Posted inଫୁରସତ

ସୂର୍ଯ୍ୟପରାଗରେ ଏସବୁ ରାଶିଙ୍କ ଭାଗ୍ୟ ଚମକିବ !

ନୂଆଦିଲ୍ଲୀ, ୨୦।୬: ରବିବାର ରାହୁଗ୍ରସ୍ତ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଜୁନ୍‌ ୨୧ ପୂର୍ବାହ୍ନ ୧୦ଟା ୩୮ ମିନିଟ୍‌ ୧୭ ସେକେଣ୍ଡରେ ପରାଗ ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ୨୬ ମିନିଟ୍‌ ୨୬ ସେକେଣ୍ଡରେ ପରାଗ ମଧ୍ୟ ଭାଗରେ ପହଞ୍ଚିବ। ଅପରାହ୍ନ ୨ଟା ୯ମିନିଟ୍‌ ୩୮ ସେକେଣ୍ଡରେ ପରାଗ ସର୍ବମୋକ୍ଷ ହେବ। ଏହାପରେ ଦେବନୀତି ତଥା ଅନ୍ୟାନ୍ୟ କାର୍ଯ୍ୟ କରାଯାଇ ପାରିବ। ସୂର୍ଯ୍ୟପରାଗର ଆଦ୍ୟାନ୍ତ ସମୟ ୩ ଘଣ୍ଟା ୩୧ ମିନିଟ୍‌ ୨୧ ସେକେଣ୍ଡ ରହିଛି। ପରାଗରେ କଙ୍କଣ ସଦୃଶ ସ୍ଥିତି କେବଳ ୩୦ ସେକେଣ୍ଡ ପାଇଁ ଦେଖିବାକୁ ମିଳିବ। ପରାଗ ସମୟରେ ସୂର୍ଯ୍ୟଙ୍କର କେବଳ ୧ ପ୍ରତିଶତ ଅଂଶ ଦୃଶ୍ୟମାନ ହେବ। ଅବଶିଷ୍ଟ ଅଂଶ ପରାଗଗ୍ରସ୍ତ ହେବ। ପ୍ରାୟ ୯୦୦ ବର୍ଷ ପରେ ଏଭଳି ଦୁର୍ଲଭ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ସୂର୍ଯ୍ୟପରାଗର ପ୍ରଭାବରେ ୪ ରାଶିଙ୍କ ଭାଗ୍ୟରେ ବଡ଼ ଧରଣର ପରିବର୍ତ୍ତନ ଆସିବ ବୋଲି ଜ୍ୟୋତିଷ ଗଣେଶ ଶର୍ମା ସୂଚନା ଦେଇଛନ୍ତି। ସେସବୁ ରାଶିଗୁଡ଼ିକ ହେଉଛି ମେଷ, ସିଂହ, କନ୍ୟା ଓ ମକର ରାଶି। ଏହି ୪ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚମକିବ। ସେହିପରି ମେଷ, ବୃଷ, ସିଂହ, ଧନୁ, ମକର, କୁମ୍ଭ ଓ ମୀନ ରାଶିର ବ୍ୟକ୍ତି ସୂର୍ଯ୍ୟପରାଗ ଦର୍ଶନ କଲେ ଶୁଭଫଳ ପ୍ରାପ୍ତି ହେବ। ଅପରପକ୍ଷରେ ଅନ୍ୟ ରାଶି ବ୍ୟକ୍ତି ସୂର୍ଯ୍ୟପରାଗ ନ ଦେଖିବା ଲାଗି ଜ୍ୟୋତିଷ ଗଣେଶ ଶର୍ମାଙ୍କ ପକ୍ଷରୁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri