Posted inଜାତୀୟ

ସୁଷମା ସ୍ବରାଜଙ୍କୁ ମନେପକାଇଲେ ସ୍ବାମୀ: କହିଲେ ବିଦେଶରେ ନୁହେଁ, ନିଜ ଦେଶରେ ହିଁ ସର୍ଜରୀ କରିବାକୁ ଚାହୁଁଥିଲେ

ନୂଆଦିଲ୍ଲୀ, ୫।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଚଳିତବର୍ଷ ଅଗଷ୍ଟରେ ନିଧନ ହୋଇଯାଇଥିଲା। ତାଙ୍କ ବିୟୋଗର ୩ମାସ ପରେ ସ୍ବାମୀ ସ୍ବରାଜ କୌଶଳ ଏକ ଭାବପ୍ରବଣ ଟୁଇଟ କରିଛନ୍ତି। ସେ ଟୁଇଟରେ କହିଛନ୍ତି, ଏମ୍ସ ଡାକ୍ତର ସୁଷମାଙ୍କ କିଡନୀ ପ୍ରତିରୋପଣ ସର୍ଜରୀ ଭାରତରେ କରିବାକୁ ଚାହୁଁ ନ ଥିଲେ, ସେମାନେ ବିଦେଶରେ ହିଁ ସର୍ଜରୀ କରିବାକୁ ଚାହୁଁଥିଲେ। ଏପରିକି ସର୍ଜତୀ ତାରିଖ ମଧ୍ୟ ନିର୍ଘଣ୍ଟ ହୋଇଯାଇଥିଲା। କିନ୍ତୁ ଏଥିପାଇଁ ଆଦୌ ପ୍ରସ୍ତୁତ ନ ଥିଲେ ସୁଷମା। ସେ ଦେଶର ଗୌରବକୁ ଦୃଷ୍ଟିରେ ରଖି ବାହାରେ ସର୍ଜରୀ କରିବାକୁ ଚାହଁୁ ନ ଥିଲେ। ତାଙ୍କ ଚିନ୍ତାଧାରା ଅନୁଯାୟୀ ଯଦି ଆମେ ବିଦେଶ ଯିବା ତେବେ ସାଧାରଣ ଲୋକଙ୍କର ଆମ ଡାକ୍ତର ଏବଂ ହସ୍ପିଟାଲ ଉପରେ ବିଶ୍ୱାସ ହଟିଯିବ। ଏଥିପାଇଁ ସେ ଡାକ୍ତର ମୁକୁଟ ମିଞ୍ଜଙ୍କୁ ସର୍ଜରୀ ଯନ୍ତ୍ରପାତି ଧରିବାକୁ କହିଥିଲେ। କ୍ରିଷ୍ଣା ଆପଣ ମୋ ସର୍ଜରୀ କରିବେ ବୋଲି କହିଥିଲେ। ୨୦୧୬ରେ ସୁଷମାଙ୍କ ସର୍ଜରୀ ଏମ୍ସରେ ହୋଇଥିଲା। ପରଦିନ ଚେୟାର ଉପରେ ବସି ସେ ହସିବାକୁ ଲାଗିଥିଲେ ବୋଲି କୌଶଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Budget 2026: ବଜେଟରେ ବଡ଼ ଘୋଷଣା କଲେ ନିର୍ମଳା ସୀତାରାମନ୍‌, କ୍ୟାନସର-ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧।୨: ସଂସଦ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକ ସଭାରେ ବଜେଟ ଉପସ୍ଥାପନ କରୁଛନ୍ତି। ଏହା ତାଙ୍କର ଲଗାତାର ନବମ ବଜେଟ। ବଜେଟର ଏକ କପି…

Budget 2026: ବଡ ଘୋଷଣା କରିଦେଲେ ଅର୍ଥମନ୍ତ୍ରୀ, ଓଡ଼ିଶାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧।୨: ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ଖଣିଜ ସମ୍ପଦର ସଦୁପଯୋଗ ଏବଂ ଆମଦାନୀ…

ପୋଲିସ ଗାଡି ଧକ୍କାରେ ଗଲା ଜୀବନ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପର ନିକଟ ବୁଲାଣି ରାସ୍ତାରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୋଟର ସାଇକେଲରେ ଆସୁଥିବା…

ଯେବେ ପାକିସ୍ତାନ ପିଏମ ଆଗତ କରିଥିଲେ ଭାରତର ବଜେଟ, ଦେଶରେ ପଡିଥିଲା ଚହଳ!

ନୂଆଦିଲ୍ଲୀ,୧।୨: ଭାରତୀୟ ଇତିହାସର ଏକ ଆକର୍ଷଣୀୟ ଘଟଣା ଯାହା ପ୍ରଥମ ଥର ପାଇଁ ଶୁଣିଲେ ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତର ବଜେଟ ଉପସ୍ଥାପନ…

ଗାଁ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଉପକୃତ ହେବେ ଗ୍ରାମୀଣ ଯୁବକ

ନୂଆଦିଲ୍ଲୀ,୧ା୨: ରବିବାର ପୂର୍ବାହ୍ନରେ ପାର୍ଲାମେଣ୍ଟରେ ବଜେଟ୍‌ ୨୦୨୬-୨୭ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଲଗାତର ୯ମ ଥର ପାଇଁ ବଜେଟ ଆଗତ…

Budget 2026: ଅର୍ଥମନ୍ତ୍ରୀଙ୍କ ‘କର୍ତ୍ତବ୍ୟ ମନ୍ତ୍ର’; ଫୋକସରେ ଗରିବ, ଅବହେଳିତ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। କର୍ତ୍ତବ୍ୟ ଭବନରେ ପ୍ରସ୍ତୁତ ଏହି ପ୍ରଥମ ବଜେଟରେ ସରକାର ଗରିବ,…

Union Budget: ବଜେଟରେ ‘ସମସ୍ତଙ୍କ ପାଇଁ ବୀମା’ ସ୍ବପ୍ନ ସାକାର ହେବ କି? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବୀମା ଶିଳ୍ପ ଏଥିପାଇଁ ବହୁତ…

Union Budget 2026-27: ଲୋକ ସଭାରେ ବଜେଟ ଭାଷଣ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରୁଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri