ ସ୍ମାର୍ଟସିଟି ଭୁବନେଶ୍ୱର ସ୍ବଚ୍ଛ ସର୍ବେକ୍ଷଣରେ ବହୁ ପଛରେ। ଦେଶର ୪ ହଜାର ୨୩୭ ସହର ମଧ୍ୟରେ ଭୁବନେଶ୍ୱର କ୍ରମାଗତ ଭାବେ ୨୦୧୭ରେ ୯୪ତମ, ୨୦୧୮ରେ ୨୧୮ତମ ଓ ୨୦୧୯ରେ ୨୮୮ତମ ସ୍ଥାନରେ ରହିଆସିଛି। ଏପରି କି ଚଳିତବର୍ଷ ବ୍ରହ୍ମପୁର ମହାନଗର ନିଗମ ସ୍ବଚ୍ଛତା କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ଠାରୁ ଆଗରେ ଅର୍ଥାତ୍‌ ୨୧୬ ତମ ସ୍ଥାନରେ ରହିଛି। ଜାତୀୟ ସ୍ତରରେ
ଏପରି ଖରାପ ପ୍ରଦର୍ଶନକୁ ବଦଳାଇ ନୂଆ ଧାରା ସୃଷ୍ଟି ପାଇଁ ବିଏମ୍‌ସି ଅଣ୍ଟା ଭିଡ଼ିଛି। ସ୍ବଚ୍ଛ ସର୍ବେକ୍ଷଣରେ ଏଥର ସହରକୁ ଶୀର୍ଷ ଆଡକୁ ନେବାକୁ ବିଏମ୍‌ସି ନୂଆ କମିଟି ଗଠନ କରି ଗୁରୁଦାୟିତ୍ୱ ନ୍ୟସ୍ତ କରିଛି। ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ କମିଟିର ମଙ୍ଗ ଧରିଥିବାବେଳେ ପରିମଳ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ ସହରର ସ୍ବଚ୍ଛତା ଉପରେ ଧ୍ୟାନ ଦେବେ ବୋଲି ଜଣାପଡ଼ିଛି। କମିଟିରେ ବିଏମ୍‌ସି ମୁଖ୍ୟଯନ୍ତ୍ରୀ ଦେବସୁନ୍ଦର ମହାପାତ୍ର, ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର, ଡେପୁଟି କମିଶନର ସରିତା ଧନଓ୍ବାର, ସଂଘମିତ୍ରା ସାହୁ ଓ ଶ୍ୟାମସୁନ୍ଦର ସେଠୀ ରହିଥିବା ଜଣାପଡ଼ିଛି। ସହରରେ ସ୍ବଚ୍ଛତା ଆଣିବାକୁ ବିଏମ୍‌ସି ଦ୍ୱାରା ଆରମ୍ଭ କରାଯାଇଥିବା ‘ମୁଁ ସଫେଇବାଲା’ ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ସ୍ଥିର କରାଯାଇଛି।
ଆଡିଶନାଲ କମିଶନର ମଲ୍ଲିକ କହିଛନ୍ତି, ଭୁବନେଶ୍ୱରକୁ ସ୍ବଚ୍ଛ ରଖିବା ପାଇଁ ଲୋକଙ୍କୁ ଏବେଠାରୁ ସଚେତନ କରାଯିବ। ସହରର ୩ଟି ଜୋନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଯଥା ପଥପ୍ରାନ୍ତ ନାଟକ, ମାଇକ୍‌ ଯୋଗେ ପ୍ରଚାର, ଡଷ୍ଟବିନ୍‌ ବାଣ୍ଟିବା ପରି କାର୍ଯ୍ୟ ହାତକୁ ନିଆଯିବା ସହ ସ୍ବଚ୍ଛତା ଆପଣାଇବା ପାଇଁ ପୋଷ୍ଟର ବ୍ୟାନର ଲଗାଯିବ। ପ୍ରାଥମିକ ଭାବେ ଏବେ ‘ମୁଁ ସଫେଇବାଲା ଅଭିଯାନ’କୁ ସ୍କୁଲ ଓ ଆପାର୍ଟମେଣ୍ଟ ସ୍ତରରେ ଆରମ୍ଭ କରାଯାଇଥିବାବେଳେ ଆଗକୁ ସବୁ ଲୋକଙ୍କ ପାଖରେ ପହଞ୍ଚାଯିବ। ବିଭିନ୍ନ ପ୍ରତିଯୋଗିତା କରାଯାଇ ସ୍ବଚ୍ଛ ରହୁଥିବା ପରିବାରକୁ ଫିଲ୍ମ ଟିକେଟ ଓ ଅନ୍ୟ ପୁରସ୍କାର ଦିଆଯାଇ ଉତ୍ସାହିତ କରାଯିବ। ସ୍ବଚ୍ଛ ସର୍ବେକ୍ଷଣରେ ସହରକୁ ଆଗକୁ ଆଣିବାକୁ ହେଲେ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଡେପୁଟି କମିଶନର ସେଠୀ କହିଛନ୍ତି, ଇନ୍‌ଫର୍‌ମେଶନ, ଏଜୁକେଶନ ଓ କମ୍ୟୁନିକେଶନ (ଆଇଇସି) କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରିବ ବିଏମ୍‌ସି। ପ୍ରାଚୀର ସଚେତନତା ବାର୍ତ୍ତା, ସ୍କୁଲ ପିଲାଙ୍କୁ ସ୍ବଚ୍ଛତା ଶିକ୍ଷା ପରି ବହୁ କାର୍ଯ୍ୟକ୍ରମ ଏବେ ବିଏମ୍‌ସି ହାତକୁ ନେଇଛି। ଆଗାମୀ ଦିନରେ ହେବାକୁ ଥିବା ସ୍ବଚ୍ଛ ସର୍ବେକ୍ଷଣରେ ଏହା ନିଶ୍ଚୟ ବିଏମ୍‌ସିକୁ ଲାଭ ଦେବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଲୋକଙ୍କ ମତାମତ, କେନ୍ଦ୍ରୀୟ ଟିମ୍‌ଙ୍କ କ୍ଷେତ୍ର ପରିଦର୍ଶନ, ସାର୍ଟିଫିକେଶନ ଓ ସେବା ସ୍ତରରେ ପ୍ରଗତିକୁ ମାପଦଣ୍ଡ କରି ସ୍ବଚ୍ଛ ସର୍ବେକ୍ଷଣ କରାଯାଏ।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

ପ୍ରେମିକାଙ୍କୁ ଭେଟିବା ପାଇଁ କରିଥିଲେ ସୀମା ପାର୍, ଯୁବକଙ୍କୁ LOCରେ….

ଶ୍ରୀନଗର,୩୧ା୫: ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ବିଦେଶରେ ସୁନା ଶସ୍ତା କିନ୍ତୁ ଭାରତରେ ମହଙ୍ଗା କାହିଁକି? ଲକ୍ଷେ ଟଙ୍କାର ସୁନା କିଣିଲେ ୧୮ହଜାର ଅଧିକ କାହିଁକି ଦେବାକୁ ପଡ଼େ

ନୂଆଦିଲ୍ଲୀ,୩୧ା୫: ବିବାହ ହେଉ କିମ୍ବା ଦୀପାବଳି କିମ୍ବା ଧନତେରସ ଭଳି ପର୍ବ, ଲୋକମାନେ ଏପରି ପ୍ରତ୍ୟେକ ଅବସରରେ ସୁନା କିଣିବାକୁ ପସନ୍ଦ କରନ୍ତି । ତଥାପି, ବାସ୍ତବତା…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri