ସ୍ଥିତି ପାଇଁ ସଂଗ୍ରାମ କରୁଛନ୍ତି କ୍ଷୁୁଦ୍ର, ମଧ୍ୟମ ଶିଳ୍ପ

ନୂଆଦିଲ୍ଲୀ,୨୫-୩: କରୋନା ଭାଇରସର ପ୍ରଭାବରେ ଦେଶର କ୍ଷୁଦ୍ର ଶିଳ୍ପଗୁଡିକର ଅଣ୍ଟା ଭାଙ୍ଗିଯାଇଛି। ନିଜର ସ୍ଥିତି ବଜାୟ ରଖିବା ଲାଗି ଦେଶର କ୍ଷୁଦ୍ର ମଧ୍ୟମ ଶିଳ୍ପଗୁଡିକ ଏବେ ସଂଗ୍ରାମ ଜାରି ରଖିଛନ୍ତି। ସରକାର ଯଦି ଏହି ଶିଳ୍ପ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଦ୍ୱାରା ସହାୟତା ନ କରନ୍ତି ତେବେ ସ୍ଥିତି ଆହୁରି ବିଗିଡିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। କରୋନା ଦ୍ୱାରା ଏବେ ସାରା ଦେଶରେ ୯ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି। ଏହି ଭାଇରସକୁ ପ୍ରତିରୋଧ କରିବା ଲାଗି ସରକାରଙ୍କ ପ୍ରସ୍ତୁତି ପର୍ଯ୍ୟାନ୍ତ ହେଉନାହିଁ। ଲୋକଙ୍କୁ ଘରେ ରହିବା ଲାଗି କୁହାଯାଇଛି। ଏବେ ସୁଧା ସରକାର ବଜେଟ ସହାୟତା କିମ୍ବା ସୁଧହାର ହ୍ରାସ ଭଳି ପଦକ୍ଷେପ ଘୋଷଣା କରିନାହାନ୍ତି। କ୍ଷୁଦ୍ର ମଧ୍ୟମ ଶିଳ୍ପ ଶ୍ରମିକ ଆଧାରିତ ହୋଇଥିବା ଏଥିରେ ପ୍ରାୟ ୧୦୦ ନିୟୁତ ଲୋକ କାମ କରୁଛନ୍ତି। ଏହି କ୍ଷେତ୍ରକୁ ତ୍ୱରୀତ ଭିତ୍ତିରେ ଆର୍ଥତ୍କ ସହାୟତା ଏବଂ ଋଣ ଯୋଗାଣ ହେବାର ଆବଶ୍ୟକତା ରହିଛି। ଏହା ହେଲେ ଶ୍ରମଶକ୍ତିକୁ ଠିକ୍‌ କରି ରଖିବା ସହ ପ୍ଲାଣ୍ଟ ଏବଂ ମେଶିନାରୀଗୁଡିକୁ ଚଳାଇ ରଖିବା ଦିଗରେ ସହାୟକ ହେବ ବୋଲି ଇଞ୍ଜିନିୟରିଂ ଏକ୍ସପୋର୍ଟ ପ୍ରମୋଶନ କାଉନସିଲ ଅଫ୍‌ ଇଣ୍ଡିଆର ମୁଖ୍ୟ ରବି ଶେହଗଲ କହିଛନ୍ତି। ଏହି ସମୟରେ ଭାରତର ଅଭିବୃଦ୍ଧି ଆକଳନକୁ ଅନେକ ଅନ୍ତର୍ଜାତୀୟ ଏଜେନ୍ସି ଏବେ କମ୍‌ କରୁଛନ୍ତି। ଆସନ୍ତା ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି କମିବ ବୋଲି ଅନେକେ ଆକଳନରେ କହିଛନ୍ତି। ଏହା ହେଲେ ସ୍ଥିତି ଆହୁରି ବିଗିଡିବ ବୋଲି କୁହାଯାଉଛି। ଅର୍ଥ ବ୍ୟବସ୍ଥାକୁ ନଗଦ ଯୋଗାଣ ଦିଗରେ ରିଜର୍ଭ ବ୍ୟାଙ୍କ କିଛି ପଦକ୍ଷେପ ନେଇଛି। ଆଗାମୀ ଦିନରେ ସୁଧହାର ହ୍ରାସ ଘୋଷଣା କରାଗଲେ ମଧ୍ୟ ଏହା ଅର୍ଥ ବ୍ୟବସ୍ଥା ଲାଗି ପର୍ଯ୍ୟାପ୍ତ ହେବ ନାହିଁ ବୋଲି କେତେକ ବଜାର ବିଶେଷଜ୍ଞ ଯୁକ୍ତି ବାଢିଛନ୍ତି। ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରୟଟର୍ସକୁ କହିଛନ୍ତି ଯେ, ବିତ୍ତିୟ ନିୟଣ୍ଟକୁ ସରକାର ନ ବିଚାର କରି ଅର୍ଥ ବ୍ୟବସ୍ଥାର ସୁଧାର ଦିଗରେ ପଦକ୍ଷେପ ନେବା ଆବଶ୍ୟକ। କମ୍ପାନୀଗୁଡିକୁ ପୁନଃ ଫାଇନାନ୍ସ ପ୍ରଦାନ ଏବଂ ସ୍ପଳ୍ପମିଆଦି ଲାଏବିଲିଟି ଉପରେ ନିୟାମକ ବିଚାର କରିବାର ଆବଶ୍ୟକତା ରହିଥିବା ଡାନଟ୍ରନ ଇନଭେଷ୍ଟମେଣ୍ଟର ପୋର୍ଟଫୋଲିଓ ମ୍ୟାନେଜର ଭେଙ୍କଟ ପଶୁପୁଲେତି କହିଛନ୍ତି। ଅକ୍ଟୋବର-ସେପ୍ଟେମ୍ବର ତ୍ରୈମାସରେ ଦେଶର ଅର୍ଥ ବ୍ୟବସ୍ଥା ୬ ବର୍ଷର ସର୍ବନିମ୍ନ ସ୍ତର ୪.୭% ରହିଛି। ସାରା ବର୍ଷ ବିକାଶ ହାର ୫% ରହିବା ନେଇ ଆକଳନ କରାଯାଇଛି। ୨୦୦୮ ବିଶ୍ୱ ମାନ୍ଦାବସ୍ଥା ପରଠାରୁ ଏହା ଭାରତର ସବୁଠାରୁ ସର୍ବନିମ୍ନ ସ୍ତର। ଆସନ୍ତା ଆର୍ଥତ୍କ ବର୍ଷ ଏପ୍ରିଲ ଜୁନ ତ୍ରୈମାସରେ ବିକାଶ ହାର ୩.୧%ରୁ ୩.୪% ରହିବ ବୋଲି ୨ ବରିଷ୍ଠ ସରକାରୀ ଅଧିକାରୀ ମତ ରଖିଛନ୍ତି। ଚଳିତ ତ୍ରୈମାସରେ ଆର୍ଥତ୍କ କାର୍ଯ୍ୟକଳାପ କମୁଥିବା ମଧ୍ୟ ନଜରକୁ ଆସିଥିବା ସେମାନେ ମତବ୍ୟକ୍ତ କରିଛନ୍ତି। ବିଶ୍ୱର ୫ମ ବୃହତ୍ତ ଅର୍ଥ ବ୍ୟବସ୍ଥା ଭାବେ ଭାରତ ପରିଗଣିତ ହେଉଥିବା ବେଳେ ସମସ୍ୟା ସମାଧାନକୁ ଏଭଳି ଅଣଦେଖା ନ କରିବା ଆବଶ୍ୟକ ବୋଲି ଆସୋଚାମର ମୁଖ୍ୟ ନିରଞ୍ଜନ ହୀରାନନ୍ଦୀନି କହିଛନ୍ତି। ବାଣିଜ୍ୟଗୁଡିକ ଦେବାଳିଆ ହୋଇଯିବା ପୂର୍ବରୁ ଆର୍ଥତ୍କ ଏବଂ ବିତ୍ତୀୟ ସହାୟତା ପ୍ରଦାନ ଦ୍ୱାରା ସେଗୁଡିକୁ ସୁରକ୍ଷା ପ୍ରଦାନ ଜରୁରୀ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri