Posted inଫୁରସତ

ସୂର୍ଯ୍ୟପରାଗରେ ଏସବୁ ରାଶିଙ୍କ ଭାଗ୍ୟ ଚମକିବ !

ନୂଆଦିଲ୍ଲୀ, ୨୦।୬: ରବିବାର ରାହୁଗ୍ରସ୍ତ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଜୁନ୍‌ ୨୧ ପୂର୍ବାହ୍ନ ୧୦ଟା ୩୮ ମିନିଟ୍‌ ୧୭ ସେକେଣ୍ଡରେ ପରାଗ ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ୨୬ ମିନିଟ୍‌ ୨୬ ସେକେଣ୍ଡରେ ପରାଗ ମଧ୍ୟ ଭାଗରେ ପହଞ୍ଚିବ। ଅପରାହ୍ନ ୨ଟା ୯ମିନିଟ୍‌ ୩୮ ସେକେଣ୍ଡରେ ପରାଗ ସର୍ବମୋକ୍ଷ ହେବ। ଏହାପରେ ଦେବନୀତି ତଥା ଅନ୍ୟାନ୍ୟ କାର୍ଯ୍ୟ କରାଯାଇ ପାରିବ। ସୂର୍ଯ୍ୟପରାଗର ଆଦ୍ୟାନ୍ତ ସମୟ ୩ ଘଣ୍ଟା ୩୧ ମିନିଟ୍‌ ୨୧ ସେକେଣ୍ଡ ରହିଛି। ପରାଗରେ କଙ୍କଣ ସଦୃଶ ସ୍ଥିତି କେବଳ ୩୦ ସେକେଣ୍ଡ ପାଇଁ ଦେଖିବାକୁ ମିଳିବ। ପରାଗ ସମୟରେ ସୂର୍ଯ୍ୟଙ୍କର କେବଳ ୧ ପ୍ରତିଶତ ଅଂଶ ଦୃଶ୍ୟମାନ ହେବ। ଅବଶିଷ୍ଟ ଅଂଶ ପରାଗଗ୍ରସ୍ତ ହେବ। ପ୍ରାୟ ୯୦୦ ବର୍ଷ ପରେ ଏଭଳି ଦୁର୍ଲଭ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ସୂର୍ଯ୍ୟପରାଗର ପ୍ରଭାବରେ ୪ ରାଶିଙ୍କ ଭାଗ୍ୟରେ ବଡ଼ ଧରଣର ପରିବର୍ତ୍ତନ ଆସିବ ବୋଲି ଜ୍ୟୋତିଷ ଗଣେଶ ଶର୍ମା ସୂଚନା ଦେଇଛନ୍ତି। ସେସବୁ ରାଶିଗୁଡ଼ିକ ହେଉଛି ମେଷ, ସିଂହ, କନ୍ୟା ଓ ମକର ରାଶି। ଏହି ୪ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚମକିବ। ସେହିପରି ମେଷ, ବୃଷ, ସିଂହ, ଧନୁ, ମକର, କୁମ୍ଭ ଓ ମୀନ ରାଶିର ବ୍ୟକ୍ତି ସୂର୍ଯ୍ୟପରାଗ ଦର୍ଶନ କଲେ ଶୁଭଫଳ ପ୍ରାପ୍ତି ହେବ। ଅପରପକ୍ଷରେ ଅନ୍ୟ ରାଶି ବ୍ୟକ୍ତି ସୂର୍ଯ୍ୟପରାଗ ନ ଦେଖିବା ଲାଗି ଜ୍ୟୋତିଷ ଗଣେଶ ଶର୍ମାଙ୍କ ପକ୍ଷରୁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri