ସୌନ୍ଦର୍ଯ୍ୟ ନୁହେଁ ରୋଗର କାରଣ ମଧ୍ୟ ହୋଇଥାଏ ବଡ଼ନଖ

ସାଧାରଣତଃ ମହିଳାମାନେ ବଡ଼ ବଡ଼ ନଖ ରଖିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ହାତ ହେଉ କି ଗୋଡ଼ ନଖ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ବୋଲି ମହିଳାମାନଙ୍କର ଧାରଣା ରହିଥାଏ। ଯଦି ବଡ଼ ନଖ ରଖୁଛନ୍ତି ତେବେ ଏହାକୁ ପରିଷ୍କାର ପରିଚ୍ଛନ୍ନ ଓ ସାଇଜ୍‌ରେ କାଟିବା ମଧ୍ୟ ଜରୁରୀ ନଚେତ ଘାତକ ସାଜିପାରେ। କେରାଟିନ ନାମକ ଏକ କଠିନ ପ୍ରୋଟିନରେ ନଖ ତିଆରି ହୋଇଥାଏ। ଏହା ପାଦ ଓ ହାତର ଆଙ୍ଗୁଳିର ସମ୍ବେଦନଶୀଳ ଅଗ୍ରଭାଗକୁ ସୁରକ୍ଷା ଦେଇଥାଏ। ତେବେ ଆମେ ଯଦି ନଖକୁ ପରିଷ୍କାର ନ ରଖିବା ତେବେ ନଖ ମାଧ୍ୟମରେ ବହୁ ରୋଗସୃଷ୍ଟିକାରୀ ଜୀବ ପେଟକୁ ଚାଲିଯିବା ପରେ ଶରୀର ଅସୁସ୍ଥ ହୋଇପଡେ।
*ଲମ୍ବା ଓ ଅପରିଷ୍କାର ନଖ ବିଭିନ୍ନ ସଂକ୍ରାମକ ରୋଗର ବାହକ କୃମିଙ୍କୁ ଜନ୍ମ ଦେଇଥାଏ। ନଖକୁ କିଛି ଦିନ ବ୍ୟବଧାନରେ ସଫା ନ କଲେ ଏଥିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି। ପରିଣାମ ସ୍ବରୂପ ପେଟ ରୋଗ, ଝାଡ଼ା ବାନ୍ତି ଭଳି ସମସ୍ୟା ଦେଖାଦିଏ।
* ଛୋଟ ଛୁଆଙ୍କ ଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳେ। ନଖ ଅପରିଷ୍କାର ଥିଲେ ଜୀବାଣୁମାନେ ସହଜରେ ଶରୀରକୁ ପ୍ରବେଶ କରିଥାନ୍ତି। ଏଣୁ ଛୋଟଛୁଆଙ୍କ ନଖ କାଟିବା ଜରୁରୀ। ପିଲାମାନେ କୁଣ୍ଡାଇବା ପାଇଁ ନଖର ବ୍ୟବହାର କରି ଶରୀରକୁ ଖଣ୍ଡିଆଖାବରା କରିଦିଅନ୍ତି। ତେଣୁ ନିୟମିତ ବ୍ୟବଧାନରେ ସେମାନଙ୍କ ନଖ କାଟିବା ଆବଶ୍ୟକ।
*ସେହିପରି ଛୁଆଙ୍କ ମା’ମାନେ ମଧ୍ୟ ନଖ ପରିଷ୍କାର କରି ରଖିବା ଉଚିତ। ଛୁଆଙ୍କ ତ୍ୱଚା ବହୁତ ସମ୍ବେଦନଶୀଳ ଓ ପତଳା ହୋଇଥାଏ। ମା’ ବଡ଼ ନଖ ରଖିଥିଲେ ପିଲାଙ୍କୁ ଖୁଆଇବା ବା ଅନ୍ୟ କାମ କରୁଥିବା ବେଳେ ଆଘାତ ଲାଗିବାର ସମ୍ଭାବନା ରହିଛି। ଏଥିସହ ପିଲାଙ୍କ ଡାଇପର, ଲୁଗାପଟା ଆଦି ସଫା କରିବା ବେଳେ ମା’ଙ୍କ ନଖରେ ବ୍ୟାକ୍ଟେରିଆ ରହିବା ସମ୍ଭାବନା ରହିଛି। ଏଣୁ ମା’ମାନେ ମଧ୍ୟ ନିଜ ନଖକୁ ଛୋଟ ରଖିବା ଉଚିତ।
*କେବଳ ହାତକୁ ସାବୁନରେ ଧୋଇଦେଲେ ଜୀବାଣୁ ମରିଯାଆନ୍ତି ବୋଲି କେତେକଙ୍କ ଧାରଣା ରହିଛି। ଯଦି ଆପଣ ମଧ୍ୟ ସେଭଳି ଚିନ୍ତା କରୁଥାନ୍ତି ତେବେ ତାହା ଭୁଲ। ବ୍ୟାକ୍ଟେରିଆ କେବଳ ହାତ ପାପୁଲିରେ ନ ଥାନ୍ତି, ସେମାନେ ନଖ କଣରେ ମଧ୍ୟ ରହି ରୋଗ ସୃଷ୍ଟି କରିଥାନ୍ତି। ଏଣୁ ହାତ ଧୋଇବା ବେଳେ ନଖକୁ ମଧ୍ୟ ପରିଷ୍କାର କରନ୍ତୁ। ନଚେତ ସଂକ୍ରମଣର ଶିକାର ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri