Posted inଜାତୀୟ

ସ୍କୁଲରେ ମନା ହେବ ଜଙ୍କ୍‌ ଫୁଡ୍‌

ନୂଆଦିଲ୍ଲୀ,୬ା୧୧(ପି.ଟି.): ଦେଶରେ ବିଦ୍ୟାଳୟଗୁଡ଼ିକରେ ଖୁବ୍‌ଶୀଘ୍ର ଜଙ୍କ୍‌ ଫୁଡ୍‌ ମନା ହେବ। ଆଳୁ ଓ୍ବେଫର୍ସ, ସଫ୍ଟ ଡ୍ରିଙ୍କ୍‌ସ ଓ ଅନ୍ୟ ଜଙ୍କ୍‌ ଫୁଡ୍‌ଗୁଡ଼ିକ ଆଉ ସ୍କୁଲ କ୍ୟାଣ୍ଟିନରେ ମିଳିବ ନାହିଁ। ଏହାସହ ସ୍କୁଲ୍‌ କ୍ୟାମ୍ପସ୍‌ର ୫୦ ମିଟର ପରିସରରେ ଏଭଳି ଖାଦ୍ୟର ବିଜ୍ଞାପନ ମଧ୍ୟ ଲାଗିପାରିବ ନାହିଁ। ପିଲାଙ୍କୁ ସୁରକ୍ଷିତ ଓ ଅପମିଶ୍ରଣମୁକ୍ତ ଖାଦ୍ୟ ଖାଇବା ଲାଗି ଉତ୍ସାହିତ କରିବା ସକାଶେ ଖୁବ୍‌ଶୀଘ୍ର ଏହି କଟକଣା ଲାଗୁ କରାଯିବ। ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ଏପରି ପ୍ରସ୍ତାବ ଦିଆଯାଇଛି।
‘ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍‌ (ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ସୁରକ୍ଷିତ ଓ ସୁସ୍ଥ ଖାଦ୍ୟ) ନିୟନ୍ତ୍ରଣ, ୨୦୧୯’ ଶୀର୍ଷକ ଏକ ଚିଠା ଆଇନ ଖାଦ୍ୟ ନିୟନ୍ତ୍ରକ ଏଫ୍‌ଏସ୍‌ଏସ୍‌ଏଆଇ ପ୍ରଣୟନ କରିଛି। ପ୍ରସ୍ତାବ ଅନୁସାରେ ସ୍କୁଲ ପରିସରରେ ଜଙ୍କ୍‌ ଫୁଡ୍‌ ବିକ୍ରି ବନ୍ଦ କରାଯିବ। ଯେଉଁ ଖାଦ୍ୟଗୁଡ଼ିକରେ ଫ୍ୟାଟ୍‌, ଲୁଣ ଓ ଚିନିର ମାତ୍ରା ଅଧିକ ଥିବ ସେଗୁଡ଼ିକ ହଷ୍ଟେଲ କିଚେନରେ ମିଳିବ ନାହିଁ। ୫୦ ମିଟର ଭିତରେ ଏହାର ବିଜ୍ଞାପନ ଉପରେ କଟକଣା ଲାଗିବ। ଫୁଡ୍‌ ବିଜ୍‌ନେସ୍‌ ଅପରେଟର୍ସ ଏଭଳି ଖାଦ୍ୟର ବିଜ୍ଞାପନ ଲଗାଇପାରିବେ ନାହିଁ। ଚିଠା ଆଇନ ସମ୍ପର୍କରେ ୩୦ ଦିନ ମଧ୍ୟରେ ଏନେଇ ସମସ୍ତ ପକ୍ଷଙ୍କ ମତାମତ ଲୋଡ଼ାଯାଇଛି। ଏ ସଂକ୍ରାନ୍ତ ଆଇନ ଅଣାଯିବ ବୋଲି ଗତ ଜୁନ୍‌ରେ ଏଫ୍‌ଏସ୍‌ଏସ୍‌ଏଆଇ ସିଇଓ ପବନ କୁମାର ଅଗ୍ରଓ୍ବାଲ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri