ସୂର୍ଯ୍ୟମନ୍ଦିର ସଂରକ୍ଷଣ, ରକ୍ଷଣାବେକ୍ଷଣକୁ ଗୁରୁତ୍ୱ

କୋଣାର୍କ, ୨୯।୨(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ନେଇ ଶୁକ୍ରବାର ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଆନୁକୂଲ୍ୟରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍‌ଘାଟିତ ହୋଇଛି। କୋଣାର୍କସ୍ଥିତ ଯାତ୍ରୀନିବାସ ସମ୍ମେଳନ କକ୍ଷରେ ଆୟୋଜିତ ଏହି କର୍ମଶାଳାକୁ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶିକା ଉଷା ଶର୍ମା ଉଦ୍‌ଘାଟନ କରିଥିଲେ। ସୂର୍ଯ୍ୟମନ୍ଦିର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଉପରେ ମହାନିର୍ଦ୍ଦେଶିକା ଶର୍ମା ଗୁରୁତ୍ୱାରୋପ କରିଛନ୍ତି। ୨୦୧୦ ମସିହା ଜାତୀୟ ସମ୍ମିଳନୀରେ ବିଶେଷଜ୍ଞ ପ୍ରତିନିଧି ଦଳ ଓ ସିବିଆରଆଇ ସଂସ୍ଥା ଦେଇଥିବା ରିପୋର୍ଟ ଭିତ୍ତିରେ ଏହି ସଂରକ୍ଷଣ କରାଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ଏଏସ୍‌ଆଇ ମହାନିର୍ଦ୍ଦେଶିକାଙ୍କ ସମେତ ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।
ସୂର୍ଯ୍ୟମନ୍ଦିରର ସ୍ଥିତାବସ୍ଥା ଅନୁଧ୍ୟାନ, ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଏନ୍‌.କେ. ମହାନ୍ତି କର୍ମଶାଳାରେ ଯୋଗଦେଇ ସୂର୍ଯ୍ୟମନ୍ଦିରରେ ବର୍ଷାଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା, ମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଚାରାରୋପଣ, ଗର୍ଭଗୃହରୁ ବାଲି କାଢିବା କିମ୍ବା ଦବିଯାଇଥିବା ସ୍ଥାନରେ ବାଲି ଭର୍ତ୍ତି କରିବା, ମୁଖଶାଳା ଓ ମନ୍ଦିର ଚତୁଃପାର୍ଶ୍ୱ ବେଢା ସମୂହକୁ ରାସାୟନିକ ପ୍ରଲେପ ଦ୍ୱାରା ସଂରକ୍ଷଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଏସବୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ କହିଥିଲେ। ପରେ ଏଏସ୍‌ଆଇ ମହାନିର୍ଦ୍ଦେଶିକା ଶର୍ମା, ସିବିଆର୍‌ଆଇର ଜଣେ ଅଧିକାରୀ, ଚେନ୍ନାଇ ଆଇଆଇଟିର ଜଣେ ବିଶେଷଜ୍ଞ ଏବଂ ଅନ୍ୟ ଅଧିକାରୀମାନେ ସୂର୍ଯ୍ୟମନ୍ଦିର ବୁଲି ସ୍ଥିତାବସ୍ଥା ଅନୁଧ୍ୟାନ କରିଥିଲେ। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଓ ଜଗମୋହନର ସ୍ଥିତାବସ୍ଥା କିଭଳି ରହିଛି ତାହାର ଯାଞ୍ଚ କରିଥିଲେ। ଆମିକସ୍‌ କ୍ୟୁରିଙ୍କ ରିପୋର୍ଟ ଏବଂ ବିଶେଷଜ୍ଞ କମିଟିର ଅନୁଧ୍ୟାନ ସଂକ୍ରାନ୍ତ ରିପୋର୍ଟ ଆଧାରରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ସମେତ ପାରିପାର୍ଶ୍ୱିକ ଉନ୍ନୟନ ନେଇ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଶେଷଜ୍ଞ ପଦ୍ମଶ୍ରୀ ଜି.ସି ମିତ୍ର ପ୍ରକାଶ କରିଛନ୍ତି। କର୍ମଶାଳାରେ ବିଶେଷଜ୍ଞ ମିତ୍ରଙ୍କ ସମେତ ରାଜ୍ୟ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଆମିକସ୍‌ କ୍ୟୁରି ମହାନ୍ତି, ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ, ଏଏସ୍‌ଆଇର ପୂର୍ବତନ ମହାନିର୍ଦ୍ଦେଶକ ଡ. ବି. ଆର୍‌. ମଣି, ଏ.ବି. ତ୍ରିପାଠୀ, ସଞ୍ଜୟ ଆଚାର୍ଯ୍ୟ, ଅନିଲ ଧୀର, ପୁରୀ ଜିଲାପାଳ ବଲଓ୍ବନ୍ତ ସିଂଙ୍କ ସମେତ ଐତିହ୍ୟସ୍ଥଳୀର ବିଶେଷଜ୍ଞମାନେ ଯୋଗଦେଇଛନ୍ତି। କର୍ମଶାଳାକୁ ସ୍ଥାନୀୟ ଏଏସ୍‌ଆଇ ଅଧିକାରୀ ନିରୋଜ ସିଂ ଏବଂ ମ୍ୟୁଜିୟମ ଅଧିକାରୀ ପ୍ରତାପ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri