ସ୍ବଚ୍ଛ ସର୍ବେକ୍ଷଣ-୨୦୨୦ ପାଇଁ ବିଏମ୍‌ସିର ତତ୍ପରତା: ଶିଶୁ ଦିବସରୁ ଗଡ଼ିବ ସ୍ବଚ୍ଛତା ରଥ

ଭୁବନେଶ୍ୱର, ୧୦।୧୧: ଆଗକୁ ରହିଛି ସ୍ବଚ୍ଛ ସର୍ବେକ୍ଷଣ-୨୦୨୦। ସ୍ବାର୍ଟସିଟି ଭୁବନେଶ୍ୱର କିପରି ଚଳିତଥର ଭଲ ପ୍ରଦର୍ଶନ କରିବ ସେନେଇ ପ୍ରସ୍ତୁତି ଜୋର୍‌ଦାର ହୋଇଛି। କିଛିଦିନ ହେବ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏନେଇ ବହୁ ଯୋଜନା କାର୍ଯ୍ୟକାରୀ କରୁଛି। ‘ମୁଁ ସଫେଇବାଲା’ ଅଭିଯାନ ଦ୍ୱାରା ସହରକୁ ସ୍ବଚ୍ଛ ରଖିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ଏନେଇ ଦୈନିକ ପଥପ୍ରାନ୍ତ ନାଟକ ଚାଲିଥିବାବେଳେ ଆସନ୍ତା ୧୪ ତାରିଖ ଶିଶୁ ଦିବସଠାରୁ ଏହାକୁ ଆହୁରି ବ୍ୟାପକ କରାଯିବ। ଏହି ଦିବସରୁ ବିଏମ୍‌ସି ‘ସ୍ବଚ୍ଛତା ରଥ’ ସହର ପରିକ୍ରମା କରିବ ବୋଲି ଜଣାପଡ଼ିଛି।

ବିଏମ୍‌ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ କହିଛନ୍ତି, ସହରକୁ ସ୍ବଚ୍ଛ ରଖିବାକୁ ଲୋକଙ୍କୁ ଏବେଠାରୁ ସଚେତନ କରିବାକୁୁ ପଦକ୍ଷେପ ଆରମ୍ଭ ହୋଇଛି। ଏଥିପାଇଁ ସହରର ୩ ଜୋନ୍‌ରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଯଥା- ପଥପ୍ରାନ୍ତ ନାଟକ ଓ ସ୍ବଚ୍ଛତା ରଥରେ ପ୍ରଚାର ମାଧ୍ୟମରେ ପ୍ଲାଷ୍ଟିକ୍‌ ବର୍ଜନ, ସୂତା ବ୍ୟାଗ୍‌ ବ୍ୟବହାର ଆଦି ସଂକ୍ରାନ୍ତରେ ସଚେତନ କରାଯିବ। ଏଥିସହ ଲୋକଙ୍କୁ ବ୍ୟାଗ୍‌ ବଣ୍ଟନ, ଡଷ୍ଟବିନ୍‌ ବାଣ୍ଟିବା ଆଦି କାର୍ଯ୍ୟ ହାତକୁ ନିଆଯାଇଛି। ଲୋକେ କିପରି ଆକର୍ଷିତ ହୋଇ ସଚେତନ ହେବେ ସେଥିପାଇଁ ସ୍ବଚ୍ଛତା ରଥକୁ ନିଆରା ଢଙ୍ଗରେ ସଜାଯିବ। ଏହି ରଥ ପ୍ରସ୍ତୁତି ପାଇଁ ଏକ ବିଜ୍ଞାପନ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।
ସେହିପରି ଏବେ ‘ମୁଁ ସଫେଇବାଲା’ ଅଭିଯାନକୁ ସ୍କୁଲ ଓ ଆପାର୍ଟମେଣ୍ଟ ସ୍ତରରେ ଆରମ୍ଭ କରାଯାଇଛି। ମାସେ ହେବ ଚାଲିଥିବା ଏହି ସଚେତନତା କାର୍ଯ୍ୟକ୍ରମର ସମୀକ୍ଷା କରାଯିବ। ସ୍କୁଲରେ ପିଲାମାନେ ସ୍ବଚ୍ଛତା ନେଇ କ’ଣ ଶିଖିଲେ ଓ ଏହାଦ୍ୱାରା କ’ଣ ପ୍ରଭାବ ପଡ଼ିଲା ସେନେଇ ସର୍ଭେ କରିବାକୁ ବିଏମ୍‌ସି ସ୍ଥିର କରିଛି। ଏଥିପାଇଁ କିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସହ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା କରାଯିବ। ସେମାନଙ୍କ ମଧ୍ୟରୁ କାହା ପରିବାର ସଫେଇବାଲା ଓ କାହା ପରିବାର କଚରାବାଲା ଜଣାପଡ଼ିଯିବ। ଯେଉଁ ପରିବାର ସ୍ବଚ୍ଛତା ଆପଣାଉଥିବ ସେମାନଙ୍କୁ ବିଏମ୍‌ସି ଦ୍ୱାରା ପୁରସ୍କୃତ କରାଯିବ। ସ୍ବଚ୍ଛତାକୁ ଆପଣାଇବା ପାଇଁ ସହରର ବିଭିନ୍ନ ସ୍ଥାନରେ ହୋର୍ଡିଂ, ବ୍ୟାନର ଲଗାଇବା ପାଇଁ ବିଏମ୍‌ସି ସ୍ଥିର କରିଛି ବୋଲି ଆଡିଶନାଲ କମିଶନର ମଲ୍ଲିକ କହିଛନ୍ତି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri