Posted inଜାତୀୟ

ସ୍ପାଇସ୍‌ ଜେଟ୍‌ ବିମାନକୁ ଅଟକାଇଥିଲା ପାକ୍‌ ବାୟୁସେନା

ନୂଆଦିଲ୍ଲୀ,୧୮-୧୦:ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନାର ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ନୂଆଦିଲ୍ଲୀ ଓ ଇସ୍‌ଲାମାବାଦ ମଧ୍ୟରେ ଉତ୍ତେଜନା ଲାଗିରହିଛି। ସେପ୍ଟେମ୍ବର ୨୩ରେ ନୂଆଦିଲ୍ଲୀରୁ କାବୁଲ ଯାଉଥିବା ଭାରତୀୟ ଯାତ୍ରୀବାହୀ ବିମାନକୁ ପାକିସ୍ତାନୀ ବାୟୁସେନା ଆକାଶ ମାର୍ଗରେ ପାଖାପାଖି ଘଣ୍ଟାଏ ଅଟକାଇଥିଲା ବୋଲି ଜଣାପଡିଛି। ସ୍ପାଇସ୍‌ ଜେଟ୍‌ କମ୍ପାନୀର ଉକ୍ତ ବିମାନକୁ ପାକିସ୍ତାନର ୨ଟି ଏଫ୍‌-୧୬ ଯୁଦ୍ଧବିମାନ ଘେରିଯାଇଥିଲେ। ବିମାନକୁ ତଳକୁ ଖସାଇବା ଲାଗି ସେମାନେ ସ୍ପାଇସ୍‌ ଜେଟ୍‌ର ପାଇଲଟଙ୍କୁ କହିବା ସହ ଉଡାଣର ସବିଶେଷ ବିବରଣୀ ମାଗିଥିଲେ।
ଏସ୍‌ଜି-୨୧ ବିମାନରେ ୧୨୦ ଯାତ୍ରୀ ଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେତେବେଳେ ଭାରତ ପାଇଁ ପାକିସ୍ତାନ ଏହାର ବାୟୁସୀମା ବନ୍ଦ କରି ନ ଥିଲା। ଏହା ଭାରତର ବ୍ୟବସାୟିକ ବିମାନ ଓ ଯାତ୍ରୀଙ୍କୁ ନେଇ କାବୁଲ ଅଭିମୁଖେ ଯାଉଛି ବୋଲି ସ୍ପାଇସ୍‌ ଜେଟ୍‌ର କ୍ୟାପ୍‌ଟେନ ପାକ୍‌ ବାୟୁସେନା ବିମାନର ପାଇଲଟଙ୍କୁ ଜଣାଇଥିଲେ। ଏଫ୍‌-୧୬ ଯୁଦ୍ଧବିମାନ ଦୁଇଟି ସ୍ପାଇସ୍‌ ଜେଟ୍‌ ବିମାନ ଚାରିପଟେ ଚକ୍କର କାଟିବା ସହ ଏତେ ନିକଟକୁ ଆସିଯାଇଥିଲେ ଯେ, ତାହାର ପାଇଲଟଙ୍କୁ ଯାତ୍ରୀମାନେ ସ୍ପଷ୍ଟ ଦେଖିପାରିଥିଲେ। ସେମାନେ ହାତ ହଲାଇ ସ୍ପାଇସ୍‌ ଜେଟ୍‌ ପାଇଲଟଙ୍କୁ ବିମାନ ତଳକୁ କରିବା ଲାଗି ଇସାରା ଦେଉଥିବା ଦେଖାଯାଇଥିଲା ବୋଲି ଜଣେ ଯାତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସୋମବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗଞ୍ଜାମ ଜିଲାପାଳ ଭି.…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

ଚାଷୀଙ୍କୁ ବଡ଼ ଉପହାର ଦେଲେ ସରକାର, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ଛାଡ଼

ଚେନ୍ନାଇ,୧୭ା୮: ତାମିଲନାଡୁର କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ସୋମବାର ବିଧାନସଭାରେ ସେ ସମବାୟ କୃଷି ଋଣ ଛାଡ଼ ନେଇ…

ପୁରୁଷଙ୍କୁ ହାର୍ଟ ଆଟାକ୍‌ ଆସିଲେ ଛାତିରେ ହୋଇଥାଏ ଯନ୍ତ୍ରଣା, ମାତ୍ର ମହିଳାଙ୍କଠାରେ ଦେଖାଦିଏ ଏସବୁ ଲକ୍ଷଣ…

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ…

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ମିଳିବ ପଞ୍ଚମ କିସ୍ତି ଟଙ୍କା

ଭୁବନେଶ୍ବର,୧୭ା୮: ସୁଭଦ୍ରା ପଞ୍ଚମ କିସ୍ତି ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି । ରକ୍ଷା ବନ୍ଧନ ଦିନ ହିଁ ମିଳିବ ସୁଭଦ୍ରା ପଞ୍ଚମ…

ବ୍ୟବସାୟୀ ଅପହରଣ ମାମଲା: ମହିଳା ପୋଲିସ ସବ୍‌ଇନ୍ସପେକ୍ଟରଙ୍କ ସହ ଜଣେ ସାମ୍ବାଦିକ ଗିରଫ, ୪କୁ ବୃଦ୍ଧି ପାଇଲା ସଂଖ୍ୟା

ବଲାଙ୍ଗୀର,୧୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ମାମଲାରେ ବଲାଙ୍ଗୀର ପୋଲିସ ଭୁବନେଶ୍ବରରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟର ଓ ଜଣେ ଖବରଦାତାଙ୍କୁ…

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

ଗିଲଙ୍କ ଧମାକା, ଗୋଟିଏ ହାତରେ ଏମତି କ୍ୟାଚ୍‌ ଧରିଲେ ସବୁ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୧୭।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri